ଗାଁ ଧାଣ୍ଡରେ ପିଟିପିଟି ମାରିଧେଲେ

Get real time updates directly on you device, subscribe now.

ମାଲକାନଗିରି(ବି.ବି.ନୁ୍ୟଜ୍): ଗୁଣିଆ ସନେ୍ଦହରେ ଜଣେ ବ୍ୟକ୍ତିଙ୍କୁ ଗାଁ ଲୋକେ ସର୍ବ ସମ୍ମୁଖରେ ପିଟିପିଟି ହତ୍ୟା କରିଛନ୍ତି । ଅନ୍ଧବିଶ୍ୱାସ ଓ କୁସଂସ୍କାରର ଏହି ବର୍ବର ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଧେଇଛି । ଏମିତି ଘଟଣାର ଶିକାର ହୋଇଛନ୍ତି ଇର୍ମା କାର୍ତ୍ତାମୀ ।
ନିଜ ପତ୍ନୀଙ୍କ ସମ୍ମୁଖରେ ଗାଁଲୋକେ ତାଙ୍କୁ ହତ୍ୟା କରିଛନ୍ତି । ଏ ଅମାନବୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଚିତ୍ରାଙ୍ଗପାଲି ପଞ୍ଚାୟତର ଅନ୍ତାଗୁଡା ଗାଁରେ । ମୃତକ ଇର୍ମା କାର୍ତ୍ତାମୀଙ୍କୁ ୧୦ରୁ ଅଧିକ ଲୋକ ରାତିରେ ଘରୁ ଡାକି ନେଇଥିଲେ । ସେମାନେ ତାଙ୍କୁ ହତ୍ୟା କରିଥିଲେ । ଆଜି ପୁଲିସ ମୃୃତଧେହ ଜବତ କରି ବ୍ୟବଚ୍ଛେଧ ପାଇଁ ମେଡିକାଲ୍କୁ ପଠାଇଛି । ହତ୍ୟା ସନେ୍ଦହରେ ଗାଁର ୪ଜଣ ଯୁବକଙ୍କୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସୋମା ମାଢି, ଇର୍ମା ମାଢି, ଜଗା କାର୍ତ୍ତାମୀ, ପଧିଆ ବେଟୀ । ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଇରା ବେଟୀ, ଧୁଲା ସୋଡି, କଷା ମାଝୀ, ପଧ୍ମ ମାଝୀ, ଧେବା ମାଢି ଓ ଗଙ୍ଗା ସୋଡ଼ି ପ୍ରମୁଖ ୬ଜଣ ଫେରାର୍ ହୋଇ ଯାଇଥିବା ପୁଲିସ କହିଛି । ଇର୍ମାଙ୍କ ପତ୍ନୀ ଯୋଗୀ କାର୍ତ୍ତାମୀଙ୍କ ଏତଲାକୁ ଭିତ୍ତିକରି ପୁଲିସ ତଧନ୍ତ ଚଳାଇଛି । ହତ୍ୟାରେ ବ୍ୟବହୃୃତ ଠେଙ୍ଗା ଓ କାଠଫାଳିଆ ଜବତ ହୋଇଛି । ଏ ହତ୍ୟା ଘଟଣା ସମଗ୍ର ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି ।
ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଇର୍ମା ପୂର୍ବରୁ ଗୁଣିକରି ଗାଁ ଲୋକଙ୍କୁ ମାରୁଥିବା ଗ୍ରାମବାସୀ ସନେ୍ଦହ କରୁଥିଲେ । ଏହାକୁ ନେଇ ସେମାନଙ୍କ ମନରେ ହିଂସା କୁହୁଳୁଥିଲା । ଶନିବାର ରାତି ୮ଟା ବେଳେ ଗାଁର ୧୦ଜଣ ଯୁବକ ଇର୍ମାଙ୍କୁ ଘରୁ ଡ଼ାକି ନେଇଥିଲେ । ଗାଁ ଧାଣ୍ଡରେ ପତ୍ନୀ ଓ ୱାର୍ଡମେମ୍ବରଙ୍କ ସମ୍ମୁଖରେ ଠେଙ୍ଗା ଓ କାଠ ଫାଳିଆରେ ପିଟିପିଟି ସେମାନେ ଇର୍ମାଙ୍କୁ ହତ୍ୟା କରିଥିଲେ । ଏ ସମ୍ପର୍କରେ ଇର୍ମାଙ୍କ ପତ୍ନୀ ଯୋଗୀ ପୋଟେରୁ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ଏତଲାରେ ଗାଁର ସୋମା ମାଢି, ଇର୍ମା ମାଢି, ଜଗା କାର୍ତ୍ତାମୀ, ପଧିଆ ବେଟୀ, ଇରା ବେଟୀ, ଧୁଲା ସୋଡି, କଷା ମାଝୀ, ପଧ୍ମ ମାଝୀ, ଧେବା ମାଢି ଓ ଗଙ୍ଗା ସୋଡ଼ି ପ୍ରମୁଖ ତାଙ୍କ ସ୍ୱାମୀଙ୍କୁ ଡାକିନେଇ ହତ୍ୟା କରିଥିବା ଉଲ୍ଲେଖ ରହିଛି । କାଲିମେଳା ଥାନା ଭାରପ୍ରାପ୍ତ ଅଧିକାରୀ ଶେଷଧେବ ବେହେରାଙ୍କ ନେତୃତ୍ୱରେ ଏସ୍ଆଇ ସୋମନାଥ ଧଳବେହେରା, ଏଏସ୍ଆଇ ଗୋବିନ୍ଦଚନ୍ଦ୍ର ପାତ୍ର, ମନୋଜ ସାହୁ ଓ ଅନ୍ୟ କର୍ମଚାରୀମାନେ ଗାଁରେ ପହଞ୍ଚି ମୃତଧେହ ଓ ହତ୍ୟାରେ ବ୍ୟବହୃତ ଠେଙ୍କା ଏବଂ କାଠଫାଳିଆ ଜବତ କରିଥିଲେ । ପରେ ମୃତଧେହକୁ ବ୍ୟବଚ୍ଛେଧ ପାଇଁ କାଲିମେଳା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଅନ୍ୟ ୬ ଅଭିଯୁକ୍ତଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି । ଥାନାରେ ୨୦୬/୧୯ରେ ଏକ ହତ୍ୟା ମାମଲା ରୁଜୁ କରି ତଧନ୍ତ ଚାଲିଥିବା ଅଧିକାରୀ ଶ୍ରୀ ବେହେରା କହିଛନ୍ତି । ଖୁବ୍ଶୀଘ୍ର ଫେରାର୍ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି ।
ସୂଚନା ଥାଉକି ପୂର୍ବରୁ ନଭେମ୍ବର ୨୯ରେ ଚିତ୍ରାଙ୍ଗପାଲ୍ଲୀ ପଞ୍ଚାୟତ ଓରେଲ୍ଗୁଡା ଗାଁର ଜଗା କବାସୀ(୪୦)ଙ୍କୁ ଗୁଣି ସନେ୍ଦହରେ ଘରୁ ଡାକିନେଇ ଧୁର୍ବୃୃତ୍ତମାନେ ପିଟି ପିଟି ହତ୍ୟା କରିଥିଲେ । ଏହି ମାମଲାରେ ୩ଜଣଙ୍କୁ ପୁଲିସ୍ ଗରଫ କରି କୋର୍ଟ ଚାଲାଣ କରିଥିଲା । ସେହିପରି ଗତ ଅଗଷ୍ଟ ୫ରେ କାଲିମେଳା ଥାନା ତେଲରାଇ ପଞ୍ଚାୟତ ଇର୍ମାଗୁଡା ଗାଁର ନକା କବାସୀ(୬୦)ଙ୍କୁ ଗୁଣି ସନେ୍ଦହରେ ପିଟି ପିଟି ହତ୍ୟା କରା ଯାଇଥିଲା । ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ଲାଗି ଅଭିଯୁକ୍ତମାନେ ନକାଙ୍କ ମୃତଧେହକୁ ଗାଁ ପାଖ ଜଙ୍ଗଲରେ ପୋତି ଧେଇଥିଲେ । ୨୦ ଧିନ ପରେ ଏହି ଘଟଣା ପଧାକୁ ଆସିବା ପରେ ଏମ୍ଭି-୭୯ ପୁଲିସ୍ ପୋତା ଯାଇଥିବା ଶବକୁ ଉଦ୍ଧାର କରି ଅସ୍ଥି ଓ ପାଉଁଶ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲା । ଉକ୍ତ ହତ୍ୟା ଘଟଣାରେ ଗୋଟିଏ ପରିବାରର ୩ ଭାଇଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons