ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଜନସାଧାରଣ ହେଉଛନ୍ତି ପ୍ରକୃତ ସରକାର । ସେମାନଙ୍କ ଅର୍ଥରେ ପ୍ରଶାସନ ଚାଲୁଛି । ଥାନା ଚାଲୁଛି । ମୋ ସରକାର ହେଉଛି ରାଜ୍ୟବାସୀଙ୍କ ସରକାର । ସେମାନ ପ୍ରତି ସମ୍ମାନର ସହ ବ୍ୟବହାର କର ।
ରାଜ୍ୟର ସମସ୍ତ ଥାନାଧିକାରୀମାନଙ୍କ ସହ କଥାବାର୍ତ୍ତା ବେଳେ ଏମିତି ନିଦେ୍ର୍ଧଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ । ଏହାଛଡ଼ା ସେ ସ୍ପଷ୍ଟ କରିଛନ୍ତି, ଯେଉଁ ପୁଲିସ ଅଧିକାରୀମାନେ ଭଲ କାମ କରିବେ ସେମାନଙ୍କୁ ଆଗୁଆ ପଦୋନ୍ନତି ମିଳିବ । କାମ ସନ୍ତୋଷଜନକ ନହେଲେ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ । ଏପରିକି ସେ ନିଜେ ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ଫୋନ୍ କରି ସେମାନେ ଥାନାରେ କି ସେବା ଓ ବ୍ୟବହାର ପାଇଲେ ସେ ବିଷୟରେ ବୁଝିବେ । ସମଗ୍ର ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ପୁଲିସ ବ୍ୟବସ୍ଥାରେ ଏହି ସଂସ୍କାର ଆଣିବାକୁ ଯାଉଛି ।
ଆସନ୍ତା ଗାନ୍ଧି ଜୟନ୍ତୀରୁ ରାଜ୍ୟରେ ଆରମ୍ଭ ହେବ ‘ମୋ ସରକାର’ କାର୍ଯ୍ୟକ୍ରମ । ଏହାପୂର୍ବରୁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଥାନାଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ । ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ କହିଲେ, ଥାନାକୁ ଯେତେବେଳେ ଜଣେ ଅଭିଯୋଗକାରୀ ଆସୁଛି, ସେତେବେଳେ ଆମେ ସମ୍ପୂର୍ଣ୍ଣ ବୃତ୍ତିଗତ, ନୈତିକ ଓ ମାନବିକତାର ସହ ବ୍ୟବହାର କରିବା ଆବଶ୍ୟକ । ଆସନ୍ତା ଅକ୍ଟୋବର ୨ ରୁ ସେ ନିଜେ ପ୍ରତିଦିନ ଥାନାକୁ ଆସୁଥିବା ବିଭିନ୍ନ ଅଭିଯୋଗକାରୀଙ୍କ ମଧ୍ୟରୁ ୧୦ ଜଣଙ୍କୁ ଫୋନ୍ କରି ସେମାନେ କି ପ୍ରକାର ସେବା ପାଇଲେ ପଚାରି ବୁଝିବେ ।
ଲୋକଙ୍କ ମତାମତ ଉପରେ ଭଲ କାମ କରିଥିବା ଅଧିକାରୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯିବ । କାମ ସନ୍ତୋଷଜନକ ନହେଲେ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ । ଥାନାକୁ ଆସୁଥିବା ସମସ୍ତ ଅଭିଯୋଗକାରୀଙ୍କ ଫୋନ ନଂ ପଞ୍ଜୀକରଣ କରାଯିବ । ଏହି ତାଲିକା ସଂପୃକ୍ତ ଜିଲ୍ଲାର ଏସ୍ପିଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପଲବ୍ଧ ହେବ ।
ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି, ମୋ ସରକାର କାର୍ଯ୍ୟକ୍ରମରେ ନାଗରିକ କୌଣସି ସେବା ପାଇଁ ସରକାରଙ୍କ ପଛରେ ଗୋଡ଼ାଇବ ନାହିଁ, ବରଂ ସରକାରୀ ଅଧିକାରୀ ଅଭିଯୋଗକାରୀଙ୍କୁ ଯୋଗାଯୋଗ କରି ସେମାନଙ୍କୁ ଉତ୍ତମ ସେବା ଯୋଗାଇଦେବେ । ମହିଳାମାନଙ୍କ ଅଭିଯୋଗକୁ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଥିଲେ । ସେ କହିଲେ, ‘ମୋ ସରକାର’ ଜରିଆରେ ରାଜ୍ୟ ସରକାର ବ୍ୟବସ୍ଥାରେ ଆମୁଳଚୁଳ ପରିବର୍ତ୍ତନ ଆଣିବାକୁ ଉଦ୍ୟମ କରୁଛନ୍ତି । ପୂର୍ବରୁ ରାଜ୍ୟ ପୁଲିସ ବାମପନ୍ଥୀ ଉଗ୍ରବାଦକୁ ଦମନ କରିବା ହେଉ, ହକି ବିଶ୍ୱକପ୍ ପରିଚାଳନା ହେଉ ବା ରଥଯାତ୍ରା ପରିଚାଳନା, ସବୁକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଦେଖାଇଛନ୍ତି । ତେଣୁ ମୋ ସରକାର କାର୍ଯ୍ୟକ୍ରମକୁ ମଧ୍ୟ ପୁଲିସ ସଫଳତାର ସହ କାର୍ଯ୍ୟକାରୀ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଛନ୍ତି ।
ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଲେ, ପୁଲିସ ଅଧିକାରୀମାନେ ନିଜକୁ ଜନସେବକ ଭାବି କାର୍ଯ୍ୟ କରିବା ସହ ବୈଷୟିକ ବିଦ୍ୟାର ଉପଯୋଗ କରି ଲୋକଙ୍କୁ ଉତ୍ତମ ସେବା ଯୋଗାନ୍ତୁ । ସେମାନେ ସରକାରଙ୍କ ‘୫ ଟି’କୁ ମଧ୍ୟ ଫୋକସ୍ କରି କାମ କରିବା ଜରୁରୀ । ପୁଲିସ ଡିଜି ବିଜୟ କୁମାର ଶର୍ମା କହିଲେ, ଥାନାକୁ ଆସୁଥିବା ପ୍ରତ୍ୟେକ ଲୋକକୁ ସମ୍ମାନର ସହ ବ୍ୟବହାର କରିବା ଓ ତାର ଅଭିଯୋଗ ପ୍ରତି ସମ୍ବେଦନଶୀଳ ହୋଇ କାମ କରିବାକୁ ପଡ଼ିବ ।
‘ମୋ ସରକାର’ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ସୂଚନା ଦେଇ ‘ ୫ ଟି’ ସଚିବ ଭି କେ ପାଣ୍ଡିଆନ କହିଲେ, ଏଭଳି କାର୍ଯ୍ୟକ୍ରମ ଗ୍ରହଣ କରିବାରେ ଓଡ଼ିଶା ହେଉଛି ସମଗ୍ର ଦେଶରେ ପ୍ରଥମ ରାଜ୍ୟ । ‘୫ ଟି’ କାର୍ଯ୍ୟକ୍ରମର ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ମୋ ସରକାର । ଏଥିରେ ଅଭିଯୋଗକାରୀକୁ ଆଉ କୁଆଡେ଼ ଯିବାକୁ ପଡ଼ିବ ନାହିଁ । ପୁଲିସ ଥାନାରେ ତା’ର ଅଭିଯୋଗକୁ ଗୁରୁତ୍ୱ ଦେଇ ତୁରନ୍ତ ପଦକ୍ଷେପ ନେବ । ଏହା ହିଁ ହେଉଛି ପରିବର୍ତ୍ତନ । ଥାନା ଓ ଡାକ୍ତରଖାନାକୁ ଲୋକମାନେ ନିଜ ଦୁଃଖ ଓ କଷ୍ଟ ଲାଘବ ପାଇଁ ଆସନ୍ତି । ତେଣୁ ମୋ ସରକାର କାର୍ଯ୍ୟକ୍ରମ ଏହି ଦୁଇ ବିଭାଗରୁ ହିଁ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ।
ପୁଲିସ ଗାଡ଼ି ପାଇଁ ଆବଶ୍ୟକ ତେଲ ସରକାର ଯୋଗାଇଦେବେ । ଏ ଅଭାବ ଆଗକୁ ଆଉ ରହିବ ନାହିଁ । ଏହାଛଡ଼ା ଥାନାକୁ ଆସୁଥିବା ଭିଜିଟର, ଅଭିଯୋଗକାରୀଙ୍କ ନିମନ୍ତେ ଚା, ପାଣିର ବ୍ୟବସ୍ଥା କରିବାକୁ ସରକାର ପାଣ୍ଠି ବ୍ୟବସ୍ଥା କରିବେ ବୋଲି ଭିଡିଓ କନଫରେନ୍ସିଂ ବେଳେ ସୂଚନା ଦିଆଯାଇଛି । ଏହି ଅବସରରେ ମାଲକାନଗିରି, ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା, ଭୁବନେଶ୍ୱର ମହିଳା ଥାନା ଓ ସମ୍ବଲପୁରର ଗୋଟିଏ ଥାନାଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ ।ସରକାର’ :ଥାନା ଆଇଆଇସିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ,ଭଲ କାମ କଲେ ପଦୋନ୍ନତି, ନ କଲେ ଦଣ୍ଡ
Comments are closed, but trackbacks and pingbacks are open.