ଚନ୍ଦାହାଣ୍ଡି,(ବି.ବି.ନୁ୍ୟଜ୍): ସାପ୍ତାହିକ ହାଟ ସାରି ଜଙ୍ଗଲ ରାସ୍ତା ଦେଇ ଫେରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ଗଳାକାଟି ନିର୍ମମ ଭାବେ ହତ୍ୟା କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଚନ୍ଦାହାଣ୍ଡି ଥାନା ପାଟଖଲିଆ ପଞ୍ଚାୟତ ଜାମପାଣି ଗାଁରେ । ମୃତକ ହେଲେ ଶ୍ୟାମ ସାନ୍ତା(୫୫) । ଆଜି ସକାଳେ ଚନ୍ଦାହାଣ୍ଡି ପୁଲିସ୍ ମୃୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏ ନେଇ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ଅଭୟ କୁମାର ବେହେରା କହିଛନ୍ତି । ଏହି ଅଞ୍ଚଳ ମାଓ ଅଧ୍ୟୁଷିତ ହୋଇଥିବାରୁ ହତ୍ୟାପଛରେ ମାଓବାଦୀଙ୍କ ହାତଥିବା ସନେ୍ଦହ କରାଯାଉଛି । ଗାଁରେ ଏହା ପ୍ରଥମ ଘଟଣା ହୋଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।
ପୁଲିସ୍ ସୂଚନା ଅନୁଯାୟୀ, ଜାମପାଣି ଗାଁର ଶ୍ୟାମ ଶନିବାର ସକାଳେ ଝରିଗାଁ ସାପ୍ତାହିକ ହାଟକୁ ଯାଉଛି କହି ଘରୁ ବାହାରିଥିଲେ । ହାତୀବାଡି ଗାଁରୁ ବସ୍ ଯୋଗେ ସାପ୍ତାହିକ ହାଟକୁ ଯାଇଥିଲେ । ସନ୍ଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ତାଙ୍କ ପୁଅ ଲଦା ସାନ୍ତା ପାଖ ପଡୋଶୀଙ୍କୁ ବାପାଙ୍କ ବିଷୟରେ ପଚାରିଥିଲେ । ପରେ ବାପାଙ୍କୁ ଖୋଜିବା ଲାଗି ଗାଁ ନିକଟ ଜଙ୍ଗଲ ରାସ୍ତାରେ ବାହାରିଥିଲେ । ଗାଁଠାରୁ ୨ କିଲୋମିଟର ଦୂରରେ ବେକକଟା ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ବାପା ମରିପଡିଥିବା ଦେଖିବାକୁ ପାଇଥିଲେ । ଗ୍ରାମବାସୀ ଖବରପାଇ ସେଠାରେ ପହଞ୍ଚି ପୁଲିସ୍କୁ ଖବର ଦେଇଥିଲେ । ରାତି ହୋଇଯାଇଥିବାରୁ ପୁଲିସ୍ ଯାଇପାରି ନଥିଲା । ଆଜି ସକାଳେ ଥାନା ଅଧିକାରୀ ଶ୍ରୀ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତନାଘନା ଆରମ୍ଭ କରିଥିଲା । ତେବେ କେଉଁ କାରଣରୁ ଶ୍ୟାମଙ୍କୁ ହତ୍ୟା କରାଯାଇଛି ସେ ସମ୍ପର୍କରେ ଜଣାପଡିନାହିଁ ।
ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ କହିଛି । ଶ୍ୟାମଙ୍କ ପୁଅ ଲଦାଙ୍କ କହିବା ପ୍ରକାରେ ତାଙ୍କ ବାପାଙ୍କ ସହିତ କାହାର ଶତ୍ରୁତା ନଥିଲା । ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁÂାନ ନେବାକୁ ସେ ଦାବି କରିଛନ୍ତି । ଏହି ଅଞ୍ଚଳ ମାଓବାଦୀ ଅଧ୍ୟୁଷିତ ହୋଇଥିବା ବେଳେ ଗଳାକାଟି ବୃଦ୍ଧଙ୍କୁ ହତ୍ୟା କରାଯାଇଥିବାରୁ ଏହା ମାଓବାଦୀଙ୍କ କାମ ହୋଇଥାଇପାରେ ବୋଲି ଗ୍ରାମବାସୀ ସନେ୍ଦହ କରୁଛନ୍ତି । ତେବେ ଘଟଣାସ୍ଥଳରେ କୌଣସି ମାଓପୋଷ୍ଟର କିମ୍ବା ହାତଲେଖା ଚିଠି ନଥିବାରୁ ହତ୍ୟାକାଣ୍ଡ ପଛରେ କାହାର ହାତ ରହିଛି ତାହା ସ୍ପଷ୍ଟ ହୋଇପାରିନି । ପୁଲିସ୍ ତଦନ୍ତ ଜାରି ରଖିଛି ।
Comments are closed, but trackbacks and pingbacks are open.