ଗଡ଼ିଆରେ ମୁଣ୍ଡ ବିହୀନ ଶବ

Get real time updates directly on you device, subscribe now.

ବାଲିଗୁଡ଼ା,(ବି.ବି.ନୁ୍ୟଜ୍): ଗଡ଼ିଆରୁ ମିଳିଲା ମୁଣ୍ଡ ବିହୀନ ଶବ । ମୃତକ କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅନ୍ତର୍ଗତ କିଲୁପଡ଼ା ଗ୍ରାମର ଯୁଧିÂିର ମଳିକ । ସେ ଗତ ମାସ ୨୮ ତାରିଖରୁ ନିଖୋଜ ଥିଲେ । ଗ୍ରାମବାସୀ ନଦୀକୁ ଗାଧୋଇବାକୁ ଯାଉଥିବାବେଳେ ପ୍ରବଳ ଦୁର୍ଗନ୍ଧ ହୋଇଥିଲା । ନଦୀକୁ ଲାଗି ରହିଥିବା ଗାଡ଼ିଆରେ ମୃତଦେହ ଭାସୁଥିବା ଦେଖି ବାଲିଗୁଡ଼ା ଥାନାକୁ ଖବର ଦେଇଥିଲେ । ଶବଟିର ହାତ ଗୋଡ଼ ବନ୍ଧା ଯାଇଥିବାବେଳେ ମୁଣ୍ଡ ନଥିବା ଜାଣିବାକୁ ପାଇଥିଲା ପୁଲିସ । ଏନେଇ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବାଲିଗୁଡ଼ା ଥାନା ଅନ୍ତର୍ଗତ ସିନ୍ଦ୍ରିଗାଁ ଖଡ଼ଗନଦୀରୁ ବାହାରିଥିବା ଶାଖା ତଥା ଏକ ଗଡ଼ିଆ ରହିଛି । ପୂର୍ବାହ୍ନ ପ୍ରାୟ ୭ଟାରେ ଗଡ଼ିଆ ରାସ୍ତା ଦେଇ ଲୋକ ଗାଧୋଇବାକୁ ଯାଉଥିଲେ । ପ୍ରବଳ ଦୁର୍ଗନ୍ଧ ହେଉଥିବାବେଳେ ଅଖାରେ ବନ୍ଧା ହୋଇଥିବା ଏକ ଶବ ଭାସୁଥିବା ଦେଖିଥିଲେ । ଗୋଟିଏ ଗୋଡ଼ ବାହାରକୁ ଦେଖାଯାଉଥିଲା । ବାକି ଶରୀର ଅଖା ଭିତରେ ରହିଥିଲା । ଏହି ଘଟଣା ବିଜୁଳି ବେଗରେ ଜଣାପଡ଼ିବା ପରେ ଗାଡ଼ିଆ ନିକଟରେ ଶହଶହ ଲୋକଙ୍କ ଭିଡ଼ ହୋଇଯାଇଥିଲା । ବାଲିଗୁଡ଼ା ଏସ୍ଡିପିଓ ମାନସ ରଞ୍ଜନ ବାରିକ ଓ ଥାନା ଅଧିକାରୀ ପ୍ରଶାନ୍ତ ବେହେରା ଘଟଣାସ୍ଥଳରେ ପହଞ୍ଚି ଥିଲେ । ମୃତଦେହଟି ଗାଡ଼ିଆରୁ ବାହାର କରିବା ପରେ ମୁଣ୍ଡ ନଥିବା ଜଣାପଡ଼ିଥିଲା । ଏପରିକି ବସ୍ତାରେ ପଥର ରଖି ଗାଡ଼ିଆକୁ ଫିଙ୍ଗି ଦିଆଯାଇଥିବା କୁହାଯାଉଛି । ଏହାପରେ ସନ୍ଧାନୀ କୁକୁର ଓ ସାଇନ୍ଣ୍ଟିଫିକ୍ ଟିମ ସହାୟତାରେ ତଦନ୍ତ ଜାରି ରହିଛି ।
ବାଲିଗୁଡ଼ା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ମୃତଦେହ କ.ନୂଆଗାଁ ଥାନା ଅନ୍ତର୍ଗତ କିଲୁପଡ଼ା ଗ୍ରାମର ଯୁଧିÂିର ମଳିକ । ସେ ଗତ ମାସ ୨୮ ତାରିଖରୁ ନିଖୋଜ ରହିଥିବା ତାଙ୍କ ପରିବାର ଲୋକ କ.ନୂଆଗାଁ ଥାନାରେ ଅଭିଯୋଗ କରିଥିଲେ । କ.ନୂଆଗାଁରୁ ବାଲିଗୁଡ଼ା ପ୍ରାୟ ୧୦ କିଲୋମିଟର । ଶବଟି ନଦୀରେ ଫିଙ୍ଗିବା ପରେ ଭାସି ଆସିଛି କିମ୍ବା ହତ୍ୟା ପରେ ଗାଡ଼ିଆରେ ପକାଯାଇଛି ଜଣାପଡ଼ି ନାହିଁ । ଯୁଧିÂିର ପୂଜାବିଧି କରିବା ସହ ଚାଙ୍ଗୁ ବଜାଉଥିଲେ । ଯୁଧିÂିରଙ୍କ ପରିବାର ଲୋକ ମୃତଦେହ ଦେଖି ଚିହ୍ନଟ କରିଛନ୍ତି । ପୂର୍ବରୁ ତାଙ୍କ କାହା ସହ ଶତ୍ରୁତା ଥିଲା କି ନାହିଁ କହିପାରୁ ନାହାନ୍ତି । ମାତ୍ର ସେ ନିଖୋଜ ଥିବା ନେଇ ଗତ ୩ ତାରିଖରେ କ.ନୂଆଗାଁ ଥାନାରେ ଅଭିଯୋଗ କରିଥିଲେ । ବାଲିଗୁଡା ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଆଇଆଇସି ସୂଚନା ଦେଇଛନ୍ତି । ଶବ ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons