ଗୁଗୁଲରେ ପାଇବେନି ଏମିତି ଗାଁ

Get real time updates directly on you device, subscribe now.

ଗୁଗୁଲ୍ରେ ସର୍ଚ୍ଚ କଲେ ହୁଏ ତ ‘ଗାଁର ନାଁ ଗାଲୁଆପୁର’ ଆସିନପାରେ । କିନ୍ତୁ ଅତିଶୀଘ୍ର ଓଡ଼ିଶାର ସମସ୍ତ ସିନେମା ହଲ୍ରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ‘ଗାଁର ନାଁ ଗାଲୁଆପୁର’ । ଚଳଚ୍ଚିତ୍ରରେ ଲୋକପ୍ରିୟ ହାସ୍ୟାଭିନେତା ପପୁ ପମ୍ପମ୍ ଓ ନବାଗତା ମନୀଷାଙ୍କ ଅଭିନୟର ଯାଦୁ ଯେ ଦର୍ଶକଙ୍କ ମନକୁ ଛୁଇଁବ ଏ କଥାରେ କୌଣସି ସନେ୍ଦହ ନାହିଁ । ଆଇଟମ୍ ନମ୍ବରରେ ବହୁ ଚର୍ଚ୍ଚିତା ରାନୀ ପଣ୍ଡାଙ୍କ ଡ୍ୟାନ୍ସ ଷ୍ଟେପ୍ରେ ଦର୍ଶକମାନେ ଖୁବ୍ ନାଚିବେ । ହାସ୍ୟରସ କାହାଣୀର ମୂଳ ଆଧାର ହୋଇଥିଲେ ବି ଗତାନୁଗତ କାହାଣୀଠାରୁ ଏ କଥାବସ୍ତୁ ଟିକେ ଅଲଗା । ମିହିର ଦାସ, କୁନା ତ୍ରିପାଠୀ ଓ ଅନ୍ତର୍ଯ୍ୟାମୀ ପଣ୍ଡାଙ୍କ ଭଳି ପ୍ରବୀଣ କଳାକାରଙ୍କ ଉପସ୍ଥିତି ମନୋରଞ୍ଜନକୁ ଦ୍ୱିଗୁଣିତ କରିବ । ଖଳନାୟକ ଭୂମିକାରେ ଜଣାଶୁଣା ଟିଭି କଳାକାର ସୁଜିତ ଓ ସହନାୟକ ଆୟୁଷ୍ମାନ ପ୍ରମୁଖ ଚରିତ୍ର ଛାପ ଛାଡ଼ିବା ସ୍ଥିର ନିଶ୍ଚିତ । ଚଳଚ୍ଚିତ୍ରର ନିଦେ୍ର୍ଧଶନା ଜିତେନ୍ଦ୍ର ମହାପାତ୍ର ଦେଇଥିଲା ବେଳେ ସଙ୍ଗୀତ ନିଦେ୍ର୍ଧଶନା ଦେଇଛନ୍ତି ଅମରେନ୍ଦ୍ର ମହାନ୍ତି । ପ୍ରତିମା ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ସମ୍ପ୍ରତି ସ୍ୱରୂପ ଶତପଥୀ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons