ନୀଳଗିରି: ନୀଳଗିରି ବ୍ଲକ ଅଧିନ ଜଡ଼ିବାଲି ଅଞ୍ଚଳରେ ଗରମ ତରକାରୀରେ ପଡି ଜଣେ ବର୍ଷକର ଶିଶୁ କନ୍ୟା ଗୁରୁତର ହୋଇଛନ୍ତି। ଭଉଁରିଆବାଡ଼ ପଞ୍ଚାୟତ ଅଧିନ ଏହି ଗ୍ରାମର ଆଜି ରାତ୍ର ୮ ଟା ୩୦ ମିନିଟ ସମୟରେ ଚନ୍ଦନ ସିଂଙ୍କ ବର୍ଷକର ଶିଶୁକନ୍ୟା ଭୂମି ଖେଳୁଥିବା ବେଳେ ଚୁଲିରେ ଥିବା ଗରମ ତରକାରୀରେ ପଡିଯାଇଥିଲେ। ଏହି ସମୟରେ କନ୍ୟାଟିର ମାଆ ରୋଷେଇ କରୁଥିଲେ। ତାଙ୍କୁ ଗୁରୁତର ଭାବେ ୧୦୮ ଆମ୍ବୁଲାନ୍ସରେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶିଶୁ କନ୍ୟାଟିର ପିଠି, ବେକ, ହାତ, ଗୋଡ଼ ପୋଡିରେ ଗରମ ତରକାରୀ ପଡି ପୋଡ଼ି ହୋଇଯାଇଥିବା ସୂଚନା ମିଳିଛି।
Comments are closed, but trackbacks and pingbacks are open.