ଗାଁ ଦାଣ୍ଡରେ କରୋନା ଯୋଦ୍ଧାଙ୍କୁ ମାଡ଼, ଅଶ୍ଳୀଳ ଆଚରଣ

Get real time updates directly on you device, subscribe now.

କୋଣାର୍କ : କରୋନା ଯୋଦ୍ଧାଙ୍କୁ ଆକ୍ରମଣ । ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ବୀରତୁଙ୍ଗ ପଞ୍ଚାୟତର ଘଟଣା । ଆଜି ସକାଳେ ଗାଁ ପଞ୍ଚାୟତର ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀଙ୍କୁ ସେହି ଗାଁର ଜଣେ ଯୁବକ ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରିବା ସହିତ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ଗୋପ ଥାନାରେ ଅଭିଯୋଗ ହୋଇଛି । ମାଡ଼ ମାରିଥିବା ଯୁବକ ସେହି ଗ୍ରାମର ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯେ, ବୀରତୁଙ୍ଗ ପଞ୍ଚାୟତର ଜଣେ ବ୍ୟକ୍ତି ଗତକାଲି ଭୁବନେଶ୍ବରରେ ମୃତ୍ୟୁ ହୋଇଥିଲା । ମୃତ ବ୍ୟକ୍ତିଙ୍କ ପରିବାର ସଦସ୍ୟ ମାନେ ରାତିରେ ଘରକୁ ଫେରିବା ପରେ, ଆଜି ସକାଳେ ଏହି ପଞ୍ଚାୟତର ଅଙ୍ଗନବାଡ଼ି କର୍ମୀ ପୁଷ୍ପାଞ୍ଜଳି ପାଳ ଓ ଆଶାକର୍ମୀ ଲିଲି ବେହେରା ଏହି ପରିବାର ସଦସ୍ୟଙ୍କ କିପରି ମୃତ୍ୟୁ ହେଲା ପଚାରିବାକୁ ଆସିଥିଲେ । କିନ୍ତୁ ସଙ୍ଗେ ସଙ୍ଗେ ସେହି ଗ୍ରାମର ଜଣେ ଯୁବକ ହଠାତ୍ ଏକ ଠେଙ୍ଗାରେ ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା । ଘଟଣା ପରେ ଦୁଇ କରୋନା ଯୋଦ୍ଧା ଗୋପ ଥାନାରେ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons