ଭୁବନେଶ୍ୱର,(ବି.ବି.ବ୍ୟୁରୋ): କର୍ତ୍ତବ୍ୟ କ୍ଷେତ୍ରରେ ବୀରତ୍ୱ, ପ୍ରଶଂସନୀୟ ଓ ଦକ୍ଷତା ପ୍ରଦର୍ଶନ କରିଥିବା ଓଡ଼ିଶାର ୩୬ ଜଣ ପୁଲିସ ରାଷ୍ଟ୍ରପତି ପଦକ ପାଇବେ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତାଲିକାରେ ଯୋଗ୍ୟ ବିବେଚିତ ପୁଲିସ କର୍ମଚାରୀଙ୍କ ନାମ ଘୋଷଣା କରାଯାଇଛି । ୨୦୨୦ ଜାନୁଆରୀ ୨୬ ଅର୍ଥାତ୍ ଗଣତନ୍ତ୍ର ଦିବସରେ ଏହି ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ରାଜ୍ୟପାଳ ପଦକ ପ୍ରଦାନ କରିବେ ବୋଲି ଜଣାପଡ଼ିଛି ।
ବୀରତ୍ୱ ପାଇଁ ପଦକ ପାଇବାକୁ ଥିବା ପୁଲିସମାନେ ହେଲେ, ଇନ୍ସପେକ୍ଟର ପ୍ରକାଶ କୁମାର କରଣ, କନଷ୍ଟେବଲ ସୁଶୀଲ ଦାଶ, କନ୍ଷ୍ଟେବଲ ଆକାଶ ମହାପାତ୍ର, କନ୍ଷ୍ଟେବଲ ଚନ୍ଦ୍ରମଣି ଭୋଇ, କନ୍ଷ୍ଟେବଲ ଶ୍ୟାମ ଧଙ୍ଗଡ଼ ମାଝୀ, ଆଇପିଏସ୍ ଅଫିସର କେ.ଶିବ ସୁବ୍ରମଣି, କନ୍ଷ୍ଟେବଲ୍ ଦିଲ୍ଲୀପ କୁମାର ଦନ୍ତା, ଇନ୍ସପେକ୍ଟର ଜ୍ୟୋତିରଞ୍ଜନ ପତି, ଏସ୍ଆଇ ସଚ୍ଚିଦାନନ୍ଦ ବରିହା, ସୁବେଦାର ଆଶିଷ କୁମାର ସରକାର, କନ୍ଷ୍ଟେବଲ୍ ପ୍ରଶାନ୍ତ କୁମାର ବାରିକ, କନ୍ଷ୍ଟେବଲ୍ ଭୁବନ ସେଲମା, କନ୍ଷ୍ଟେବଲ୍ ସତ୍ୟରଞ୍ଜନ କଠାର, ହାବିଲଦାର ପ୍ରମୋଦ ବାର୍ଲା, ହାବିଲ୍ଦାର ମିଥୁନ ପ୍ରଧାନ, ଆଇପିଏସ୍ ଅଫିସ୍ର ଜଗମୋହନ ମୀନା, ହାବିଲ୍ଦାର ସନ୍ତୋଷ ଜୁଆନ, ଏଲ୍/ଏନ୍.କେ ଶିବଶଙ୍କର ନାୟକ, ଏଲ୍/ଏନ୍.କେ ପବିତ୍ର ମୋହନ ନାୟକ, କନ୍ଷ୍ଟେବଲ ଚୈତନ୍ୟ କିର୍ଷାନୀ, କନଷ୍ଟେବଳ ଘେନୁ ହନ୍ତାଳ, କନଷ୍ଟେବଳ ସୁଧାଂଶୁ ଭୂପତି ଓ କନଷ୍ଟେବଳ ରୁକଧର ନେଗି । ସେହିପରି ଉଲ୍ଲେଖନୀୟ ସେବା ପାଇଁ ଡିଏସ୍ପି ପ୍ରମୋଦ କୁମାର ରଥ ଏବଂ ଏଏସ୍ଆଇ ଶିବନାରାୟଣ ରଥଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ ।
ପ୍ରଶଂସନୀୟ ସେବା ପାଇଁ ସମ୍ମାନିତ ହେବାକୁ ଥିବା ପୁଲିସ୍ ଅଧିକାରୀମାନେ ହେଲେ କମାଣ୍ଡାଣ୍ଟ୍ ସୁଜିତ କୁମାର ଦଳେଇ, କମିଶନରେଟ୍ ପୁଲିସ୍ର ଏସିପି ମାନସ ରଂଜନ ଗଡ଼ନାୟକ, ଡିଏସ୍ପି ଇତି ଦାସ, ଇନ୍ସପେକ୍ଟର ରଜନୀକାନ୍ତ ସାମଲ, ଇନ୍ସପେକ୍ଟର ଭରତ ଚରଣ ସାହୁ, ଇନ୍ସପେକ୍ଟର ସ୍ମିତାରାଣୀ ମହାନ୍ତି, ଏସ୍ଆଇ ନିରଞ୍ଜନ ତ୍ରିପାଠୀ, ଏସ୍ଆଇ ସନ୍ତୋଷ କୁମାର ବାହିନିପତି, କନ୍ଷ୍ଟେବଲ ସନାତନ ସାହୁ, କନ୍ଷ୍ଟେବଲ୍ ପ୍ରଶାନ୍ତ କୁମାର ସାହୁ ଓ କନ୍ଷ୍ଟେବଲ୍ ଦୁର୍ଗାପ୍ରସାଦ ହୋତା ।
ସେହିଭଳି ଜେଲ୍ ସୁଧାର କ୍ଷେତ୍ରରେ ପ୍ରଶଂସନୀୟ ସେବା ପାଇଁ ଓଡ଼ିଶାର ୩ ଜେଲ୍ ଅଧିକାରୀଙ୍କ ନାମ ଘୋଷଣା ହୋଇଛି । ସେମାନେ ହେଲେ ସମ୍ବଲପୁର ସର୍କଲ ଜେଲ୍ର ଉନ୍ନୟନ ଅଧିକାରୀ ସଂଗ୍ରାମ ମଲ୍ଲିକ, ବଲାଙ୍ଗୀର ଜିଲ୍ଲାର ସହାୟକ ଜେଲର ନିରନ କିଶାନ ଓ କଟକ ସର୍କଲ ଜେଲ୍ର ୱାର୍ଡର ସଦାଶିବ ପ୍ରଧାନ ।
Comments are closed, but trackbacks and pingbacks are open.