ରାଇରଙ୍ଗପୁର,(ବି.ବି.ନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଆଦର୍ଶ ଥାନା ଅନ୍ତର୍ଗତ ଖଡ଼ଖାଇ ନଦୀକୁ ପୁରୁଣାଘାଟୀ ବସ୍ତିର ମହେନ୍ଦ୍ର ମହାନ୍ତ (୪୫) ଗାଧୋଇବାକୁ ଯାଇ ପ୍ରାଣ ହରାଇଛନ୍ତି । ସୂଚନା ଅନୁଯାୟୀ, ପ୍ରତିଦିନ ପରି ମହେନ୍ଦ୍ର ଆଜି ବି ଘର ପାଖ ଶ୍ମଶାନ କଡ଼ରେ ଥିବା ଖଡ଼ଖାଇ ନଦୀକୁ ଗାଧୋଇବାକୁ ଯାଇଥିଲେ । ଏହାର କିଛି ସମୟ ପରେ ଉକ୍ତ ଘାଟକୁ ଦୁଇ ଜଣ ନାବାଳକ ଗାଧୋଇବାକୁ ଯାଇ ମହେନ୍ଦ୍ର ପାଣିରେ ମୁହଁମାଡ଼ି ପଡ଼ିଥିବା ଦେଖିବାକୁ ପାଇଥିଲେ । ଦୁଇ ନାବାଳକ ମହେନ୍ଦ୍ରଙ୍କୁ ପାଣିରୁ ଟେକି ଉପରକୁ ଆଣିଥିଲେ ଏବଂ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକ ପହଞ୍ôଚ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଶବ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ । ମହେନ୍ଦ୍ରର ସ୍ତ୍ରୀ ସହିତ ୪ ଝିଅ ଓ ଗୋଟିଏ ପୁଅ ଏବଂ ଅନ୍ୟ ପରିବାରବର୍ଗ ଶବ ନିକଟରେ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.