ଗାଁକୁ ରାସ୍ତା ନାହିଁ :ଦୋଳାରେ ଡାକ୍ତରଖାନା ଗଲେ ବୃଦ୍ଧା

Get real time updates directly on you device, subscribe now.

ବାଲିଗୁଡ଼ା,(ବି.ବି.ନ୍ୟୁଜ୍): ମାତ୍ର ୫ ଦିନ ପରେ କନ୍ଧମାଳରେ ପୁଣି ସମାନ ଘଟଣା ଦେଖିବାକୁ ମିଳିଛି । ୧୫ କିଲୋମିଟର ଜଣେ ଅସୁସ୍ଥ ବୃଦ୍ଧାଙ୍କୁ ଦୋଳାରେ ବୋହିକି ନିଆଯାଇଛି । କୋଟଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଚିକିତ୍ସା ଜାରି ରହିଥିବା ଡାକ୍ତର ଜ୍ୟୋତି ସର୍ଦ୍ଦାର ସୂଚନା ଦେଇଛନ୍ତି ।
ସାର୍ତୁଲ ପଞ୍ଚାୟତ ପାଙ୍ଗାଲପଦର ଗ୍ରାମ କାକାମାହା ସାହିର ବଚ୍ଛ ରୁପାମାଝିଙ୍କ ସ୍ତ୍ରୀ ମାର୍ଲାଙ୍ଗି (୬୫) କିଛି ଦିନ ହେଲା ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ରହିଛନ୍ତି । ଘଞ୍ଚ ପାହାଡ଼ ଘେରରେ ରହିଛି ଏହି ପାଙ୍ଗାପଦର ଗ୍ରାମ । ଗାଁ କହିଲେ ୩୦ ପରିବାର ରହୁଛନ୍ତି । ଗାଁ ଠାରୁ କୋଟଗଡ଼ ୧୫ କିଲୋମିଟର । ଗାଁକୁ ଭଲ ରାସ୍ତା ତ ଦୂର କଥା ଚାଲିକି ମଧ୍ୟ ଯିବା ପାଇଁ ରାସ୍ତାଟିଏ ନାହିଁ । ଏହି ଗ୍ରାମକୁ ଯିବାପାଇଁ ଭଲରାସ୍ତା ନଥିବାରୁ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରେ ନାହିଁ । ପିଡିଏସ୍ ଚାଉଳ ଗାଡ଼ି ଭଳି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ମୁଖ୍ୟ ସମସ୍ୟା ରହିଛି । ମାର୍ଲାଙ୍ଗିଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯିବାରୁ କୋଟଗଡ଼ ଡାକ୍ତରଖାନାକୁ ପରିବାର ଲୋକେ ଦୋଳାରେ ବୋହିକି ନେଉଥିବା ଆଜି ସକାଳୁ ଦେଖିବାକୁ ମିଳିଥିଲା । ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ଚିକିତ୍ସା ଆରମ୍ଭ କରିଛନ୍ତି । ରକ୍ତ ନମୁନା ପରୀକ୍ଷା କରାଯିବା ସହ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଡାକ୍ତର କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons