ପାଟଣାଗଡ଼: ପାଟଣାଗଡ଼ ବ୍ଲକ୍ ଲରମ୍ଭା ଥାନା ଅନ୍ତର୍ଗତ ଚିଟକାମାଲ୍ ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଘଟଣାରେ ଚାରି ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଣ ନାରାୟଣ ବରିହା, ସ୍ୱରୁପ ଘିଭେଲା, ଗୌରାଙ୍ଗ ପୋଢ଼ ଓ କୃଷନ ବରିହା। ଏହି ଘଟଣାରେ ଆହୁରି ଲୋକ ସମ୍ପୃକ୍ତ ଅଛନ୍ତି। ସେମାନଙ୍କୁ ତୁରନ୍ତ ଗିରଫ କରାଯିବ। ଆଜି ବଲାଙ୍ଗିର ଏସ୍ପି ସନ୍ଦୀପ ସମ୍ପଦ ମଡ଼କର ଏହି ସୂଚନା ଦେଇଛନ୍ତି।
କିଛି ଦିନ ତଳେ ଚିନ୍ତାମଣି ବରିହା ତାଙ୍କ ସ୍ତ୍ରୀ ରୁକ୍ମଣିଙ୍କୁ ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ଗ୍ରାମବାସୀ ପିଟିପିଟି ହତ୍ୟା କରି ଗାଁଠାରୁ ଦୁଇ କି.ମି ଦୂରରେ ଥିବା ପଥର ଖୋଲାରେ ଫିଙ୍ଗି ଦେଇଥିଲେ। ପରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ ପହଞ୍ଚି ଛାନଭିନକରି ପାହାଡରୁ ଶବ ଠାବ କରି ଥିଲା। ୪ ଜଣଙ୍କୁ ଅଟକ ରଖି ପଚରା ଉଚରା କରିବା ପରେ ଘଟଣା ସାମ୍ନାକୁ ଆସିଥିଲା। ସେମାନେ ପୁଲିସ୍ ଆଗରେ ନିଜ ଦୋଷ ସ୍ୱୀକାର କରିଥିଲେ।
ସୂଚନା ଅନୁସାରେ ଗତ ୨୧ ତାରିଖରେ ଚିଟିକାମାଲ ଗାଁର ନାରାୟଣ ବରିହାଙ୍କ ଦେଢ଼ ବର୍ଷର ପୁଅ ଲକିକୁ ଜ୍ୱର ହୋଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ପାଟଣାଗଡ଼ ଡାକ୍ତରଖାନାକୁ ନିଆଯାଉଥିଲା। ହେଲେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଲକିର ମୃତ୍ୟୁ ହୋଇଥିଲା। ପରେ ପରିବାର ଲୋକେ ଲକିର ମୃତଦେହକୁ ଆଣି ନିଜ ବାଡ଼ିରେ ପୋତି ଦେଇଥିଲେ। ଏପରିକି ସମାଧି ଉପରେ ଇଟା-ପଥର ରଖିଦେଇଥିଲେ।
Comments are closed, but trackbacks and pingbacks are open.