ଗୁଣି ସନେ୍ଦହରେ ବୃଦ୍ଧବୃଦ୍ଧାଙ୍କୁ ନିସ୍ତୁକ ମାଡ଼

Get real time updates directly on you device, subscribe now.

କପ୍ତିପଦା,(ବି.ବି.ନୁ୍ୟଜ୍): ଗୁଣିଗାରେଡ଼ି ସନେ୍ଦହ । ଏଥିସହିତ ପୁଣି ଯୋଡ଼ି ହୋଇଯାଇଛି ନିର୍ଯାତନା ଘଟଣା । ବନ୍ଧୁ ଘରକୁ ଆସିଥିବା ଜଣେ ବୃଦ୍ଧ ଏବଂ ତାଙ୍କର ସମ୍ପର୍କୀୟାଙ୍କୁ ଗୁଣି କରୁଥିବା ସନେ୍ଦହ କରି ଗ୍ରାମବାସୀ ନିସ୍ତୁକ ମାଡ଼ ମାରିଛନ୍ତି । ଗତରାତିରୁ ବୃଦ୍ଧବୃଦ୍ଧାଙ୍କୁ ବାନ୍ଧି ପକାଇ ଘେରି ଯାଇଥିଲେ ପ୍ରାୟ ୨ଶହ ଗ୍ରାମବାସୀ । ଗତକାଲି ବିଳମ୍ବିତ ରାତିରୁ ଆଜି ସକାଳ ଯାଏ ମାଡ଼ ଜାରି ରଖି ଲହୁଲୁହାଣ କରିଛନ୍ତି । ପୁଲିସ ଦୁହିଁଙ୍କୁ ଆକ୍ରମଣକାରୀଙ୍କ କବଳରୁ ରକ୍ଷା କରି ଡାକ୍ତରଖାନାରେ ଭର୍ତ୍ତି କରିଛି । ଏହି ଅଭାବନୀୟ ଘଟଣା ଘଟିଛି କପ୍ତିପଦା ଥାନା ଅଧିନସ୍ଥ ମଝିଗଡିଆ ଗ୍ରାମ ପଞ୍ଚାୟତର ଭେଜିଡିହା(ମହୁଲପଙ୍ଖା) ତଳସାହି ଗ୍ରାମରେ ।

ସବିଶେଷ ଘଟଣା ଅନୁଯାୟୀ, ଭେଜିଡିହା ତଳସାହି ଗ୍ରାମର ଦମ୍ପତି ସୀତାରାମ ସିଂ-ଲେତ ଦେଇଙ୍କ ଘରକୁ ଆସିଥିଲେ ତାଙ୍କ ସମୁଦି ଗୁରୁଭା ସିଂ(୬୦) । ଗୁରୁଭାଙ୍କ ଘର ବାରିପଦା ସଦର ଥାନାର କରତବସା ଗ୍ରାମରେ । ତେବେ ଗତ କିଛିଦିନ ପୂର୍ବରୁ ସେହି ତଳସାହି ଗ୍ରାମର ସିଂଘରାୟ ମୁର୍ମୁଙ୍କର ମୃତୁ୍ୟ ଘଟିଥିଲା । ଶୁକ୍ରବାର ରାତିରେ ସମୁଦି ଗୁରୁଭା ସିଂ ଏବଂ ସମୁଦୁଣୀ ଲେତ ଦେଇ ି ମୃତ ସିଂଘରାୟଙ୍କ ସମାଧି ଉପରେ ବସି ପୂଜାପାଠ କରୁଥିଲେ । ସମାଧି ଉପରେ ପୂଜାପାଠ କରୁଥିବା ଦେଖି ଗ୍ରାମବାସୀଙ୍କ ମନରେ ଗୁଣିଗାରେଡ଼ିି କରୁଥିବାର ସନେ୍ଦହ ଉପୁଜିଥିଲା । ଏଥିନେଇ ଉତ୍କ୍ଷିପ୍ତ ଗ୍ରାମବାସୀ ପୂଜା ସ୍ଥଳରୁ ଗୁରୁଭା ଓ ଲେତକୁ ଉଠାଇ ଆଣି ଗଛରେ ବାନ୍ଧି ପକାଇଥିଲେ । ପ୍ରାୟ ଦୁଇଶହ ଲୋକ ଘେରି ଯାଇ ଏହି ବୃଦ୍ଧ ବୃଦ୍ଧାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏତିକିରେ ସରିନଥିଲା ନିର୍ଯାତନା । ପୁଣି ଆଜି ସକାଳେ ଉଭୟଙ୍କୁ ମାଡ଼ ମାରିଥିଲେ । ଦିନ ୧୧ଟା ଯାଏ ଏପରି ବର୍ବରକାଣ୍ଡ ଜାରି ରହିଥିଲା ।

ଶେଷରେ ଖବର ପାଇ କପ୍ତିପଦା ଥାନା ଅଧିକାରୀ ରୀନା ବେହେରା ସଦଳବଳ ଘଟଣାସ୍ଥଳରେ ପହଞ୍ଚôଥିଲେ । ଲୋକଙ୍କୁ ବୁଝାସୁଝା କରି ଗ୍ରାମବାସୀଙ୍କ କବଳରୁ ଉଭୟଙ୍କୁ ଉଦ୍ଧାର କରିଥିଲେ । ଦୁହିଁଙ୍କୁ ଚିକିତ୍ସା ନିମନ୍ତେ କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁଭା ଏବଂ ଲେତଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ତେବେ ଖବର ଲେଖା ହେବା ବେଳକୁ ଘଟଣା ସଂପର୍କରେ ଥାନାରେ କୌଣସି ଅଭିଯୋଗ ହୋଇ ନଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons