ଫୁଲବାଣୀ, (ବି.ବି.ନୁ୍ୟଜ): କନ୍ଧମାଳ ଜିଲ୍ଲାର ଗାଡ଼ିଆପଡ଼ା ଘାଟିରେ ଗୁରୁବାର ରାତିରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ପାବୁରିଆରୁ ଭୁବନେଶ୍ୱର ଯାଉଥିବା ଏକ ଯାତ୍ରୀବାହୀ ବସ୍ଟି ଓଲଟି ପଡ଼ିଛି । ଫଳରେ ସେଥିରେ ଥିବା ୩୦ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତରଖାନା ପକ୍ଷରୁ ଜଣାପଡ଼ିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ ଆରମ୍ଭ କରିଛି । ତେବେ ବସ୍ ଚାଳକ ଦୁର୍ଘଟଣା ସ୍ଥଳରୁ ଫେରାର ଥିବା ଖଜରୀପଡ଼ା ପୁଲିସ କହିଛି ।
ସୂଚନା ଅନୁଯାୟୀ, ରାଜା ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ (ଓଡି ୨୫ସି-୭୯୯୯) ଗୁରୁବାର ରାତିରେ ପାବୁରିଆରୁ ଭାୟା ଫୁଲବାଣୀ ଦେଇ ଭୁବନେଶ୍ୱର ଯାଉଥିଲା । ରାତି ପ୍ରାୟ ୧୦.୩୦ ମିନିଟ୍ ସମୟରେ ଖଜୁରୀପଡ଼ା ଥାନା ଅଧୀନ ଗାଡ଼ିଆପଡ଼ା ଘାଟିର ଶେଷ ମୋଡ଼ ବୁଲୁଥିବା ବେଳେ ଡ୍ରାଇଭର ବସ୍ ଉପରୁ ନିଜର ନିୟନ୍ତ୍ରଣ ହରାଇଥିଲେ । ଏହାପରେ ବସ୍ଟି ଓଲଟି ପଡ଼ିଥିବା ଯାତ୍ରୀମାନେ କହିଛନ୍ତି । ଦୁର୍ଘଟଣାରେ ପ୍ରାୟ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି ।
ଖବର ପାଇ ଖଜୁରୀପଡ଼ା ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚô ସମସ୍ତ ଆହତଙ୍କୁ ଉଦ୍ଧାର କରି ଫୁଲବାଣୀ ଡାକ୍ତରଖାନାକୁ ନେଇଥିଲେ । ତେବେ ସେମାଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଉଛି । ତେବେ ଗୁରୁତର ମାନେ ହେଲେ କଇଁଝର ଗ୍ରାମର ମହେନ୍ଦ୍ର ଦିଗାଲ, ରାଶିମେଣ୍ଡି, କେରେଡି ଗ୍ରାମର ବନିତା ଦିଗାଲ, କଇଁଝର, ଗଣ୍ଡଗ୍ରାମର ପରମାନନ୍ଦ ପ୍ରଧାନ, କାଟିମହା ଗ୍ରାମର ମୁକ୍ତେଶ୍ୱର ଦିଗାଲ, ସଂକ୍ରାଖୋ ଗ୍ରାମର ମେଧାବୀ ଦିଗାଲ, ଦୁଡ଼ୁକି ଗ୍ରାମର ତନୁଜ ଦିଗାଲ, କଇଁଝର ଗ୍ରାମର ଦୂତି କିଶୋର ଦିଗାଲ ଏବଂ ଦୁଡ଼ୁକି ଗ୍ରାମର କଲ୍ୟାଣୀ ଦିଗାଲ ବୋଲି ଜଣାପଡ଼ିଛି । ତେବେ ଖବର ଲେଖାହେବା ପର୍ଯ୍ୟନ୍ତ ବସ୍ଟିକୁ ଘାଟିରୁ ଉଦ୍ଧାର କରାଯାଇଥିବା ପୁଲିସ କହିଛି । ତେବେ ଏହି ଘଟଣାରେ ଏକ ମାମଲା ରୁଜୁକରି ପୁଲିସ ତଦନ୍ତ ଚଳାଇଛି ।


Comments are closed, but trackbacks and pingbacks are open.