ଗୁଣି ଗାରେଡ଼ି ସନେ୍ଦହରୁ ହତ୍ୟା

Get real time updates directly on you device, subscribe now.

ଚୌଦ୍ୱାର,(ବି.ବି.ନୁ୍ୟଜ୍): ଚୌଦ୍ୱାର ଥାନା ମଙ୍ଗରାଜପୁର ପଞ୍ଚାୟତ ବରେଣା ଗ୍ରାମରେ ଗୁଣି ଗାରେଡ଼ି ସନେ୍ଦହରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି । ବୃଦ୍ଧ ଜଣଙ୍କ ହେଲେ ଏହି ଗ୍ରାମର ସିଙ୍ଗରା ସଏ(୬୨) । ପୁଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
ସୂଚନା ମୁତାବକ ମୃତ ସିଙ୍ଗରା ମଙ୍ଗଳବାର ରାତିରେ ହାତୀ ଜଗିବା ପାଇଁ ପଡେ଼ାଶୀଙ୍କ ଘର ନିକଟରେ ନିଅାଁ ଜାଳିି ବସିଥିଲେ । ସେତେବେଳେ ସମସ୍ତେ ପ୍ରାୟ ଶୋଇପଡ଼ିଥିଲେ । ରାତି ପ୍ରାୟ ୧୦ଟା ବେଳେ ଏହି ଗ୍ରାମର ଦେବେନ୍ଦ୍ର ସୁରୀ ଏକ ଟାଙ୍ଗିଆ ଆଣି ଅଚାନକ ସିଙ୍ଗରାଙ୍କ ମୁଣ୍ଡ ପଛକୁ ହାଣିଦେଇଥିଲା । ଫଳରେ ବୃଦ୍ଧ ସିଙ୍ଗରା ସେଠାରେ ଟଳି ପଡିଥିଲେ । ପଡେ଼ାଶୀ ଲୋକେ ଚିକ୍ରାର ଶୁଣି ଉଠିଲା ବେଳକୁ ନିଅାଁ ଜଳୁଥିବା ସ୍ଥାନରେ ରକ୍ତ ପଡ଼ିଥିବା ଦେଖିବାକୁ ପାଇଥିଲେ । ଦେବେନ୍ଦ୍ର ବୃଦ୍ଧଙ୍କୁ ଘୋଷାଡ଼ି ଘୋଷାଡ଼ି ଶାଳ ଜଙ୍ଗଲ ଆଡ଼କୁ ନେଉଥିଲା । ଏହା ଦେଖି ପଡେ଼ାଶୀ ଭୟରେ ଚୁପ୍ ରହିଥିଲେ । ଅଭିଯୁକ୍ତ ବୃଦ୍ଧଙ୍କ ମୃତଦେହକୁ ଘୋଷାଡ଼ି ଘୋଷାଡ଼ି ପ୍ରାୟ ଶହେ ମିଟର ଦୂରକୁ ନେଇ ନିକଟସ୍ଥ ଶାଳ ଜଙ୍ଗଲରେ ହାତୀ ନ ଆସିବା ପାଇଁ ଖୋଳା ଯାଇଥିବା ଟ୍ରେଞ୍ଚ୍ ମଧ୍ୟରେ ପକାଇ ଦେଇ ତା’ଉପରେ ଡାଳପତ୍ର ଘୋଡ଼ାଇ ଚମ୍ପଟ୍ ମାରିଥିଲା ।
ଏହି ଅଞ୍ଚଳଟି ଆଦିବାସୀ ଅଞ୍ଚଳ । ବିଶେଷ ଶିକ୍ଷିତ ଲୋକ ନଥିବାରୁ ଘଟଣା ସଂପର୍କରେ ପୁଲିସକୁ କେହି ଖବର ଦେଇନଥିଲେ । ଚୌଦ୍ୱାର ପୁଲିସ ଖବର ପାଇ ଆଜି ସକାଳ ୮ଟାରେ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଥିଲା । ଗ୍ରାମବାସୀଙ୍କ ସହାୟତାରେ ପୁଲିସ ଟ୍ରେଞ୍ଚ୍ ମଧ୍ୟରୁ ମୃତଦେହକୁ ବାହାର କରି ଉପରକୁ ଆଣିଥିଲା । ମୃତ ସିଙ୍ଗରାଙ୍କ ମୁଣ୍ଡର ପଛ ପାଖରେ ଗଭୀର ଆଘାତ ଲାଗିଥିଲା । ଘଟଣାସ୍ଥଳରେ ଚୌଦ୍ୱାର ଆଇଆଇସି ପଦ୍ମନାଭ ପ୍ରଧାନ, ଏଏସଆଇ ତପସ୍ୱନୀ କାନୁନଗୋ ଓ ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ ଭକ୍ତ ଚରଣ ମିଶ୍ର ଓ ବିଶ୍ୱ ରଞ୍ଜନ ଦାସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗୁଣି ଗାରେଡ଼ିକୁ ସନେ୍ଦହ କରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।
ଅଭିଯୁକ୍ତ ଦେବେନ୍ଦ୍ରର ବାପା ୩ ମାସ ତଳେ ପ୍ରାଣ ହରାଇଥିଲେ । ସିଙ୍ଗରା ପାଇଁ ତା’ ବାପା ମୃତୁ୍ୟ ହୋଇଥିବା ସେ ସନେ୍ଦହ କରୁଥିଲା । କାରଣ ସିଙ୍ଗରା ଆଖପାଖ ଗ୍ରାମରେ ଝଡ଼ାଫୁଙ୍କା କରିବା ସହ ପୂଜାର୍ଚ୍ଚନା କରିଥାଏ । ଦେବେନ୍ଦ୍ର ଭାବି ନେଇଥିଲା ତା’ ବାପାଙ୍କୁ ସେ ଗୁଣି କରି ମାରିଦେଇଛି । ସେଥିପାଇଁ ସେ ସେହିଦିନ ଠାରୁ ପ୍ରତିଶୋଧ ନେବା ପାଇଁ ସୁଯୋଗକୁ ଅପେକ୍ଷା କରିଥିଲା । ମଙ୍ଗଳବାର ରାତିରେ ସୁଯୋଗ ମିଳିଯାଇଥିଲା । ନିଶୂନ୍ ରାତିରେ ବୃଦ୍ଧଙ୍କୁ ଏକୁଟିଆ ପାଇ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଘଟଣା ଘଟାଇ ଅଭିଯୁକ୍ତ ତା’ ଶ୍ୱଶୁର ଘର ଗୁରୁଡ଼ିଝାଟିଆ ଥାନା ଖାrା ଗ୍ରାମକୁ ପଳାଇଥିଲା ।
ସୂଚନା ପାଇ ପୁଲିସ ଆଜି ତା’ ଶ୍ୱଶୁର ଘର ଉପରେ ଚଢ଼ଉ କଲାବେଳେ ସେ ଜଙ୍ଗଲ ମଧ୍ୟକୁ ଖସି ଯିବାକୁ ଉଦ୍ୟମ କଲାବେଳେ ସ୍ୱତନ୍ତ୍ର ସ୍କ୍ୱାଡ ତା’କୁ କାବୁ କରିନେଇଥିଲେ । ପୁଲିସ ଅଭିଯୁକ୍ତ ଦେବେନ୍ଦ୍ରକୁ ଅଟକ ରଖି ପଚରାଉଚରା କରୁଛି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ରକ୍ତ ଓ ପାଉଁଶ ସାମ୍ପୁଲ ସଂଗ୍ରହ କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ପୁଲିସ ଜବତ କରିଛି । ଏନେଇ ମୃତ ସିଙ୍ଗରା ସଏଙ୍କ ପୁଅ ଘନଶ୍ୟାମ ଚୌଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି ।
ସଚେତନତା ଅଭାବରୁ ଚୌଦ୍ୱାର ଥାନାଞ୍ଚଳରେ ୨ମାସ ମଧ୍ୟରେ ଗୁଣି ଗାରେଡ଼ିକୁ ସନେ୍ଦହ କରି ୨ଟି ହତ୍ୟାକାଣ୍ଡ ଘଟିଲାଣି । ଅକ୍ଟୋବର ୧୪ତାରିଖରେ ଗୋଡ଼ଧୁଆ ଗ୍ରାମରେ ଗୁଣି ଗାରେଡ଼ିକୁ ସନେ୍ଦହ କରି ହତ୍ୟାକାଣ୍ଡ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons