କେନ୍ଦୁଝର,(ବି.ବି.ନୁ୍ୟଜ୍): ଗଭୀର ଆତ୍ମବିଶ୍ୱାସ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ । ଆତ୍ମବିଶ୍ୱାସ ରହିଲେ କିଛି ବି ଅସମ୍ଭବ ନୁହେଁ । ଛାତ୍ରଛାତ୍ରୀମାନେ ନିଜକୁ ସାଧାରଣ ନ ଭାବି ଅସାଧାରଣ ଭାବନ୍ତୁ ବୋଲି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆହ୍ୱାନ ଜଣାଇଛନ୍ତି । ଶନିବାର ଦିନ କେନ୍ଦୁଝର ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ରାଙ୍କି ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ରାଙ୍କି ଏବଂ ନଈଗାଁ, ଡିମ୍ବୋସ୍ଥିତ ସେଣ୍ଟ ଜାଭିୟରସ୍ ହାଇସ୍କୁଲ୍ରେ ଛାତ୍ରଛାତ୍ରୀମାନଙ୍କୁ ପୃଥକ୍ ପୃଥକ୍ ଭାବେ ଉଦ୍ବୋଧନ ଦେଇ ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ୍ ଏହି ଆହ୍ୱାନ ଦେଇଛନ୍ତି ।

ରାଜ୍ୟପାଳ କହିଥିଲେ ଯେ, ପିଲାମାନେ ହେଉଛନ୍ତି ଅନନ୍ତ ସମ୍ଭାବନା ଓ ସାମର୍ଥ୍ୟର ଅଧିକାରୀ । ଏଣୁ ଲକ୍ଷ୍ୟ ସ୍ଥିର ରଖିଲେ ସେମାନେ ଭବିଷ୍ୟତରେ ସଫଳତାର ଶୀର୍ଷ ଛୁଇଁ ପାରିବେ । ଯୋଗ ଉପରେ ଅବତାରଣା କରି କହିଥିଲେ ଯେ, ଆତ୍ମାକୁ ପରମାତ୍ମା ସହିତ ଯୋଡିବାର ମାଧ୍ୟାମ ହେଉଛି ଯୋଗ । ଯୋଗକୁ ୟୁନାଇଟେଡ୍ ନେସନ୍ସ୍ ଅର୍ଗାନାଇଜେସନ୍ ମାଧ୍ୟମରେ ଆର୍ନ୍ତଜାତୀୟ ମାନ୍ୟତା ମିଳିବା ଆମ ସମୟର ସବୁଠାରୁ ବଡ ଉପଲବ୍ଧି । ଏ ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅବଦାନ ଅତୁଳନୀୟ । ଯେଉଁ ପରମାତ୍ମା ପିତାମାତାଙ୍କ ଜରିଆରେ ଆମକୁ ଏ ସୁନ୍ଦର ପୃଥିବୀକୁ ପଠାଇଛନ୍ତି, ସେହି ପରମାତ୍ମା ସହିତ ନିଜକୁ ସଂଯୁକ୍ତ କରିବା ଆବଶ୍ୟକ । ଏତଦ୍ବ୍ୟତୀତ ନିଜ ସନ୍ତାନ ପ୍ରତି ବାପା ମାଆଙ୍କର ଭଲ ପାଇବା, ଆବେଗ ଓ ଭାବପ୍ରବଣତାର ତୁଳନା ନାହିଁ । ଏଣୁ ସମସ୍ତେ ନିଜର ପିତାମାତାଙ୍କ ପ୍ରତି କର୍ତ୍ତବ୍ୟ ପାଳନ କରିବା ଏକାନ୍ତ ଆବଶ୍ୟକ । ଭାରତ ଆଧ୍ୟାତ୍ମିକତା କ୍ଷେତ୍ରରେ ସବୁବେଳେ ବିଶ୍ୱଗୁରୁ ହୋଇ ପଥ ପ୍ରଦର୍ଶନ କରୁଛି । ଆଧ୍ୟାତ୍ମିକତାର ଚମକ ବଳରେ ଭାରତ କିପରି ବିଶ୍ୱ ସମୁଦାୟକୁ ପ୍ରଭାବିତ କରିପାରୁଛି ତାହା ଅବତାରଣା କରିଥିଲେ ।
ପବିତ୍ର ଭଗବତ୍ ଗୀତାର ସାରମର୍ମ ଉପରେ ଆଲୋକପାତ କରି ଏହି ଗୀତା ମହାନ ଗ୍ରନ୍ଥର ମାନ୍ୟତା ପାଇଛି ଏବଂ ବିଶ୍ୱକୁ ସୁଖ ଶାନ୍ତିର ବାର୍ତ୍ତା ଦେଉଛି ବୋଲି କହିଥିଲେ । ପିଲାମାନେ ନିଜ ଜୀବନରେ ୩ଟି ଦିଗ ଯଥା ଖାଦ୍ୟ ପରିଚାଳନା (ଫୁଡ୍ ମ୍ୟାନେଜ୍ମେଣ୍ଟ୍), ସମୟ ପରିଚାଳନା (ଟାଇମ୍ ମ୍ୟାନେଜ୍ମେଣ୍ଟ୍) ଓ ଐଶ୍ୱରିକ ପରିଚାଳନା (ଡିଭାଇନ୍ ମ୍ୟାନେଜ୍ମେଣ୍ଟ୍) କରିପାରିଲେ ସେମାନେ ନିଜକୁ ସାଧାରଣରୁ ଅସାଧାରଣ ବ୍ୟକ୍ତିତ୍ୱରେ ପରିଣତ କରିପାରିବେ । ଓଡିଶାକୁ ନିଜର ଦ୍ୱିତୀୟ ଘର ଭାବେ ସେ ବିବେଚନା କରନ୍ତି ବୋଲି କହିବା ସହିତ ଓଡିଶାର ଗାରିମା, ଆମର ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ କଲ୍ୟାଣମୟୀ ମା’ତାରିଣୀଙ୍କ ମହିମା ସଂପର୍କରେ ଅବତାରଣା କରିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ ।
ସେଣ୍ଟ ଜାଭିୟରସ ହାଇସ୍କୁଲ୍ଠାରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟପାଳ ପୁରସ୍କୃତ କରିଥିଲେ । ଉଭୟ ଅନୁÂାନରେ ମାନ୍ୟବର ରାଜ୍ୟପାଳ ପହଞ୍ଚôବା ପରେ ମାନ୍ୟବର ରାଜ୍ୟପାଳଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ଏବଂ ଉପଢୌକନ ପ୍ରଦାନ କରାଯାଇଥିଲା । ସେଣ୍ଟ ଜାଭିୟରସ୍ ହାଇସ୍କୁଲ, ଡିମ୍ବୋଠାରେ ଆୟୋଜିତ ସମାରୋହରେ ସମ୍ମାନିତ ଅତିଥି ଭାବେ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ଯୋଗଦେଇ କେନ୍ଦୁଝର ଜିଲ୍ଲାରେ ଶିକ୍ଷାକ୍ଷେତ୍ରରେ ଏହି ବିଦ୍ୟାଳୟ ଏକ ମାଇଲଖୁଣ୍ଟ ସଦୃଶ୍ୟ । କେନ୍ଦୁଝର ଏକ ଆଦିବାସୀ ବହୁଳ ଓ ଦାରିଦ୍ର୍ୟତାରେ ଶୀର୍ଷରେ ରହିଥିବା ବେଳେ ଶିକ୍ଷା ପାଇଁ କୌଣସି ବାଧକ ନାହିଁ । ସରକାରୀ ବିଦ୍ୟାଳୟ ଗୁଡିକ ନିଜର ମାନ ହରାଇ ସାରିଥିବାରୁ ଘରୋଇ ବିଦ୍ୟାଳୟ ବେଶ୍ ଆଗରେ ପହଞ୍ଚି ପାରିଛି । ଏହି ବିଦ୍ୟାଳୟର ଛାତ୍ରୀ ଶ୍ରାବଣୀ ମିଶ୍ର ଏହାର ଜ୍ୱଳନ୍ତ ଉଦାହରଣ ବୋଲି କହିଥିଲେ । ଅନୁÂାନର ଚେୟାରମ୍ୟାନ ଇଂ ଦେବବ୍ରତ ବେହେରା ଅଧ୍ୟକ୍ଷତା କରିଥିଲେ ଏବଂ ଅନୁÂାନର ଅଧ୍ୟକ୍ଷ ଦିବ୍ୟକିଶୋର ପ୍ରଧାନ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଶ୍ରେÂ ଛାତ୍ରଛାତ୍ରୀ ସୃଷ୍ଟି ଅବିନାଶ ମହାପାତ୍ର, ସୁଲୋଚନା ଟୁଡୁ, ଶ୍ରାବଣୀ ମିଶ୍ର, ସ୍ୱାଗତ ମିଶ୍ର, ଶୁଭଶ୍ରୀ ସେନାପତି, ପିୟୁଷ ଦେଓବର୍ମା, ଅମନ ପାତ୍ରଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ । ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।
Comments are closed, but trackbacks and pingbacks are open.