ବୌଦ୍ଧ,(ବି.ବି.ନୁ୍ୟଜ୍): ଗୁପ୍ତଧାନ ପାଇବା ଆଶାରେ ଚାଲିଥିବା ଗୁପ୍ତ ପୂଜାର୍ଚ୍ଚନା ମହଙ୍ଗା ପଡିଲା । ଗ୍ରାମବାସୀଙ୍କ ହାତରେଧରା ପଡି ନିଧୁମ ଛେଚା ଖାଇଲେ କର୍ତ୍ତା ଓ ପୂଜକ ଗୋÂି । ଏପରି ଏକ ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ କରଞ୍ଜକଟା ଗାଁରେ ଘଟିଛି । ପୋଲିସଠାରୁ ମିଳିଥିବା ସୂଚନା ଅନୁସାରେ, କରଞ୍ଜକଟା ଗାଁର ଈଶ୍ୱର ବେହେରା ନାମକ ବ୍ୟକ୍ତି ସୁନା ହଣ୍ଡା ପାଇବା ଲାଳସାରେ ଜିଲ୍ଲା ବାହାରର ବିଭିନ୍ନ ସ୍ଥାନରୁ ଜଣେ ମହିଳାଙ୍କ ସହ ପୂଜକ ଓ ୮ ଜଣ ବ୍ୟକ୍ତିଙ୍କୁ ପୂଜାର୍ଚ୍ଚନା ପାଇଁ ଡାକିଥିଲେ । ଗତକାଲି ବିଳମ୍ବିତ ରାତିରେ ଗାଁ ମୁଣ୍ଡର ଏକ ନିର୍ଜନ ସ୍ଥାନରେ ଗୁପ୍ତ ପୂଜା ଆରମ୍ଭ ହୋଇଥିଲା । ଗାଁର କିଛି ଯୁବକ ଏହା ଜାଣପାରି ଘଟଣାସ୍ଥଳରେ ପହଞ୍ଚିବା ପରେ ପୂଜାର୍ଚ୍ଚନାରେ ନିୟୋଜିତ ବ୍ୟକ୍ତିମାନେ ମାରଣାସ୍ତ୍ର ଦେଖାଇସେମାନଙ୍କୁ ଭୟଭୀତ କରିଥିଲେ । ଗ୍ରାମବାସୀଙ୍କ ନିକଟରେ ଏହି ଖବର ପହଞ୍ଚିବା ପରେ ଉତ୍ତେକ୍ତ ଯୁବକଙ୍କୁ କାବୁ କରି ସେମାନେ ନିଧୁମ ଛେଚିଥିଲେ । ପୁରୁଣାକଟକ ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ଈଶ୍ୱର ବେହେରାଙ୍କ ସମେତ ସମସ୍ତ ୧୦ ଜଣ ବ୍ୟକ୍ତିଙ୍କୁ ଥାନାକୁ ନେଇ ପଚରାଉଚରା ଜାରି ରଖିଛି । ଉକ୍ତ ପୂଜା ସ୍ଥଳରୁ ମାଟି ଖୋଳାରେ ବ୍ୟବୈତ କୋଦାଳ, ଶାବଳ ଓ ବିଭିନ୍ନ ପୂଜା ସାମଗ୍ରୀ ଉଦ୍ଧାର ହୋଇଛି । ହେଲେ ସେଠାରେ ଗ୍ରାମର କାହାକୁ ବଳି ଦେବା ନିମନ୍ତେ ଖୋଳାଯାଇଥବବା ନେଇ ଗ୍ରାମବାସୀ ସନେ୍ଦହ ପ୍ରକଟ କରୁଛନ୍ତି । ଏଥିସହ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ଦାବି ଜଣାଇଛନ୍ତି ।
Comments are closed, but trackbacks and pingbacks are open.