ଗାଡ଼ିରେ ଚାଲିଥିଲା ଚୋରା କୋଇଲା କାରବାର

Get real time updates directly on you device, subscribe now.

ଭଦ୍ରକ : ଅଟୋରେ କୋଇଲା ଭର୍ତ୍ତି କରି ଚାଲିଥିଲା ଚୋରା ଚାଲାଣ । ପୋଲିସକୁ ଦେଖି ଦୌଡି ପଳାଇଲା ଡ୍ରାଇଭର । ଘଟଣାସ୍ଥଳରେ ଛାଡିଗଲା କୋଇଲା ବୋଝେଇ ଅଟୋ । ପୋଲିସ ଅଟୋକୁ ଜବତ କରିବା ସହ ତଦନ୍ତ ଛାନ୍‌ଭିନ୍‌ ଜାରି ରଖିଛି ।
ଭଦ୍ରକରେ କୋଇଲା ଚୋରାରେ କାରବାର ଚାଲିଛି । ଯାହାର ଖବର ପାଇ ପୋଲିସ ଚଢାଉ କରିବା ନିମନ୍ତେ ଉତ୍ତରବାହିନୀ ଛକରେ ଯାଞ୍ଚ କରୁଥିଲା । ତେବେ ସେହି ସମୟରେ କୋଇଲା ଭର୍ତ୍ତି ଅଟୋକୁ ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଛି । ପୋଲିସ କୋଇଲା ଭର୍ତ୍ତି ଗାଡ଼ିକୁ ଜବତ କରିଛି । ତେବେକୋଇଲା କେଉଁ ସ୍ଥାନକୁ ଯାଉଥିଲା ଓ କେତେ ପରିମାଣର କୋଇଲା ବୋଝେଇ ହୋଇଥିଲା । ସେନେଇ ପୋଲିସ ତରଫରୁ କୌଣସି ସୂଚନା ମିଳିନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons