ଆନନ୍ଦପୁର,(ବି.ବି.ନୁ୍ୟଜ୍): ଆନନ୍ଦପୁର ଥାନା ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଗୟଳମୁଣ୍ଡା ପଞ୍ଚାୟତର କନ୍ତଳା ଗ୍ରାମରେ ଘଟିଯାଇଛି ଏକ ଅଘଟଣ । ମାଈଁକୁ ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରିଛି ଭଣଜା । ଆନନ୍ଦପୁର ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଭଣଜାକୁ ଗିରଫ କରିଛି ।
ଗତକାଲି ରାତି ପ୍ରାୟ ୯ ଟା ସମୟରେ କନ୍ତଳା ଗ୍ରାମର ନୁଙ୍ଗା ବିରୁଆଙ୍କ ପୁଅ ଅଙ୍କୁର ବିରୁଆ(୨୮) ତା’ର ମାଈଁ ବିରାଙ୍ଗୀ ପୂର୍ତ୍ତୀ (୫୫)କୁ ମଦ ପିଆଇ ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରିଛି । ଗୁଣିଗାରେଡ଼ିକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଗ୍ରାମବାସୀ କହୁଥିବାବେଳେ ପୁଲିସ ମଧ୍ୟ ସନେ୍ଦହ କରିଛି ।

ତେବେ ଏହି ଘଟଣାକୁ ଭଣଜା ଅଙ୍କୁର ସ୍ୱୀକାର କରିଛି । ଅଭିଯୁକ୍ତ ଅଙ୍କୁରର ଗୋଟିଏ ଛୋଟ ପିଲା ଥିବାବେଳେ ତାକୁ ଅଧିକାଂଶ ସମୟରେ ଜ୍ୱର ଓ ଝାଡ଼ା ଆଦି ବିଭିନ୍ନ ରୋଗରେ ସେ ଅସୁସ୍ଥ ହୋଇ ପଡ଼ୁଥିଲା । ଫଳରେ ଛୋଟ ପିଲାଟିର ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଅବନତି ଘଟିଥିଲା । ବିରାଙ୍ଗୀ ଗୁଣିଗାରେଡ଼ି କରିଥିବାରୁ ତା’ର ଶିଶୁର ଦେହ ସବୁବେଳେ ଅସୁସ୍ଥ ରହୁଥିବା କଥା ଚିନ୍ତା କରି ଗତକାଲି ରାତିରେ ଅଙ୍କୁର ଏକ କୁରାଢ଼ିର ପଛପାଖରେ ବିରାଙ୍ଗୀଙ୍କ ମୁଣ୍ଡକୁ ଶକ୍ତ ଆଘାତ ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ହୋଇଯାଇଥିଲା ।
ଆନନ୍ଦପୁର ଏସଡିପିଓ ବିଦୁ୍ୟତ୍ କୁମାର ପଣ୍ଡାଙ୍କ ନିଦେ୍ର୍ଧଶକ୍ରମେ ଆନନ୍ଦପୁର ଥାନା ଆଇଆଇସି ଗଗନ ବିଶ୍ୱାଳ ସଦଳବଳ ଘଟଣାସ୍ଥଳରେ ପହଞ୍ଚô ତନାଘନା ଆରମ୍ଭ କରିଥିଲେ । ପାରିପାଶ୍ୱିର୍କ ପରିସ୍ଥିତି ଏବଂ ଅଭିଯୁକ୍ତର ବୟାନକୁ ଆଧାର କରି ପୁଲିସ ଗୁଣିଗାରେଡ଼ିକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ହୋଇଥିବା ସନେ୍ଦହ କରୁଥିବାବେଳେ ଅନ୍ୟ କିଛି କାରଣ ଥାଇପାରେ ବୋଲି କହିଛି । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବାରୁ ପୁଲିସ ୩୦୨ ଦଫା ମାମଲା(୧୭୮/୧୯) ରୁଜୁ କରି ଅଭିଯୁକ୍ତ ଅଙ୍କୁରକୁ ଗିରଫ କରିଛି ।
Comments are closed, but trackbacks and pingbacks are open.