ଘରୁ ଫେରିଲା ସିବିଆଇ ଟିମ୍
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦାମ୍ବରମ ଏବେ ଯେକୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି । ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଛି । ଏହି ମାମଲାରେ ତାଙ୍କୁ ଆଗୁଆ ଜାମିନ ଦେବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଦେଇଛନ୍ତି । ଏହାପରେ ଚିଦାମ୍ବରମ ତୁରନ୍ତ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ସର୍ବୋଚ୍ଚ ଅଦାଲତ ବି ତାଙ୍କ ଆବେଦନ ଉପରେ ତ୍ୱରିତ ଶୁଣାଣି କରିବାକୁ ମନା କରିଦେଇଛନ୍ତି । ଆସନ୍ତାକାଲି ତାଙ୍କୁ ସୁପ୍ରିମକୋର୍ଟରେ ଏହି ମାମଲା ଉଠାଇବାକୁ କୁହାଯାଇଛି । ଅନ୍ୟପଟରେ, ଆଜି ସନ୍ଧ୍ୟାରେ ସିବିଆଇ ଓ ଇଡିର ଏକ ଟିମ୍ ତାଙ୍କର ଦିଲ୍ଲୀ ସ୍ଥିତ ବାସଭବନରେ ପହଞ୍ôଚଥିଲା । ମାତ୍ର ସେତେବେଳେ ସେ ସେଠାରେ ଉପସ୍ଥିତ ନଥିଲେ । ତେଣୁ ଏହି ଟିମ୍ ଖାଲି ହାତରେ ଫେରିଥିଲା ।
ଏହା ପୂର୍ବରୁ ଉଭୟ ଆଇଏନଏକ୍ସ ମିଡିଆ ଏବଂ ଏୟାରସେଲ-ମ୍ୟାକ୍ସିସ୍ ଦୁର୍ନିୀତି ମାମଲାରେ ଆଗୁଆ ଜାମିନ ପାଇବା ପାଇଁ ଚିଦାମ୍ବରମଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଆଜି ଚୂଡାନ୍ତ ରାୟ ଦେଇଥିଲେ । ଦୁଇଟି ଯାକ ମାମଲାରେ ହାଇକୋର୍ଟ ତାଙ୍କୁ ଜାମିନ ଦେବା ପାଇଁ ମନା କରିଦେଇଥିଲେ । ହାଇକୋର୍ଟ ବିଚାରପତି ସୁନୀଲ ଗୌର କହିଥିଲେ କି ଆବେଦନକାରୀ ଏହି ଦୁର୍ନୀତି ମାମଲାର ମୁଖ୍ୟ କାର୍ପଟଦାର ଅଟନ୍ତି । ତାଙ୍କ ବିରୋଧରେ ଦୃଢ ଏବଂ ବ୍ୟାପକ ପ୍ରମାଣ ରହିଛି । ଏଭଳି ସ୍ଥିତିରେ ତାଙ୍କୁ ଆଗୁଆ ଜାମିନ ଦେବା ଯଥାର୍ଥ ହେବ ନାହିଁ । ଗତ ଜାନୁଆରୀ ୨୫ରେ ହାଇକୋର୍ଟ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲେ । ମାମଲାର ଶୁଣାଣି ବେଳେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯୁକ୍ତି ବାଢ଼ିଥିଲେ କି ଚିଦାମ୍ବରମ ତଦନ୍ତରେ ଆଦୌ ସହଯୋଗ କରୁନାହାନ୍ତି ଏବଂ ସବୁ ପ୍ରଶ୍ନକୁ ଏଡାଇଯାଉଛନ୍ତି । ତେଣୁ ତାଙ୍କୁ ଗିରଫ କରି ହାଜତ ଭିତରେ ଜେରା କରିବା ଜରୁରି ହୋଇପଡିଛି ।
ହାଇକୋର୍ଟ ଆଜି ତାଙ୍କ ଆବେଦନ ପ୍ରତ୍ୟାଖ୍ୟାନ କରିବା ପରେ ଚିଦାମ୍ବରମ ତୁରନ୍ତ କଂଗ୍ରେସ ନେତା ତଥା ବରିଷ୍ଠ ଓକିଲ କପିଲ ସିବଲ, ଅଭିଷେକ ମନୁ ସିଙ୍ଗଭି ଏବଂ ସଲମାନ ଖୁର୍ସିଦଙ୍କୁ ଭେଟିଥିଲେ । ତିନି ଜଣ ଯାକ ଓକିଲ ଚିଦାମ୍ବରମଙ୍କ ପାଇଁ ସୁପ୍ରିମକୋର୍ଟରେ ଯୁକ୍ତି ବାଢିବାକୁ ଉଦ୍ୟମ କରିଥିଲେ । ମାତ୍ର ସୁପ୍ରିମକୋର୍ଟ ଏହି ଆବେଦନ ଉପରେ ତୁରନ୍ତ ବିଚାର କରିବାକୁ ମନା କରିଦେଇଥିଲେ । ଏହାଯୋଗୁ ଚିଦାମ୍ବରମଙ୍କ ମୁଣ୍ଡ ଉପରେ ଏବେ ଗିରଫଦାରୀର ଖଣ୍ଡା ଝୁଲୁଛି ।
ସୂଚନାଯୋଗ୍ୟ, ଆଇଏନଏକ୍ସ ମିଡିଆ ନାମକ କଂପାନିରେ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ନିବେଶ ପ୍ରସ୍ତାବକୁ ମଂଜୁରି ଦିଆଯାଇଥିଲା । ଏଥିପାଇଁ ତ+ାଳୀନ ଅର୍ଥ ମନ୍ତ୍ରୀ ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଲାଞ୍ଚ ନେଇଥିଲେ ଏବଂ ନିଜ ପିତାଙ୍କ ମାଧ୍ୟମରେ ଉକ୍ତ ପ୍ରସ୍ତାବକୁ ଯେପରି ମଂଜୁରି ମିଳିବ ତାହା ସୁନିଶ୍ଚିତ କରାଇଥିଲେ । ଲାଞ୍ଚ ବାବଦ ଟଙ୍କା କାର୍ତ୍ତିଙ୍କ ମାଲିକାନାରେ ଥିବା କଂପାନିଗୁଡିକୁ ସ୍ଥାନାନ୍ତର କରାଯାଇଥିଲା ।
ସେହିପରି ଚିଦାମ୍ବରମଙ୍କ ନିକଟରେ ଅର୍ଥ ମନ୍ତ୍ରୀ ଭାବେ ମାତ୍ର ୬୦୦ କୋଟି ଟଙ୍କାର ବିଦେଶୀ ପୁଞ୍ଜି ନିବେଶ ପ୍ରସ୍ତାବକୁ ମଂଜୁରି କରାଇବାର କ୍ଷମତା ଥିଲେ ମଧ୍ୟ ସେ ବେଆଇନ ଭାବେ ଏୟାରସେଲ-ମ୍ୟାକ୍ସିସ୍ ଡିଲ୍ରେ ୩,୫୦୦ କୋଟି ଟଙ୍କାର ଏଫଡିଆଇ ପ୍ରସ୍ତାବକୁ ମଂଜୁରି ଦେଇଥିଲେ । ଏଥିପାଇଁ ସେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟିର ମଂଜୁରି ବି ନେଇନଥିଲେ ।
Comments are closed, but trackbacks and pingbacks are open.