‘ଗାଁରେ ପାଦ ଦେଲେ କିରୋସିନି ଢ଼ାଳି ଜାଳି ଦେବୁ’

Get real time updates directly on you device, subscribe now.

କରଞ୍ଜିଆ,(ବି.ବି.ନୁ୍ୟଜ୍): କରୋନା ହଟସ୍ପଟ ପାଲଟିଥିବା ଯାଜପୁରରୁ ଫେରିଥିବାରୁ ଗାଁରେ ପଶିପାରୁ ନାହାନ୍ତି ୨ ମହିଳାଙ୍କ ସମେତ ୫ ଶ୍ରମିକ । ଗାଁରେ ପାଦ ଦେଲେ କିରୋସିନି ଢ଼ାଳି ଜାଳି ଦିଆଯିବ ବୋଲି ସେମାନଙ୍କୁ ଧମକ ଦିଆଯାଉଛି । ତେଣୁ ଭୟରେ ଗାଁରେ ନ ପଶି ମୁଣ୍ଡ ଗୁଞ୍ଜିବାକୁ ଜାଗା ଦେବାକୁ ପ୍ରଶାସନକୁ ସେମାନେ ଗୁହାରି କରିଛନ୍ତି । ଏପରିକି ସେମାନଙ୍କୁ ପଞ୍ଚାୟତ କରେଣ୍ଟଟାଇନ୍ ସେଣ୍ଟରରେ ରଖିବାକୁ ସେମାନେ ନିଜ ଆଡୁ ଦାବି କରିଛନ୍ତି । କିନ୍ତୁ କେିହ କିଛି ବୁଝୁନାହାନ୍ତି । ଲକ୍ଡାଉନ୍ ବେଳେ ଏପରି କରୁଣ ଚିତ୍ର ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ । କାମଧନ୍ଦା କରି ପେଟ ପୋଷିବା ନିମନ୍ତେ ଏହି ୫ ଜଣ ପୁରୁଷ ଓ ମହିଳା ୨ ମାସ ତଳେ ଯାଜପୁର ଜିଲ୍ଲାକୁ ଯାଇଥିଲେ । ସେଠାରେ ଜଣେ ଠିକାଦାରଙ୍କ ପାଖରେ ରହି କାମ କରୁଥିଲେ । ତେବେ ହଠାତ୍ କରୋନା ପାଇଁ ସରକାରୀ କଟକଣା ଜାରି ହେବାରୁ ବିନା କାମରେ ସେଠାରେ ଫସି ରହିଥିଲେ । ରହିବା ଓ ଚଳିବାରେ ସମସ୍ୟା ହେବାରୁ ସମ୍ପୃକ୍ତ ଠିକାଦାର ସେମାନଙ୍କୁ କରଞ୍ଜିଆ ବ୍ଲକ ସାନରାମଚନ୍ଦ୍ରପୁରସ୍ଥିତ ସେମାନଙ୍କ ଘରକୁ ପଠାଇବାର ବ୍ୟବସ୍ଥା କରିଥିଲେ । କିନ୍ତୁ ଗାଁରେ ପହଞ୍ଚିବା ପାଇଁ ଆଉ ଅଳ୍ପବାଟ ଥିବାବେଳେ ହଠାତ୍ ଆସିଲା ଧମକ । ଭୁଲରେ ଗାଁକୁ ଆସିଲେ କିରୋସିନି ଢ଼ାିଳ ଜାଳିଦେବୁ ବୋଲି କହିଥିଲେ କିଛି ଗ୍ରାମବାସୀ । ଫଳରେ ବାଧ୍ୟହୋଇ କରଞ୍ଜିଆ ଥାନାର ଦ୍ୱାରସ୍ଥ ହୋଇଥିଲେ ଏହି ଶ୍ରମିକମାନେ । ସବୁ ଶୁଣିବା ପରେ ଥାନା ଅଧିକାରୀ ସେମାନଙ୍କୁ ଉପଜିଲ୍ଲାପାଳଙ୍କ ପାଖକୁ ପଠାଇ ଦେଇଥିଲେ । ଉପଜିଲ୍ଲାପାଳ ସବୁ ଶୁଣି ସେମାନଙ୍କୁ ବିଡିଓ ଓ ବିଡିଓସେମାନଙ୍କୁ ତହସିଲଦାରଙ୍କ ପାଖକୁ ପଠେଇ ଦେଇଥିଲେ । କିନ୍ତୁ ସେମାନେ କେଉଁଠି କରେଣ୍ଟଟାଇନ୍ରେ ରହିବେ ସେ ବାବଦରେ କେହି କିଛି କହି ନଥିଲେ । ତେଣୁ ସେମାନେ ଶନିବାର ରାତିତମାମ ଉପଜିଲ୍ଲାପାଳଙ୍କ ଅଫିସ ପରିସରରେ ଓ ରବିବାର କରଞ୍ଜିଆ ବସ୍ଷ୍ଟାଣ୍ଡର ଯାତ୍ରୀ ପ୍ରତୀକ୍ଷାଳୟରେ ରହିଥିଲେ । ସେମାନଙ୍କ ନିମନ୍ତେ ଖାଇôା ବ୍ୟବସ୍ତା କରାଯାଇଥିଲେ ମଧ୍ୟ ରହିବା ବ୍ୟବସ୍ଥା କରାଯାଉନଥିବାରୁ ସେମାନେ ବହୁ ହଇରାଣ ହେଉଥିବା ଏହି ଶ୍ରମିକମାନେ କ୍ଷୋଭର ସହ କହିଛନ୍ତି । ଏନେଇ କରଞ୍ଜିଆ ବିଡିଓଙ୍କୁ ପଚାରିବାରୁ ସ୍ଥାନୀୟ ପଞ୍ଚାୟତ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ ବୋଲି କହିଥିଲେ । ସେପଟେ ସ୍ଥାନୀୟ ଉପଜିଲ୍ଲାପାଳ ଘଟଣା ନେଇ କିଛି ଜାଣିନଥିବା କହିଥିଲେ । ବାହାରୁ ଫେରିଥିବା ଲୋକଙ୍କ ରହିବା ନିମନ୍ତେ ପଞ୍ଚାୟତ କରେଣ୍ଟଟାଇନ୍ ବ୍ୟବସ୍ଥା କରାଯାଉଥିବା ବେଳେ ଏହି ଶ୍ରମିକମାନଙ୍କୁ ଗାଁରେ ପଶାଇ ଦିଆନଯିବା ଦୁଃଖର ବିଷୟ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons