ଗୁଟଖା ପେଣ୍ଠସ୍ଥଳୀ ପାଲଟିଛି ରାୟଗଡ଼ା

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ): ରାୟଗଡା ଜିଲ୍ଲାରେ ଗୁଟ୍ଖା ଦଲାଲଙ୍କ ରାଜ ଚାଲିଛି । ସବୁ ନିୟମକୁ ବେଖାତିର କରି ଖୋଲାଖୋଲି ଭାବେ ଦଲାଲମାନେ ଏହି ବ୍ୟବସାୟ କରୁଛନ୍ତି । ରାୟଗଡ଼ା ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଜିଲ୍ଲା ହୋଇଥିବାରୁ ଏହା ଗୁଟଖା ଦଲାଲଙ୍କ ପେଣ୍ଠସ୍ଥଳୀ ପାଲଟିଛି । ଆନ୍ଧ୍ରରେ ଗୁଟ୍ଖା ବ୍ୟବସାୟ ଉପରେ କଡ଼ା କଟକଣା ଲାଗୁ କରାଯାଇଥିବା ବେଳେ ଓଡ଼ିଶାରେ ସେତେଟା କଟକଣା ନଥିବାରୁ ଦଲାଲମାନେ ଏହାର ଫାଇଦା ଉଠାଇବାରେ ଲାଗିଛନ୍ତି । ଏଠାରେ ଗୁଟ୍ଖା ଗଚ୍ଛିତ ରଖି ଆନ୍ଧ୍ରକୁ ବିଭିନ୍ନ ଯାନବାହନ ମାଧ୍ୟମରେ ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି ।
ପ୍ରକାଶ ଥାଉକି ଆନ୍ଧ୍ରରେ ଗୁଟ୍ଖାର ମୂଲ୍ୟ ଦ୍ୱିଗୁଣ ଦରରେ ବିକ୍ରି କରାଯାଉଛି । ଫଳରେ ସୀମାନ୍ତ ରାୟଗଡ଼ା ଜିଲ୍ଲାର ଦଲାଲମାନେ ଏଠାରୁ ଗୁଟ୍ଖା ଚାଲାଣ କରି ମାଲାମାଲ ହେଉଛନ୍ତି । ପଡୋଶୀ ଛତିଶଗଡ ସମେତ ରାଜ୍ୟର କଟକ, ବ୍ରହ୍ମପୁର, ଝାରସୁଗୁଡା ଓ ବଲାଙ୍ଗୀରରୁ ରାୟଗଡା ଜିଲ୍ଲାକୁ ଗୁଟ୍ଖା ଯୋଗାଣ ହେଉଛି । ବସ୍ ଓ ଟ୍ରେନରେ ଗୁଟ୍ଖା ହୋଲସେଲରଙ୍କ ନିକଟକୁ ଆସିବାପରେ ସେଗୁଡିକୁ ଆନ୍ଧ୍ରକୁ ଚାଲାଣ କରାଯିବା ସହ ରିଟେଲ୍ ବ୍ୟବସାୟୀଙ୍କ ନିକଟକୁ ସେଲସ୍ମ୍ୟାନ ନେଇ ବିକ୍ରି କରୁଛନ୍ତି । ପୁଲିସ ପକ୍ଷରୁ ଆକସ୍ମିକ ଯାନବାହନ ଯାଞ୍ଚ ବେଳେ ଗୁଟ୍ଖା ଚାଲାଣ ଧରାପଡ଼ୁଛି । ହେଲେ ବଜାରରେ କୌଣସି ପ୍ରକାର ଯା୍ଚ କରାଯାଉ ନାହିଁ । ଫଳରେ ବଜାରରେ ଖୁଲମଖୁଲ୍ଲା ଏହା ବିକ୍ରି କରାଯାଉଛି । ୨୦୧୩ ଜାନୁୟାରୀ ୩ ତାରିଖରେ ଗୁଟ୍ଖା ବିକ୍ରି ଉପରେ କଟକଣା ଜାରି କରାଯାଇଥିଲା । ତଥାପି ସବୁକିଛି ଖୋଲାଖୋଲି ଚାଲିଛି । ପ୍ରତ୍ୟେକ ଦୋକାନରେ ମାଳ ମାଳ ହୋଇ ଗୁଟ୍ଖା ରଖାଯାଇଛି । ଅନେକ ନାଁରେ ତଥା ବିଭିନ୍ନ ବ୍ରାଣ୍ଡରେ ଗୁଟ୍ଖା ବିକ୍ରି କରାଯାଉଛି । ଏହା ୫ରୁ ୧୦ ଟଙ୍କାରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ଗୁଟ୍ଖା ବିକ୍ରି ଉପରେ ରୋକ ଲଗାଇବା ପାଇଁ ସରକାର ସ୍ୱାସ୍ଥ୍ୟ ବିଭାଗକୁ ନିଦେ୍ର୍ଧଶ ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଖାଦ୍ୟ ନିରୀକ୍ଷକଙ୍କ ଉପରେ ଏହି ଦାୟିତ୍ୱ ଛାଡି କାମ ସାରି ଦେଇଛନ୍ତି । ଅନ୍ୟପକ୍ଷେ ଖାଦ୍ୟ ନିରୀକ୍ଷକ ଅଧିକାରୀଙ୍କ ପଦବି ଏଠାରେ ଦୀର୍ଘ ବର୍ଷ ହେଲା ଖାଲି ପଡ଼ିଛି । ଫଳରେ କୌଣସି ପ୍ରକାର ଧରପଗଡ଼ ହୋଇପାରୁ ନାହିଁ । ଏହାର ସୁଯୋଗରେ ଦଲାଲମାନେ ଗୁଟଖା ଚୋରା ବ୍ୟବସାୟ କରିବାରେ ଲାଗିପଡିଛନ୍ତି । ଏବେ ରାୟଗଡ଼ା ଜିଲ୍ଲା ଗୁଟ୍ଖା ଭଳି ବେଆଇନ୍ ସାମଗ୍ରୀ ବିକ୍ରିବଟାର ଭୂସ୍ୱର୍ଗ ପାଲଟିଛି । ଏଭଳି କି ବିଦ୍ୟାଳୟ, ମହାବିଦ୍ୟାଳୟ, ମନ୍ଦିର, ସାଂସ୍କୃତିକ ଅନୁÂାନଗୁଡିକ ନିକଟରେ ମଧ୍ୟ ଖୁଲମଖୁଲ୍ଲା ଏହା ବିକ୍ରି କରାଯାଉଛି । ଜିଲ୍ଲା ପ୍ରଶାସନ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons