ଦେବଗଡ: ଗାଁ ପୋଖରୀରୁ ମିଳିଲା ଶିକ୍ଷକଙ୍କ ମୃତଦେହ । ଘରଠାରୁ ଶହେ ମିଟର ଦୂରରେ ଥିବା ପୋଖରୀରୁ ମିଳିଛି ମୃତଦେହ । ଶିକ୍ଷକଙ୍କୁ କେହି ହତ୍ୟା କହିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ପାଲୁଣୀପଡା ଗାଁର ନିକଟସ୍ଥ ପୋଖରୀରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଶିକ୍ଷକ ପାଲୁଣୀପଡା ଗାଁର ଆଶୁତୋଷ ପଟେଲ । ଘରଠାରୁ ଶହେ ମିଟର ଦୂରରେ ଥିବା ପୋଖରୀରୁ ମୃତଦେହ ମିଳିଛି ।
ଗତକାଲି ସନ୍ଧ୍ୟାରୁ ନିଖୋଜ ଥିଲେ ଆଶୁତୋଷ । ତେବେ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।
Comments are closed, but trackbacks and pingbacks are open.