ଗାଧୁଆ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର

Get real time updates directly on you device, subscribe now.

ମାଲକାନଗିରି: ମାଲକାନଗିରି ଜିଲ୍ଲା କୁଡୁମୁଲୁମ୍ମା ପୁଲିସ ଫାଣ୍ଡି ନିକଟ ଏକ ବସ୍ତିରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଗାଧୁଆ ଘରୁ ଜଣେ ମହିଳାଙ୍କ ପୋଡ଼ା ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ବାପଘର ଲୋକେ ଏହି ଘଟଣାକୁ ହତ୍ୟା କହୁଥିବା ବେଳେ ଶାଶୁଘର ଲୋକେ ଏହାକୁ ଆତ୍ମହତ୍ୟା କହିଛନ୍ତି। କୁଡୁମୁଲୁଗୁମ୍ମା ଫାଣ୍ଡିଠାରୁ ମାତ୍ର ୧୦୦ ମିଟର ଦୂରରେ ଏହି ଘଟଣା ଘଟିଛି। ଏହି ଗ୍ରାମର ଗୋବିନ୍ଦ ମହାରଣାଙ୍କ ପତ୍ନୀ ମିନତୀ ମହାରଣା ( ୨୩)ଙ୍କ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଗାଧୁଆଘରୁ ମୃତଶରୀର ଉଦ୍ଧାର କରାଯାଇଛି। ମହିଳାଙ୍କ ବାପାଘର ଲୋକଙ୍କ ଅଭିଯୋଗ ଆଧାରରେ ଅଧିକ ତଦନ୍ତ ପାଇଁ କୋରାପୁଟଠାରୁ ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍କୁ ମଗା ଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons