ଜୟପୁର,(ବି.ବି.ନୁ୍ୟଜ୍): ମହିଳାଙ୍କୁ ଗରମପାଣି ଫିଙ୍ଗି ହତ୍ୟା କରିବାକୁ ଉଦ୍ୟମ ମାମଲାରେ ଗିରଫ ହୋଇଛନ୍ତି ଅଭିଯୁକ୍ତ ସ୍ୱାମୀ-ସ୍ତ୍ରୀ । ଗିରଫ ଦମ୍ପତ୍ତି ହେଲେ ଆମ୍ବାଗୁଡା ଫାଣ୍ଡି ବଡମଣ୍ଡାପଦର ଗାଁର ଗୋପାଳ ଗଣ୍ଡା ଓରଫ ପାତ୍ର(୩୭) ଏବଂ ତାଙ୍କ ସ୍ତ୍ରୀ ସବିତା ଗଣ୍ଡା(୩୨) । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଗତ ଜାନୁଆରୀ ୨୫ ତାରିଖ ରାତି ପ୍ରାୟ ସାଢେ ୮ଟାରେ ଗୋପାଳଙ୍କ ଦ୍ୱିତୀୟ ସ୍ତ୍ରୀ ଅଞ୍ଜନା ହରିଜନ ଓରଫ ଗଣ୍ଡା ପଦାକୁ ବାହାରିଥିଲେ । ଏହି ସମୟରେ ପଡିଶା ଘରେ ରହୁଥିବା ସଉତୁଣୀ ସବିତା ହଠାତ୍ ତାଙ୍କ ଉପରକୁ ଗରମ ପାଣି ଫିଙ୍ଗି ଦେଇଥିଲେ । ଯନ୍ତ୍ରଣାରେ ଛଟପଟ ହୋଇ ସବିତା ଚିକ୍ରାର କରିଥିଲେ । ପାଟି ଶୁଣି ଅଞ୍ଜନାଙ୍କ ଶାଶୂ-ଶ୍ୱଶୁର(ଗୋପାଳଙ୍କ ବାପା-ମାଆ) ଏବଂ ଅନ୍ୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ପ୍ରଥମେ ରାବଣାଗୁଡା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଗରମ ପାଣି ପଡ଼ି ଅଞ୍ଜନାଙ୍କ ଶରୀରର ଅଧା ଅଂଶ ପୋଡ଼ି ଯାଇଥିଲା । ପରଦିନ ଏ ସମ୍ପର୍କରେ ଅଞ୍ଜନାଙ୍କ ମା’ ରାଧାମଣି ହରିଜନ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଝିଅକୁ ଜୀବନରେ ମାରିଦେବାକୁ ଉଦ୍ୟମ ହୋଇଥିବା ଦର୍ଶାଇ ଉପଯୁକ୍ତ ଦଣ୍ଡ ଦେବାକୁ ନିବେଦନ କରିଥିଲେ । ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଘଟଣା ପରଠୁ ଉଭୟ ଗୋପାଳ ଏବଂ ସବିତା ଫେରାର ଥିଲେ । ସେମାନେ ଆଜି ଘରେ ଥିବା ଜାଣିବାକୁ ପାଇ ଚଢଉ କରିଥିଲା ପୁଲିସ୍ ।
Comments are closed, but trackbacks and pingbacks are open.