ରାଉରକେଲା,(ବି.ବି.ନୁ୍ୟଜ୍): ବାମପନ୍ଥୀ ଆନେ୍ଦାଳନର ଗବେଷକ ତଥା ବିପ୍ଲବୀ ଡ.ଗଣନାଥ ପାତ୍ର(୭୯)ଙ୍କ ଆଜି ରାତି ପ୍ରାୟ ୭ଟାରେ ରାଉରକେଲାର ସାରନଗରୀ ସ୍ଥିତ ଅବିନାଶପାଲୀରେ ପରଲୋକ ଘଟିଛି । ତାଙ୍କ ବିୟୋଗ ନେଇ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଥିବା ବେଳେ ତାଙ୍କ ଘରେ ସହରର ବହୁ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଭିଡ଼ ଜମିଥିଲା । ସ୍ୱର୍ଗତ ଗଣନାଥ ପାରଳାଖେମୁଣ୍ଡି କଲେଜରେ ରସାୟନ ବିଜ୍ଞାନରେ ଅଧ୍ୟାପକ ଭାବେ ଚାକିରି କରୁଥିଲେ । ମାତ୍ର ଭାରତରେ ଯେତେ ବେଳେ ନକ୍ସଲ ମୁଣ୍ଡ ଟେକିଥିଲା ସେହି ସମୟରେ ସେ ନିଜ ଚାକିରି ଛାଡ଼ି ସେଥିରେ ସେ ଏକ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ବାଲେଶ୍ୱର ବାଲିଆପାଳ କ୍ଷେପଣାସ୍ତ୍ର ଘାଟି ବିରୋଧୀ ଆନେ୍ଦାଳନର ସେ ସଂଗଠକ ଥିବା ବେଳେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ତାଙ୍କର ବିଭିନ୍ନ ଲେଖା ଓ ଯୁକ୍ତି ଉପସ୍ଥାପନ ଫଳରେ ବାଳିଆପାଳ ଆନେ୍ଦାଳନ ସର୍ବଭାରତୀୟ ସ୍ତରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ କ୍ଷେପଣାସ୍ତ୍ର ଘାଟି ନିର୍ମାଣ ବନ୍ଦ ହୋଇଥିଲା । ସେହିପରି କଳିଙ୍ଗନଗର ଗୁଳିକାଣ୍ଡ ଘଟଣାରେ ମଧ୍ୟ ସେ ଜଣେ ସକ୍ରିୟ ନେତା ଭାବେ ଆନେ୍ଦାଳନରେ ସାମିଲ ହୋଇଥିଲେ । ନାରାୟଣ ପାଟଣା ଚାଷୀ ଆନେ୍ଦାଳନରେ ସେ ଉପଦେଷ୍ଟା ଭାବେ ସକ୍ରିୟ ଥିଲେ । ସାଧାରଣ ଲୋକଙ୍କ ସହ ମିଶି ସେବା କରିବା ସହ ବିଭିନ୍ନ ଆନେ୍ଦାଳନରେ ନିଜକୁ ସାମିଲ କରୁଥିଲେ । ମାଲକାନାଗିରିରେ କୃଷକ ଆନେ୍ଦାଳନରେ ସାମିଲ ହୋଇ ସରକାରଙ୍କ ପାଖରେ ଦାବି ଉପସ୍ଥାପନା କରିଥିଲେ । ଶେଷ ସମୟରେ ଦେହ ଅସୁସ୍ଥ ହେବାରୁ ରାଉରକେଲା ସ୍ଥିତ ବାସଭବନରେ ଆସି ରହୁଥିଲେ । ସ୍ୱର୍ଗତ ପାତ୍ରଙ୍କର ଧର୍ମପତ୍ନୀ ଶେଫାଳୀ ଓ ଦୁଇ ଝିଅ ଏବଂ ଏକମାତ୍ର ପୁତ୍ର ଅଛନ୍ତି । ପୁଅ ଓ ସାନ ଝିଅ ଓମାନ୍ରେ ରହୁଥିବା ବେଳେ ବଡ଼ ଝିଅ ପୁରୀରେ ରହୁଥିବା ବେଳେ ଖବର ପାଇ ରାଉରକେଲାରେ ପହଞ୍ଚôଛନ୍ତି । ଆଜି ରାତିରେ ସ୍ୱର୍ଗତ ପାତ୍ରଙ୍କର ବେଦବ୍ୟାସ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଛି ।
Comments are closed, but trackbacks and pingbacks are open.