ଗୁଣି ସନ୍ଦେହରେ ଜଣକୁ ଠେଙ୍ଗାରେ ପିଟି ପିଟି ହତ୍ୟା

Get real time updates directly on you device, subscribe now.

ମାଲକାନଗିରି : ଗୁଣିଆ ସନ୍ଦେହରେ ଜଣକୁ ଠେଙ୍ଗାରେ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା। ଏହି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ପୋଟେରୁ ଫାଣ୍ଡି ଅନ୍ତର୍ଗତ ଓରେଲଗୁଡ଼ା ଗାଁରୁ। ମୃତକ ଜଣକ ହେଲେ ଜଗା କାବାସି।
ମିଳିଥିବା ସୂଚନା ମୁତାବକ, କିଛି ଦିନର ଅସୁସ୍ଥତା ପରେ ଗତକାଲି ଏହି ଗାଁର ଦେବା ବାଞ୍ଜାମିଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିବାର ସନ୍ଦେହ କରିଥିଲେ ଜଗା କାବାସି ଗୁଣି କରିବାରୁ ଦେବା ବାଞ୍ଜାମିଙ୍କ ମୃତ୍ୟୁ ହୋଇଛି। ଏହାପରେ ସେମାନେ ଜଗାଙ୍କୁ ତାଙ୍କ ଘରୁ ଟାଣି ଆଣି ଠେଙ୍ଗାରେ ନିସ୍ତୁକ ପିଟିଥିଲେ। ଫଳରେ ଜଗା କାବାସିଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ଗାଁର କିଛି ଲୋକ ମଧ୍ୟ ସାମିଲ ଥିଲେ। କାଲିମେଳା ଥାନାରେ ଏତଲା ପରେ ପୁଲିସ ତଦନ୍ତ କରୁଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons