ଗାଁ ମୁଖିଆଙ୍କୁ ହତ୍ୟା କରି ରାତିସାରା ଶବ ନିକଟରେ ବସି ରହିଲା ହତ୍ୟାକାରୀ

Get real time updates directly on you device, subscribe now.

ଉମରକୋଟ, (ବି.ବି.ନୁ୍ୟଜ୍): ଗାଁ ମୁଖିଆଙ୍କୁ ହତ୍ୟା କରି ରାତିସାରା ମୃତଦେହକୁ ଜଗି ରହିଲା ହତ୍ୟାକାରୀ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଳକ ଅନ୍ତର୍ଗତ ହଳଦୀ ଗାଁରେ । ମୃତକଙ୍କ ନାଁ ମିନି ଚାନ୍ଦ ଚୌହାନ । ପୋଲିସ ଅଭିଯୁକ୍ତ ହିରଣ୍ୟ ବାଘଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ହିରଣ୍ୟ ବହୁ ବର୍ଷ ତଳେ ଜମାଦାରପଡ଼ା ଗାଁର ତୁଳସୀରାମ ହାତୀଙ୍କ ଝିଅଙ୍କୁ ବିବାହ କରିଥିଲା । ବିବାହ ପରଠାରୁ ତାଙ୍କ ପରିବାରରେ କଳହ ଲାଗି ରହୁଥିଲା । ଏହି ବିବାଦର ସମାଧାନ ପାଇଁ ଜମାଦାରପଡ଼ା ଗାଁ ମୁଖିଆ ମିନିଚାନ୍ଦଙ୍କୁ ନେଇ ବାରମ୍ବାର ବୈଠକ ବସୁଥିଲା । ମନିଚାନ୍ଦଙ୍କ ନେତୃତ୍ୱରେ କେତେଜଣ ଗ୍ରାମବାସୀ ଏହାର ସମାଧାନ କରି ଆସୁଥିଲେ । କିନ୍ତୁ ମନିଚାନ୍ଦଙ୍କ ନିଷ୍ପତ୍ତିକୁ ମାନୁ ନଥିଲା ହିରଣ୍ୟ । ନିଜ ଇଚ୍ଛା ମୁତାବକ ନିଷ୍ପତ୍ତି ହେଉ ନଥିବାରୁ ମିନିଚାନ୍ଦଙ୍କ ଉପରେ ତା’ ରାଗ ବଢ଼ି ଚାଲିଥିଲା । ଆଉ ଶେଷରେ ସେ ତାଙ୍କୁ ମାରିଦେବକୁ ଯୋଜନା କରିଥିଲା । ଗତକାଲି ରାତିରେ ମିନିଚାନ୍ଦ ଏକ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ହଳଦୀ ଗାଁକୁ ଯାଇଥିଲେ । ହିରଣ୍ୟ ପରିବାରର କଳହ ବିଷୟରେ କଥା ହେବ ବୋଲି କହି ତାଙ୍କୁ ନିଜ ଘରକୁ ଡାକି ନେଇଥିଲା । ସେଠାରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ହିରଣ୍ୟ ଏକ ଟାଙ୍ଗିଆରେ ମିନିଚାନ୍ଦଙ୍କୁ ହତ୍ୟା କରିଥିଲା । ତାପରେ ଶବକୁ ରାତିସାରା ଜଗି ବସିଥିଲା । ଚନ୍ଦାହାଣ୍ଡି ପୋଲିସ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚô ହିରଣ୍ୟକୁ ଗିରଫ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons