ଆଠଗଡ଼: ନରସିଂହପୁର ମୁଖ୍ୟ ରାସ୍ତାର ରତାପାଟ ନିକଟରେ ଅଜଣା ଟ୍ରକ୍ ଧକ୍କାରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି । ଆଜି ଭୋର ପ୍ରାୟ ୪ଟା ସମୟରେ ଦୁଇ ମହିଳା ରତାପାଟ ହାଡୁଆ ନାଳରେ ଗାଧୋଇସାରି ଫେରୁଥିବା ସମୟରେ ଅଜଣା ଟ୍ରକ୍ ଧକ୍କା ଦେବାରୁ ଘଟଣା ସ୍ଥଳରେ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି। ଏନେଇ ସେଠାରେ ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ କ୍ଷତିପୂରଣ ଦାବିରେ କଟକ-ନରସିଂହପୁର ମୁଖ୍ୟ ରାସ୍ତା ସ୍ଥାନୀୟଲୋକ ଅବରୋଧ କରିଛନ୍ତି।
ସୂଚନା ଯୋଗ୍ୟ ଯେ, ନରସିଂହପୁର ମୁଖ୍ୟ ରାସ୍ତାର ରତାପାଟ ହାଡୁଆ ନାଳ ନିକଟରେ ଘଟିଛି ଦୁର୍ଘଟଣା । ଆଜି ଭୋର ପ୍ରାୟ ୪ଟାରୁ ୪ଟା ୩୦ ସମୟ ମଧ୍ୟରେ ଏକ ଅଜଣା ଟ୍ରକ୍ ଧକ୍କାରେ ଦୁଇ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ ଦୁଇ ମହିଳା ହେଲେ ବଡମ୍ବା ରତାପାଟ ଗ୍ରାମର ସନାତନ ସାହୁଙ୍କ ପତ୍ନୀ ୫୫ବର୍ଷ ବୟସ୍କା ରଙ୍ଗବତୀ ସାହୁ ଓ ଗୁଣ୍ଠ ନାୟକଙ୍କ ପତ୍ନୀ ୫୦ ବର୍ଷ ବୟସ୍କା ତରା ନାୟକ ବୋଲି ଜଣାପଡିଛି ।
ଉଭୟ ମହିଳା ହାଡୁଆ ନାଳରେ ଗାଧୋଇସାରି ଫେରୁଥିବା ସମୟରେ ନରସିଂହପୁର ରାସ୍ତାରୁ କଟକ ଆଡ଼କୁ ଯାଉଥିବା ଏକ ଅଜଣା ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଛି। କ୍ଷତିପୂରଣ ଦାବିରେ କଟକ-ନରସିଂହପୁର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟଲୋକ। ଫଳରେ ଆଠଗଡ-ନରସିଂହପୁର ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି ରାସ୍ତା ଅବରୋଧ ହଟାଇବାକୁ ଲୋକଙ୍କୁ ବୁଝାସୁଜା କରିବା ସହ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ ଟ୍ରକ୍ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ଥିବା ସୂଚନା ମିଳିଛି।
Comments are closed, but trackbacks and pingbacks are open.