ଗଳା କଟା ମୁମୂର୍ଷୁ ଯୁବତୀ ଉଦ୍ଧାର:ଅମାବାସ୍ୟାରେ ବଳି ଉଦ୍ୟମ!

Get real time updates directly on you device, subscribe now.

ବେଲପାହାଡ଼,(ବି.ବି.ନ୍ୟୁଜ୍): ଝାରସୁଗୁଡ଼ା ବେଲପାହାଡ଼ ପୌରାଞ୍ଚଳ ଜୁନାଡିହି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ୧୮ବର୍ଷିୟା ଯୁବତୀଙ୍କୁ ଗଳା କଟା ଅବସ୍ଥାରେ ଉଦ୍ଧାର କରାଯାଇଛି । ଯୁବତୀଙ୍କୁ ଟିଆର୍ଏଲ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାଟି ସନ୍ଦେହଘେରରେ ରହିଛି । ଗତକାଲି ରାତିରେ କେହି ଜଣେ ଧାରୁଆ ଅସ୍ତ୍ରରେ ବେକକୁ କାଟିଥିବା ଯୁବତୀ ଜଣକ ଅସ୍ପଷ୍ଟ ଭାବେ କହୁଛନ୍ତି । ଘରଲୋକଙ୍କ କହିବାନୁଯାୟୀ ଭୋର ସକାଳେ ଝିଅକୁ ରକ୍ତ ଜୁଡ଼ୁବୁଡ଼ୁ ମୁମୂର୍ଷୁ ଅବସ୍ଥାରେ ପାଇ ସଙ୍ଗେସଙ୍ଗେ ଟିଆର୍ଏଲ୍ କ୍ରୋସାକି ଡାକ୍ତରଖାନା ଆଣିଥିଲେ । ଗତକାଲି ଅମାବାସ୍ୟା ଥିବାରୁ ଯୁବତୀଙ୍କ ବେକ କାଟି ବଳି ଦେବାକୁ ଉଦ୍ୟମ ହୋଇଥିବା ଚର୍ଚ୍ଚା ହେଉଛି । ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ଗୁରୁତର ଯୁବତୀ ଜଣକ ସ୍ପଷ୍ଟ ଭାବେ ପ୍ରକୃତ ଘଟଣା କହି ପାରୁନାହାନ୍ତି । ଅସ୍ପଷ୍ଟ ଭାବେ କହିବାନୁଯାୟୀ ତାଙ୍କୁ ଜଣେ ମହିଳା ଚେତାଶୂନ୍ୟ କରି ରେଳଲାଇନ କଡ଼କୁ ରାତିରେ ନେଇଯାଇଥିଲା । ହେଲେ ସେଠାରୁ ସେ କୌଣସି ପ୍ରକାରେ ମୁକୁଳି ଆସିଥିଲେ । ପରେ ସଂପୃକ୍ତ ମହିଳା ଘରକୁ ଆସି ଗଳାରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଘର ଲୋକଙ୍କ ଅନୁଯାୟୀ ଆଜି ଭୋର ସକାଳେ ଝିଅ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲା । ସଙ୍ଗେସଙ୍ଗେ ତାକୁ ଟିଆର୍ଏଲ୍ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତର ଅସ୍ତ୍ରୋପଚାର କରି ରକ୍ତସ୍ରାବ ବନ୍ଦ କରିଥିଲେ । ଯୁବତୀଙ୍କ ଚେତା ଫେରିନଥିବାରୁ କିଛି ଜଣାପଡ଼ିନାହିଁ । ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ । ସମ୍ପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇନଥିବାରୁ ପୁଲିସ୍ ତଦନ୍ ମଧ୍ୟ ଆଗକୁ ବଢ଼ିପାରୁନି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons