ଗୁଣୁପୁର ପୋଲିସକୁ ସଫଳତା : ଅନ୍‌ଲାଇନ୍ କ୍ରିକେଟ ବେଟିଂରେ ସଂପୃକ୍ତି ଥିବା ନେଇ ତିନି ଗିରଫ, ଲକ୍ଷାଧିକ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଜବତ

Get real time updates directly on you device, subscribe now.

ଗୁଣୁପୁର : ରାୟଗଡା ଜିଲ୍ଲା ଗୁଣୁପୁର ପୋଲିସକୁ ଏକ ବଡ ଧରଣର ସଫଳତା ମିଳିଛି । ଅନ ଲାଇନ କ୍ରିକେଟ ବେଟିଂରେ ସମ୍ପୃକ୍ତ ଥିବା ଅଭିଯୋଗରେ ତିନି ଜଣ ଯୁବକଙ୍କୁ ଗୁଣୁପୁର ପୁଲିସ ଗିରଫ କରିଛି । ଗିରଫ ହୋଇଥିବା ଯୁବକମାନଙ୍କୁ କୋର୍ଟ ଚାଲାଣ ମଧ୍ୟ କରାଯାଇଛି । ଗିରଫ ଯୁବକମାନଙ୍କ ଠାରୁ ନଗଦ ୧ଲକ୍ଷ ୨୬ ହଜାର ଟଙ୍କା, ୬ଟି ମୋବାଇଲ, ୨ଟି ବାଇକ ଜବତ କରାଯାଇଛି ।
ତେବେ ଗିରଫ ଯୁବକ ସମସ୍ତ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ବର୍ତମାନ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ଏହି ଅନ ଲାଇନ କ୍ରିକେଟ ବେଟିଂରେ ଆଉ କେତେ ଜଣ ସାମିଲ ଅଛନ୍ତି । ତାହାର ମଧ୍ୟ ଖୋଳତାଡ କରୁଛି ପୋଲିସ । ତେବେ ଗିରଫ ଯୁବକ ମାନେ ବର୍ତମାନ ଚାଲିଥିଲା ମହିଳା ଟି-ଟ୍ବେଣ୍ଟି ବିଶ୍ଵକପ ଠାରୁ ଆରମ୍ଭ କରି ବିଭିନ୍ନ ଦେଶ ମଧ୍ୟରେ ଚାଲିଥିବା ଆନ୍ତର୍ଜାତୀୟ ମ୍ୟାଚ ମାନଙ୍କରେ ଅନଲାଇନ ମାଧ୍ୟମରେ ଟଙ୍କା କାରବାର କରୁଥିବାର ସୂଚନା ମିଳିଛି ବୋଲି ଗୁଣୁପୁର ଏସଡିପିଓ ରାଜ କିଶୋର ଦାସ ପ୍ରକାଶ କରିଛନ୍ତି । କୌଣସି ସୂତ୍ରରୁ ଖବର ପାଇ ଗୁଣୁପୁର ପୋଲିସ ରାୟଗଡା ଏସ୍‌ପି ଙ୍କ ନିର୍ଦେଶ କ୍ରମେ ଚଢାଉ କରିଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons