ଗର୍ଭବତୀ ମହିଳା ଧମକ ଦେଇ ଯୁବକ ଗିରଫ

Get real time updates directly on you device, subscribe now.

ରାଇରଙ୍ଗପୁର : ଜଣେ ମହିଳାଙ୍କ ଘରେ ଜୋର ଜୋବରଦସ୍ତ ପଶି ଦୁଷ୍କର୍ମ କରିବା ଏବଂ ଘଟଣା ପ୍ରଘଟ କଲେ ଗମ୍ଭୀର ପରିଣାମ ଭୋଗିବା ଧମକ ଦେଇ ଯୁବକ ଗିରଫ। ଏପରି ଘଟଣା ଘଟିଛି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଡାଡିହା ଗ୍ରାମ ରେ।
ସୂଚନା ଅନୁଯାୟୀ ଗତ ୧୧ ତାରିଖ ରାତିରେ ପୋଡାଡିହା ଗ୍ରାମର ବାବୁଲୁ ସିଂ ନାମକ ଜଣେ ଯୁବକ ଜଣେ ମହିଳାଙ୍କ ଘରେ ପଶି ଜଣେ ଗର୍ଭବତୀ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିଲା। ଘଟଣା ପ୍ରକାଶ କଲେ ପରିଣାମ ଭଲ ହବ ନାହିଁ ବୋଲି ଧମକ ଦେଇଥିଲେ। ତେବେ ମହିଳା ଜଣଙ୍କ ଭୟଭୀତ ନ ହୋଇ ଥାନାରେ ଅଭିଯୋଗ କରିଥିଲେ। ରାଇରଙ୍ଗପୁର ଗ୍ରାମାଞ୍ଚଳ ପୁଲିସ ୧୪୬/୨୦ରେ କେଶ ପଞ୍ଜିକୃତ କରିବା ସହିତ ଅଭିଯୁକ୍ତ ବାବୁଲୁ ସିଂ କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons