ଗୋବିନ୍ଦପାଲ୍ଲୀ, (ବି.ବି.ନୁ୍ୟଜ୍): ଗୁଣିଗାରେଡି ସନେ୍ଦହରେ ବାପ-ପୁଅଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଏଭଳି ଅମାନୁଷିକ କାଣ୍ଡ ଘଟିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ଉଦୁଲିବେଡ଼ା ପଞ୍ଚାୟତ ମାଳିଗୁଡା ଗାଁରେ । ମୃତ ଦୁଇଜଣ ହେଲେ ମାଳିଗୁଡା ଗାଁର ସଦନ ମାଳି ଓ ତାଙ୍କ ପୁଅ ନୀଳେନ୍ଦ୍ର ମାଳି । ହତ୍ୟାକାଣ୍ଡ ପରେ ସେହି ଗାଁର ୨ ଅଭିଯୁକ୍ତ ଥାନାରେ ପହଞ୍ଚି ସୋମାନଙ୍କ ଦୋଷ ସ୍ୱୀକାର କରି ଆତ୍ମସମର୍ପଣ କରିଛନ୍ତି । ଏନେଇ ମାଥିଲି ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ତଦନ୍ତ ଚାଲିଥିବାରୁ ସେମାନଙ୍କ ନାଁ ପ୍ରକାଶ କରିବାକୁ ପୁଲିସ ମନା କରିଛି । ଅନ୍ୟପକ୍ଷରେ କାର୍ଯ୍ୟାନୁÂାନ ଭୟରେ ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି ।
ପୁଲିସ୍ ସୂଚନା ଅନୁଯାୟୀ, କିଛି ଦିନ ତଳେ ମାଳିଗୁଡା ଗାଁରେ ଜଣେ ଯୁବତୀଙ୍କ ସନେ୍ଦହଜନକ ମୃତୁ୍ୟ ହୋଇଥିଲା । ଯୁବତୀଙ୍କୁ ମାରି ଦେଇଥିବା ଅଭିଯୋଗ କରି ଗାଁ ଲୋକେ ସଦନଙ୍କ ପରିବାର ଲୋକଙ୍କୁ ଦାୟୀ କରିଥିଲେ । ଏହାକୁ ନେଇ ସଦନଙ୍କ ପରିବାରକୁ ବାସନ୍ଦ କରାଯାଇଥିଲା । ଦୀର୍ଘଦିନ ଧରି ସଦନଙ୍କ ପରିବାର ବାସନ୍ଦ ଜୀବନ ବିତାଇ ଆସୁଥିଲେ । ଶୁକ୍ରବାର ରାତିରେ ହାଟ ବ୍ୟବସାୟ ସାରି ସଦନ ଓ ତାଙ୍କ ପୁଅ ନୀଳେନ୍ଦ୍ର ଘରକୁ ଫେରୁଥିଲେ । ଏହି ସମୟରେ କେତେକ ଦୁର୍ବୃତ୍ତ ନଦୀ ପଠାରେ ସେମାନଙ୍କୁ ଆକ୍ରମଣ କରି ନିର୍ମମ ଭାବେ ହତ୍ୟା କରିଥିଲେ । ହତ୍ୟା ପରେ ସେମାନଙ୍କ ମଧ୍ୟରୁ ୨ ଜଣ ମାଥିଲି ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଛନ୍ତି । ପୁଲିସ୍ ଗାଁରେ ପହଞ୍ଚି ଉଭୟ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲ୍କୁ ପଠାଇଛି । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ ମାଥିଲି ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି । ତଦନ୍ତ ଚାଲୁ ରହିଥିବା ଥାନା ଅଧିକାରୀ କହିଛନ୍ତି । ତେବେ ଏହି ହତ୍ୟାକାଣ୍ଡରେ ଆଉ କେଉଁମାନେ ସଂପୃକ୍ତ, ସଦନଙ୍କ ପରିବାରକୁ କାହିଁକି ବାସନ୍ଦ କରାଯାଇଥିଲା, କିଏ ଓ କାହିଁକି ସେମାନଙ୍କୁ ହତ୍ୟା କଲେ ସେନେଇ ତଦନ୍ତ ପାଇଁ ପରିବାର ଲୋକେ ଦାବି କରିଛନ୍ତି । ସଦନଙ୍କ ପରିବାର ଲୋକେ ଦୋଷୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରିବା ଲାଗି ପୁଲିସ ନିକଟରେ କହିଛନ୍ତି ।
ସୂଚନା ଥାଉକି, ସମାଜରେ ଅନ୍ଧବିଶ୍ୱାସ ଓ କୁସଂସ୍କାର ବଢିଚାଲିଛି । ପ୍ରଶାସନ ପକ୍ଷରୁ ଲୋକଙ୍କୁ ଯେତେ ସଚେତନ କରାଯାଉଥିଲେ ମଧ୍ୟ ବାରମ୍ବାର ଏଭଳି ଘଟଣା ଘଟୁଛି । ଆଧୁନିକ ସମାଜରେ ଏଭଳି କୁସଂସ୍କାର ବୃଦ୍ଧି ପାଇବା ଏକ ନିନ୍ଦନ୍ଦନୀୟ ଘଟଣା ବୋଲି ବୁଦ୍ଧିଜୀବୀ କହିଛନ୍ତି । ପ୍ରଶାସନ ପକ୍ଷରୁ ଏଥିପାଇଁ ଗ୍ରାମାଞ୍ଚଳ ଲୋକଙ୍କୁ ସଚେତନ କରିବା ଲାଗି ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଦାବି ହୋଇଛି ।
Comments are closed, but trackbacks and pingbacks are open.