ଗଳି ପଡ଼ିଲା ରେଳ ଫାଟକ

Get real time updates directly on you device, subscribe now.

ପାରାଦୀପ,(ବି.ବି.ନୁ୍ୟଜ୍): ପାରାଦୀପ ବନ୍ଦର ୪ ନମ୍ବର ଗେଟ୍ ସାମ୍ନାରେ ଥିବା ରେଳ ଫାଟକର ଗେଟ୍ ଆଜି ହଠାତ୍ ଗଳି ପଡ଼ିଥିଲା । ଏଥିରେ କେହି ଆହତ ହୋଇ ନ ଥିଲେ ମଧ୍ୟ ଏହା ବନ୍ଦରର ମୁଖ୍ୟ ଓ ସବୁଠୁ ବ୍ୟସ୍ତବହୁଳ ରାସ୍ତା ହୋଇଥିବାରୁ ଏଭଳି ଦୁର୍ଘଟଣାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମାତ୍ର ୬ମାସ ତଳେ ନିର୍ମାଣ ହୋଇଥିବା ଏହି ରେଳ ଫାଟକର ନିର୍ମାଣର ମାନ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଯଦିଓ ଏହାକୁ ମରାମତି କରିବାକୁ ସଙ୍ଗେ ସଙ୍ଗେ ପ୍ରୟାସ କରାଯାଇଛି କିନ୍ତୁ ଠିକା କାମ କରିବା ବେଳେ କାମର ମାନକୁ ମଧ୍ୟ ଠିକ୍ ଭାବେ ଯାଞ୍ଚ କରିବାର ଆବଶ୍ୟକତା ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons