ଗାଁରେ ରାଜନୈତିକ ହିଂସା: ଅଭିଯୁକ୍ତଙ୍କ ଗିରଫ ଦାବିରେ ଥାନା ଅଧିକାରୀଙ୍କୁ ସ୍ମାରକପତ୍ର

Get real time updates directly on you device, subscribe now.

ଦିଗପହଣ୍ଡି: ଦିଗପହଣ୍ଡି ବ୍ଳକ ଜକର ଗାଁରେ ଦିନକୁ ଦିନ ରାଜନୈତିକ ହିଂସା ଉଗ୍ର ହେବାର ଲାଗିଛି। ଗତ ରବିବାର ରାଜନୈତିକ ଆକ୍ରୋଶରୁ ଗ୍ରାମର ବାବୁଲା ରେଡ୍ଡୀଙ୍କୁ ପ୍ରତିପକ୍ଷ ଗୋଷ୍ଠୀର କିଛି ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।
ଆକ୍ରମଣକାରୀମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଗୁରୁବାର ବହୁ ସଂଖ୍ୟକ ବ୍ୟକ୍ତି କେ. ନୂଆଗାଁ ଥାନାରେ ପହଞ୍ଚି ଥାନା ଅଧିକାରୀ ମାଧବାନନ୍ଦ ନାୟକଙ୍କ ଅନୁପସ୍ଥିତିରେ ଏସ ଆଇ ଶିଶିର ସାହାଣୀଙ୍କୁ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ବାବୁଲାଙ୍କ ସ୍ତ୍ରୀ ବାସନ୍ତୀ ରେଡ୍ଡୀ ଏ ନେଇ ଏତଲା ମଧ୍ୟ ଦେଇଛନ୍ତି। ଏତଲାକୁ ଭିତ୍ତିକରି ଥାନା ମାମଲା ନଂ.୨୪୮/୨୦ ଅନୁଯାୟୀ ଅଭିଯୁକ୍ତମାନଙ୍କ ବିରୋଧରେ ପୋଲିସ ମକଦ୍ଦମା ରୁଜୁ କରିଥିଲେ। ହେଲେ ଏପର୍ୟ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ।
ଅଭିଯୁକ୍ତମାନେ ନିର୍ଭୟରେ ଗାଁରେ ବୁଲୁଥିବା ସ୍ମାରକପତ୍ରରେ ଉଲ୍ଲେଖ ରହିଛି। ଏ ନେଇ ଥାନା ଆଇ ଆଇ ସିଙ୍କୁ ପଚାରିବାରୁ ଉଭୟ ପକ୍ଷଙ୍କ ଏତଲା କ୍ରମେ ମକଦ୍ଦମା ରୁଜୁ କରାଯାଇ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons