ଗୁଣିଗାରେଡ଼ି ସନେ୍ଦହ:ମୁଣ୍ଡ ଗଣ୍ଡି ଅଲଗା କରିଦେଲେ

Get real time updates directly on you device, subscribe now.

ମୋହନା, (ବି.ବି.ନୁ୍ୟଜ୍): ଅନ୍ଧବିଶ୍ୱାସର କରୁଣ ପରିଣତି । ଗୁଣି ଗାରେଡ଼ି ସନେ୍ଦହରେ ବୃଦ୍ଧଙ୍କୁ ଜଘନ୍ୟ ହତ୍ୟା । ଧାରୁଆ କଟୁରିରେ ହାଣି ଗଣ୍ଡିରୁ ଅଲଗା କରିଛନ୍ତି ମୁଣ୍ଡ । ଗଜପତି ଜିଲା ମୋହନା ଥାନା ଭାଲିଆସାହି ଗାଁର ଘଟଣା । ମୃତକ ସେହି ଗାଁର ଦାସୁ ମଲ୍ଲିକ(୬୫) । ଦାସୁ ମଲ୍ଲିକଙ୍କ ପୁଅ ପରମାନନ୍ଦ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ଛାନ୍ଭିନ୍ ଆରମ୍ଭ କରିଛି । ଏସ୍ଡିପିଓ ଅଶୋକ କୁମାର ମହାନ୍ତି, ଥାନା ଅଧିକାରୀ ସୁଜିତ ନାୟକ, ସାଇଣ୍ଟିଫିକ ଟିମ ଓ ଡଗ୍ ସ୍କ୍ୱାଡ୍ ଘଟଣା ସ୍ଥଳରେ ପହଞ୍ଚି ମୁଣ୍ଡ ବିହୀନ ଶବ ଜବତ କରଛିି । କଟା ମୁଣ୍ଡର ସନ୍ଧାନ ପାଇପାରିନାହିଁ ପୁଲିସ । ତେବେ ଖୁବ ଶୀଘ୍ର ଦୋଷୀକୁ ଗିରଫ କରାଯିବ ବୋଲି ଏସ୍ଡିପିଓ କହିଛନ୍ତି । ପୁଲିସ ବେଣିପଦର ଗାଁର ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦାସୁ ମଲ୍ଲିକ ଗାଁରେ ରହି ଲୋକଙ୍କୁ ଚେରମୂଳି ଚିକିତ୍ସା କରୁଥିଲେ । ଚେରମୂଳି ଚିକିତ୍ସାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ସନେ୍ଦହ ସୃଷ୍ଟି ହୋଇଥିଲା । ଏପରିକି ନିକଟସ୍ଥ ଗାଁ ଲୋକଙ୍କ ସହ ଶତୃତା ବଢିବାରେ ଲାଗିଲା । ଗତ ଦେଢ ବର୍ଷ ପୂର୍ବରୁ ଦାସୁଙ୍କ ସହିତ ବେଣିପଦର ଗାଁର କିଛି ଲୋକଙ୍କ ସହ ଶତୃତା ହୋଇଥିଲା । ଘଟଣା ଥାନାକୁ ଯିବା ପରେ ଆପୋଷ ବୁଝାମଣା ହୋଇଥିଲା । ସେତିକିରେ କିନ୍ତୁ ଲୋକଙ୍କ ରାଗ ଥମି ନଥିଲା । ଅଭିଯୋଗ ହୋଇଛି ଯେ, ଦାସୁକୁ ହତ୍ୟା କରିବା ପାଇଁ ଯୋଜନା କରୁଥିଲେ କିଛି ଲୋକ । ଗତକାଲି ସନ୍ଧ୍ୟାରେ ଦାସୁ ଭାଲିଆସାହି ଗାଁ ନିକଟସ୍ଥ ବଗଡ଼କୁ ଯାଇଥିଲେ । ସେହି ସମୟରେ କିଛି ଯୁବକ ଦାସୁକୁ ଖୋଜିବାକୁ ଆସିଥିଲେ । ପରେ ଦାସୁ ଗାଁ ନିଟସ୍ଥ ପଦରରେ ଥିବା ଜାଣି ଦାସୁକୁ ଏକ ଦାଢୁଆ କଟୁରିରେ ହାଣି ମୁଣ୍ଡ ଗଣ୍ଡିକୁ ଅଲଗା କରି ଦେଇଥିଲେ । ମୁଣ୍ଡ କେଉଁଆଡେ଼ ଫିଙ୍ଗି ଦେଇ ଫେରାର ହୋଇଗଲେ । ପରିବାର ଲୋକେ ପଦରରେ ଦାସୁର ମୁଣ୍ଡ ବିହୀନ ଶବ ଦେଖି ପୁଲିସକୁ ଖବର ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons