ଗୁପ୍ତଧନ ପାଇଁ ତନ୍ତ୍ର ସାଧନା

Get real time updates directly on you device, subscribe now.

ଧର୍ମଗଡ଼,(ବି.ବି.ନୁ୍ୟଜ୍): ଗୁପ୍ତଧନ ପାଇବା ଆଶାରେ ଗାଁ ମୁଣ୍ଡରେ ଚଲାଇଥିଲେ ତନ୍ତ୍ର ସାଧନା । ବିଲରେ ମାଟି ଖୋଳି ପୂଜାର୍ଚ୍ଚନା କରୁଥିବାବେଳେ ସନ୍ଦିଗ୍ଧଙ୍କ ଗତିବିଧି ଦେଖି ଧରିଲେ ଗାଁଲୋକେ । ଏହାପରେ ପୁଲିସ ଜିମା ଦେଲେ । ଧର୍ମଗଡ଼ ଥାନା ରଙ୍କାବାହାଲ ଗାଁରେ ଆଜି ଏଭଳି ଘଟଣାକୁ ପଦାକୁ ଆସିଛି ।
ରଙ୍କାବାହାଲ ଗାଁ ମୁଣ୍ଡରେ ଏକ ପଡ଼ିଆରେ ଗତକାଲି ବିଳମ୍ବିତ ରାତିରେ କିଛି ଲୋକ ପୂଜାର୍ଚ୍ଚନା କରୁଥିବା ଗାଁ ଲୋକେ ଜାଣିବାକୁ ପାଇଥିଲେ । ସେମାନଙ୍କ ସନ୍ଦିଗ୍ଧ ଗତିବିଧିକୁ ଦେଖିବା ପରେ ଗ୍ରାମବାସୀ ଏକତ୍ର ହୋଇ ସେଠାରେ ଚଢ଼ଉ କରିଥିଲେ । ଗାଁ ଲୋକଙ୍କୁ ଆସୁଥିବା ଦେଖି ସେଠାରେ ପୂଜାର୍ଚ୍ଚନା କରୁଥିବା ୭ ଜଣ ବ୍ୟକ୍ତି କୌଶଳକ୍ରମେ ଫେରାର ହୋଇଥିଲେ । ହେଲେ ଦୁଇଜଣଙ୍କୁ ଗ୍ରାମବାସୀ କାବୁ କରି ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ଧର୍ମଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଦିଗ୍ଧ ବ୍ୟକ୍ତି ଦୁଇଜଣଙ୍କୁ ଥାନାକୁ ଆଣି ଅଟକ ରଖି ତଦନ୍ତ ଚଳାଇଛନ୍ତି । ଅଟକ ବ୍ୟକ୍ତି ଦୁଇଜଣ ହେଲେ ଜୁନାଗଡ ଥାନା ଗୌଡ ଛେଣ୍ଡିଆର ଯୋଗେଶ୍ୱର ବଛା ଓ ଅନ୍ୟଜଣକ ହେଲେ ଜୁନାଗଡ଼ର ଶରତ ଖରସେଲ । ତେବେ ସେମାନଙ୍କୁ ଗାତ ଖୋଲିବା ପାଇଁ ସେଠାକୁ ଡାକି ଅଣାଯାଇଥିବା ଜଣେ ବ୍ୟକ୍ତି ପ୍ରକାଶ କରିଥିବା ବେଳେ ଅନ୍ୟଜଣକ ସେଠାକୁ କିପରି ଚାଲି ଆସିଲେ କିଛି ଜାଣିପାରୁ ନଥିବା କହିଛନ୍ତି । ଘଟଣାସ୍ଥଳରୁ କିଛି ହାଡ଼, ଫୁଲ, ଫୁଲ ମାଳ, ନଡିଆ ଓ ଅନ୍ୟ ପୂଜା ସାମଗ୍ରୀ ଜବତ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons