ଗୁଣିଗାରେଡ଼ି ସନେ୍ଦହରେ ଡବଲ ମର୍ଡର

Get real time updates directly on you device, subscribe now.

ଯାଜପୁର,(ବି.ବି.ନୁ୍ୟଜ୍): ଯାଜପୁର ଜିଲ୍ଲାର କଳିଙ୍ଗନଗର ଅଞ୍ଚଳରେ ଆଜି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି । ବୃଦ୍ଧ ଆଦିବାସୀ ଦମ୍ପତିଙ୍କୁ ଲୁହା ତାରରେ ବାନ୍ଧି ଜୀବନ୍ତ ଜାଳି ହତ୍ୟା କରାଯାଇଛି । ମୃତ ଦମ୍ପତିଙ୍କର ୬ବଖରା ଘର ସହିତ ସମସ୍ତ ଆସବାବ ପତ୍ର ଓ ଖାଦ୍ୟ ଶସ୍ୟକୁ ମଧ୍ୟ ଦୁର୍ବୃତ୍ତମାନେ ପୋଡ଼ି ପାଉଁଶ କରି ଦେଇଛନ୍ତି । ହତ୍ୟାକାଣ୍ଡରେ ବହୁ ସଂଖ୍ୟକ ପୁରୁଷ, ମହିଳା ସଂପୃକ୍ତ ଥିବା କଳିଙ୍ଗନଗର ପୁଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି । ଗୁଣି ଗାରେଡ଼ି ପରି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ହତ୍ୟାକାରୀମାନେ ଏପରି ଲୋମହର୍ଷଣକାରୀ ହତ୍ୟା ଘଟାଇଥିବା ଅନୁମାନ କରାଯାଉଛି । ପୁଲିସ ଭୟରେ ଗାଁ ଜନଶୂନ୍ୟ ପାଲଟିଛି । ୧୦ରୁ ଅଧିକ ବ୍ୟକ୍ତିଙ୍କୁ ଅଟକ ରଖି ପୁଲିସ ପଚରାଉଚୁରା ଚଳାଇଛି ।
କଳିଙ୍ଗନଗର ଥାନା ଅନ୍ତର୍ଗତ ପିଙ୍ଗଲ ପଞ୍ଚାୟତ ନିମପଲ୍ଲୀ ନିକଟ ଏକ ଆଦିବାସୀ ଗାଁ ଶୁରୀସାହିରେ ଏହି ଡବଲ ମର୍ଡର ଘଟିଛି । ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ବୃଦ୍ଧ ଦମ୍ପତି ଶୈଳ ବାଲମୁଚ(୬୫) ଓ ପତ୍ନୀ ସମ୍ବାରୀ ବାଲମୁଚ(୬୦) । ରବିବାର ବିଳମ୍ବିତ ରାତିରେ ଏହି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଆଜି ସକାଳେ ଦମ୍ପତିଙ୍କ ଶବ ଓ ତାଙ୍କ ଘର ହୁ ହୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା । କଳିଙ୍ଗନଗର ପୁଲିସ ସୁକିନ୍ଦା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା । ସେମାନେ ପହଞ୍ଚô ନିଅାଁକୁ ଆୟତ କରିବା ସହ ଦରପୋଡ଼ା ଶବ ଉଦ୍ଧାର କରିଥିଲେ । ଯାଜପୁର ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନା ଘଟଣାର ଛାନଭିନ୍ କରି ଫେରିଛନ୍ତି । କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜୟରାମ ଶତପଥୀଙ୍କ ନେତୃତ୍ୱରେ କଳିଙ୍ଗନଗର ଥାନାଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ, ଯଖପୁରା ଥାନାଧିକାରୀ ଲକ୍ଷ୍ମଣ ଦଣ୍ଡସେନା ପ୍ରମୁଖ ହତ୍ୟାକାଣ୍ଡର ବିଭିନ୍ନ ଦିଗ ଉପରେ ତଦନ୍ତ କରିଥିଲେ । ପରେ ସୁକିନ୍ଦା ତହସିଲଦାର ବୁଲ୍ବୁଲ୍ ବେହେରା ମଧ୍ୟ ହତ୍ୟାକାଣ୍ଡ ସ୍ଥଳରେ ଘଟଣା ସଂପର୍କରେ ଅବଗତ ହେବା ସହିତ ପୋଡ଼ି ଯାଇଥିବା ଘର ଓ ଅନ୍ୟାନ୍ୟ ଆସବାବପତ୍ରର କ୍ଷୟକ୍ଷତି ଆକଳନ କରିଥିଲେ ।
କଳିଙ୍ଗନଗର ଥାନା ଅନ୍ତର୍ଗତ ନିମପଲ୍ଲୀ ରାଜସ୍ୱ ଗ୍ରାମର ପଡ଼ା ଗ୍ରାମ ଶୁରୀସାହିରେ ୧୫ରୁ ଅଧିକ ଆଦିବାସୀ ସଂପ୍ରଦାୟର ଲୋକ ବସବାସ କରନ୍ତି । ଏହି ଗ୍ରାମର ଅଧିକାଂଶ ଲୋକ ଦିନ ମଜୁରିଆଭାବେ ପରିବାର ପ୍ରତିପୋଷଣ କରନ୍ତି । କିଛି ଦିନ ତଳେ ଏହି ଗ୍ରାମର ଜଣେ ଡ୍ରାଇଭରଙ୍କର ଅଜଣା ରୋଗରେ ମୃତୁ୍ୟ ହୋଇଥିଲା । କିଛି ଦିନ ମଧ୍ୟରେ ଆଉ କିଛି ଲୋକଙ୍କର ମଧ୍ୟ ଅଜଣା ରୋଗରେ ମୃତୁ୍ୟ ହୋଇଥିଲା । ଅଳ୍ପ ବୟସ୍କ ଯୁବକମାନେ ଏପରି ମୃତୁ୍ୟମୁଖରେ ପଡ଼ିବା ଘଟଣାକୁ ସେମାନଙ୍କ ପରିବାର ଲୋକେ ସହଜରେ ଗ୍ରହଣ କରି ପାରୁନଥିଲେ । ଗୁଣିଗାରେଡ଼ି କରି ବୃଦ୍ଧ ଦମ୍ପତି ଶୈଳ ବାଲମୁଚ ଓ ତାଙ୍କ ପତ୍ନୀ ସମ୍ବାରୀ ବାଲମୁଚ ଏପରି ଘଟଣା ଘଟାଉଥିବା ଗ୍ରାମବାସୀ ସନେ୍ଦହ କରିବା ଆରମ୍ଭ କରି ଦେଇଥିଲେ । ଶୈଳ ବାଲମୁଚଙ୍କ ୨ ପୁଅ ଓ ୨ ଝିଅଙ୍କ ମଧ୍ୟରୁ ବଡ଼ ପୁଅ ଗଙ୍ଗା ବାଲମୁଚର ମଧ୍ୟ ମୃତୁ୍ୟ ହୋଇସାରିଛି ।
ଗାଁରେ ଭେଣ୍ଡିଆ ଯୁବକମାନେ ମୃତୁ୍ୟମୁଖରେ ପଡ଼ୁଥିବା ବେଳେ ୬୫ ବୟସ୍କ ଶୈଳଙ୍କର ଦିନକୁ ଦିନ ଆର୍ଥିକ ଉନ୍ନତି ହେଉଥିଲା । ଅନ୍ୟ ଲୋକଙ୍କ ଜମିକୁ ବଖରାରେ ଆଣି ଚାଷ କରିବା । ଗାଁ ନିକଟରେ ଗ୍ୟାସ୍ ପାଇପ୍ ଲାଇନ୍ରେ ମଜୁରିଆ ଭାବେ କାର୍ଯ୍ୟ କରି ଅର୍ଥ ରୋଜଗାର କରିବା । ଆଉ ଚାଳଘରରୁ କୋଠା ଘର ନିର୍ମାଣ କରି ଭଲରେ ଚଳିବାକୁ ଗାଁର କିଛି ଲୋକ ସହି ପାରୁନଥିଲେ । ଏଥିପାଇଁ ତାଙ୍କୁ ଗୁଣି ଗାରେଡ଼ି ସନେ୍ଦହରେ ହତ୍ୟା କରାଯାଇଛି ବୋଲି ମୃତ ବୃଦ୍ଧା ଦମ୍ପତିଙ୍କ ସାନ ଝିଅ ମୁକୁତା ବାଲମୁଚ ଅଭିଯୋଗ କରିଛନ୍ତି । ଗାଁର କିଛି ଲୋକ ଯୋଜନାବଦ୍ଧ ଭାବେ ମିଳିତହୋଇ ଏପରି ହତ୍ୟାକାଣ୍ଡ ଘଟାଇଛନ୍ତି । ହତ୍ୟାକାଣ୍ଡ ସମୟରେ ମୃତ ଶୈଳର ଘର ପଛପଟେ ତିନି ବଖରା ଘର କରି ରହୁଥିବା ତାର ସାନ ପୁଅ ଚକ୍ରଧର ବାଲମୁଚ ଉପସ୍ଥିତ ଥିଲା । ମାତ୍ର ଏତେ ସଂଖ୍ୟକ ଲୋକଙ୍କ କବଳରୁ ବାପା ଓ ମାଆଙ୍କୁ ଉଦ୍ଧାର କରି ପାରିନଥିଲେ ବୋଲି ସାନ ଝିଅ ମୁକୁତା ପ୍ରକାଶ କରିଛନ୍ତି । ଆଜି ସକାଳେ ପୁଲିସକୁ ଦେଖି ଚକ୍ରଧର ମଧ୍ୟ ଭୟରେ ଗାଁ ଲୋକଙ୍କ ଭଳି ଫେରାର ହୋଇ ଯାଇଛି ବୋଲି ମୁକୁତା ପ୍ରକାଶ କରିଛି । ଅପରାହ୍ଣ ପ୍ରାୟ ୪ଟାରେ କେନ୍ଦ୍ରାପଡ଼ାରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚô ହତ୍ୟାକାଣ୍ଡର ବିଭିନ୍ନ ଦିଗ ଉପରେ ତଦନ୍ତ କରିଥିଲା । ପୁଲିସ ଅଧା ପୋଡ଼ା ଶବକୁ ବ୍ୟବଚ୍ଛେଦ ପାଇଁ ଦାନଗଦୀ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons