ଗାଡ଼ିଆରେ ବୁଡ଼ି ଯୁବତୀଙ୍କ ମୃତୁ୍ୟ

Get real time updates directly on you device, subscribe now.

ଢେ଼ଙ୍କାନାଳ,(ବି.ବି.ନୁ୍ୟଜ୍): ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଲୋଧଣୀ ଗାଁରେ ଗାଡ଼ିଆରେ ବୁଡି ଜଣେ ଯୁବତୀଙ୍କ ମୃତୁ୍ୟ ଘଟିଛି । ତାଙ୍କ ନାଁ ସନ୍ଧ୍ୟାରାଣୀ ସାହୁ(୨୫) ସେ ମାନସିକ ରୋଗୀ ଥିଲେ । ଗୁରୁବାର ସନ୍ଧ୍ୟାରେ ସନ୍ଧ୍ୟାରାଣୀ ଶୌଚ ପାଇଁ ବାହାରକୁ ଯାଇଥିଲେ । ହେଲେ ସେ ଘରକୁ ଫେରିବାରେ ବିଳମ୍ବ ହେବାରୁ ତାଙ୍କ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ହେଲେ ତାଙ୍କୁ ପାଇ ନଥିଲେ । ଶୁକ୍ରବାର ସକାଳେ ଗାଁ ଲୋକେ ସନ୍ଧ୍ୟାରାଣୀଙ୍କ ମୃତଦେହ ଗାଁ ପାଖ ଗାଡ଼ିଆରେ ଭାସୁଥିବାର ଦେଖି ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ଏହି ଘଟଣା ସମ୍ପର୍କରେ ଖବର ପାଇଁ ପରଜଙ୍ଗ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପରଜଂଗ ଡାକ୍ତରଖାନାକୁ ପଠାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons