ଗାଡ଼ି ଜବତ, ୪ ଗିରଫ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ମକା ଟ୍ରକ ହାଇଜାକ୍ ମାମଲାରେ ନବରଙ୍ଗପୁର ପୁଲିସକୁ ମିଳିଛି ସଫଳତା । ମାତ୍ର ୭ ଦିନ ଭିତରେ ଟ୍ରକକୁ ଉଦ୍ଧାର କରିବା ସହ ପୁଲିସ ୪ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ହେଲେ, କୁନ୍ଦୁରା ଥାନା ଅଞ୍ଚଳର ନୀଳ ରଞ୍ଜନ ମଣ୍ଡଳ, ପ୍ରମୋଦ ଜାଲି, ନବରଙ୍ଗପୁରର ଭୁବନ ଗରଡା ଓ ଜୟପୁର ଉମୁରୀର ବୁଟି ହରିଜନ । ଅଭିଯୁକ୍ତମାନେ ବୈପାରିଗୁଡାରେ ବିକିଥିବା ୨୦୧ ବସ୍ତା ଓ କୁନ୍ଦୁରାରେ ବିକିଥିବା ୨୧୦ ବସ୍ତା ମକାକୁ ଜବତ ହୋଇଛି ।
ସୂଚନା ଅନୁସାରେ, ମକା ଟ୍ରକକୁ ଠାବ କରିବାକୁ ନବରଙ୍ଗପୁର ଏସ୍ପି ପ୍ରହଲ୍ଲାଦ ସାହି ମୀନାଙ୍କ ନିଦେ୍ର୍ଧଶରେ ପୁଲିସ୍ ୪ ଟି ଦଳ ଗଢିଥିଲା । ଏଥିରେ ପାପଡାହାଣ୍ଡି ଏସଡିପିଓ ଆଦିତ୍ୟ ସେନ, ନବରଙ୍ଗପୁର ଥାନା ଅଧିକାରୀ ତାରେକ ଅହମ୍ମଦ, କୋଷାଗୁମଡା ଥାନା ଅଧିକାରୀ ନଟବର ନନ୍ଦ, ଡାବୁଗାଁ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ବେହୁରିଆ ପ୍ରମୁଖ ରହିଥିଲେ । ସୂଚନାଯୋଗ୍ୟ, ଚଳିତ ମାର୍ଚ୍ଚ ୧୪ ରେ ବୌଦ୍ଧ ଜିଲ୍ଲାର ପ୍ରଶାନ୍ତ ବାଘ ରାଇଘରରୁ ୨୧୧ ବସ୍ତା ମକା କିଣି ଟ୍ରକରେ ନେଉଥିଲେ । ଡାବୁଗାଁ ନିକଟ ଜଟାବାଲ ନିକଟରେ ଏକ ବୋଲେରୋରେ ୪ ରୁ ୫ ଜଣ ଦୁର୍ବୃତ୍ତ ଆସି ଗାଡିକୁ ଅଟକାଇ ଡ୍ରାଇଭର ତଥା ମାଲିକ ପ୍ରଶାନ୍ତଙ୍କୁ କାବୁ କରି ମୁହଁରେ କଳା କନା ବାନ୍ଧି ବୋଲେରୋରେ ନେଇ ଯାଇଥିଲେ । ଦୁର୍ବୃତ୍ତ ଟ୍ରକଟିକୁ ଜଟାବାଲଠାରୁ କୋଷାଗୁମଡା ଓ କୋଟପାଡ ଦେଇ କୁନ୍ଦୁରା ନେଇଯାଇଥିଲେ । କୁନ୍ଦୁରାର ନୀଳରଞ୍ଜନ ମଣ୍ଡଳ ଏହି ହାଇଜାକ୍ ଘଟଣାର ମୁଖ୍ୟ ଥିଲେ । କୁନ୍ଦୁରାର ପ୍ରମୋଦ ଜାଲିଙ୍କ ପାଖରେ ମକା ଅନଲୋଡ କରାଯାଇଥିଲା ।
ପ୍ରମୋଦ ସବୁ ମକା ଉଠାଇ ବୈପାରିଗୁଡା ଓ କୁନ୍ଦୁରାରେ ବିକ୍ରି କରି ଦେଇଥିଲେ । ତା ପରଦିନ ଦୁର୍ବୃତ୍ତମାନେ ପ୍ରଶାନ୍ତଙ୍କୁ ଆଣି କୋଟପାଡ ଅଞ୍ଚଳରେ ଛାଡି ଦେଇଥିଲେ । କୋଟପାଡଠାରୁ ୧୦ କିମି ଦୂର ଫୁପୁଗାଁରେ ଟ୍ରକ ଥିବା ମଧ୍ୟ ସୂଚନା ଦେଇଥିଲେ । ପ୍ରଶାନ୍ତ ବାଘ ଟ୍ରକକୁ ଉଦ୍ଧାର କରି କୋଟାପାଡ ଥାନରେ ଅଭିଯୋଗ କରିବା ପରେ କୋଟପାଡ ପୁଲିସ୍ ସହାୟତାରେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ । ଏହି ମାମଲାରେ ଉକ୍ତ ୪ ଜଣଙ୍କ ସମେତ ଆଉ ୬ ଜଣ ସାମିଲ ଥିବା ଜଣାପଡିଛି । ଅନ୍ୟମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ନବରଙ୍ଗପୁର ଥାନା ଅଧିକାରୀ ତାରେକ ଅହମ୍ମଦ କହିଛନ୍ତି ।
ବାଇକ୍ ମୁହାଁମୁହିଁ :ଜଣେ ମୃତ, ୫ ଆହତ
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ନବରଙ୍ଗପୁର ଥାନା ଡଙ୍ଗରଭେଜା ଫାଣ୍ଡି ନିକଟରେ ଶନିବାର ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଜଣଙ୍କର ମୃତୁ୍ୟ ହୋଇଛି । ଅନ୍ୟ ୫ ଜଣ ଆହତ ହୋଇଛନ୍ତି । ମୃତକ ହେଲେ ନନ୍ଦାହାଣ୍ଡି ବ୍ଲକ ସାଗରମୁଣ୍ଡା ଗାଁର ଶ୍ରୀତମ କଚ୍ଚିମ । ଆହତଙ୍କ ପରିଚୟ ମିଳିପାରିନି । ସୂଚନା ଅନୁସାରେ,ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି । ଦୁଇଟି ବାଇକ୍ରେ ୩ ଜଣ ଲେଖାଏଁ ବସି ଯାଉଥିବା ବେଳେ ଡଙ୍ଗରଭେଜା ଫାଣ୍ଡି ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ରାତି ପ୍ରାୟ ୮ ଟାରେ ଆହତଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଶ୍ରୀତମଙ୍କୁ ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons