ଗୁମୁଡୁମାହା ଗୁଳିକାଣ୍ଡକୁ ୩ ବର୍ଷ, ପୂରଣ ହୋଇନି ପ୍ରତିଶ୍ରୁତି:ଜିଲ୍ଲାପାଳ ଅଫିସ ଘେରିଲେ ଗ୍ରାମବାସୀ

Get real time updates directly on you device, subscribe now.

ଫୁଲବାଣୀ, (ବି.ବି.ନୁ୍ୟଜ୍): ବହୁ ଚର୍ଚ୍ଚିତ ଗୁମୁଡୁମାହା ଗୁଳିକାଣ୍ଡକୁ ୩ ବର୍ଷ ପୂରିଛି । ଗୁଳିକାଣ୍ଡ ଘଟଣା ପରେ ରାଜ୍ୟ ସରକାର ତପôର ହୋଇ ବହୁ ଉନ୍ନୟନ କାର୍ଯ୍ୟ କରିବାକୁ ଘୋଷଣା କରିଥିଲେ । କିନ୍ତୁ ଘୋଷଣାର ତିନି ବର୍ଷ ପରେ ମଧ୍ୟ କୌଣସି ପ୍ରତିଶ୍ରୁତି ପାଳନ ହୋଇ ନାହିଁ । ଏହାର ପ୍ରତିବାଦରେ ଆଜି ବହୁ ସଂଖ୍ୟାରେ ଗୁମୁଡୁମାହା ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ଜିଲ୍ଲାପାଳଙ୍କ ଉଦେ୍ଧଶ୍ୟରେ ୭ ଦଫା ସମ୍ଭଳିତ ଦାବିପତ୍ର ପ୍ରଦାନ କରି ୧୫ ଦିନ ସମୟ ଦେଇଛନ୍ତି । ଏହି ସମୟ ମଧ୍ୟରେ ଦାବି ପୂରଣ ନହଲେ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
୨୦୧୬ ଜୁଲାଇ ୮ରେ ପୁଲିସ ଗୁଳିରେ ନିରୀହ ୫ ଜଣ ଆଦିବାସୀଙ୍କ ମୃତୁ୍ୟ ହୋଇଥିଲା । ଆହୁରି ୭ ଜଣ ଆହତ ହୋଇଥିଲେ । ଏକ ଅଟୋ ଯୋଗେ ଗାଁକୁ ଫେରୁଥିବା ସମୟରେ ମାଓବାଦୀ ସନେ୍ଦହରେ ପୁଲିସ ଗୁଳି ଚାଳନା କରିଥିଲା । ଏହି ଘଟଣା ସେତେବେଳେ ସାରା ଦେଶରେ ଚହଳ ସୃଷ୍ଟି କରିଥିଲା । ଏହି ଘଟଣାରେ ରାଜ୍ୟ ସରକାର ବିଚାର ବିଭାଗୀୟ କମିଶନ ବସାଇଥିଲେ । ମୃତ ବ୍ୟକ୍ତିମାନଙ୍କ ପରିବାରକୁ ୭ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା କ୍ଷତିପୁରଣ ପ୍ରଦାନ କରାଯାଇଥିଲା । ଗୁମୁଡ଼ୁମାହା ଗ୍ରାମର ମୌଳିକ ସୁବିଧା ପାଇଁ ରାସ୍ତା, ବିଦୁ୍ୟତ, ପାନୀୟ ଜଳ, ଟେଲିଫୋନ ଟାୱାର ଏବଂ ଏଏନ୍ଏମ୍ କେନ୍ଦ୍ର ସ୍ଥାପନ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ । ଏହା ମଧ୍ୟରେ ପ୍ରତିଶ୍ରୁତି ଦେବାର ୩ ବର୍ଷ ସମୟ ବିତି ଯାଇଛି । ପ୍ରତିଶ୍ରୁତି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇନାହିଁ ।
ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ମୁତାବକ ଗ୍ରାମକୁ ରାସ୍ତା ନିର୍ମାଣ ଅଧପନ୍ତରିଆ ରହଛି । ନିର୍ମାଣ କାର୍ଯ୍ୟ ହାତକୁ ନେଇଥିବା ଠିକାଦାର କାମ ଅଧାରେ ଛାଡ଼ି ଦେଇଛନ୍ତି । ଯାତାୟତରେ ନାହିଁ ନଥିବା ହଇରାଣ ହେଉଛନ୍ତି ଗ୍ରାମବାସୀ । ଟେଲିଫୋନ ଟାୱାର, ସ୍ୱାସ୍ଥ୍ୟକେନ୍ଦ୍ର ଏ ପର୍ଯ୍ୟନ୍ତ ହୋଇନାହିଁ । ବିଦୁ୍ୟତ ସଂଯୋଗ ହୋଇଥିଲେ ମଧ୍ୟ ଭୋଲଟେଜ୍ ରହୁନଥିବାରୁ ନଥିବା ସହ ସମାନ । ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଗ୍ରାମର ଅଧିକାଂଶ ଅଞ୍ଚଳକୁ ଜଳ ଯୋଗାଣ ହୋଇନାହିଁ । ତେଣୁ ଏହି ସବୁ ସମସ୍ୟାର ତୁରନ୍ତ ସମାଧାନ ଦାବି କରିଛନ୍ତି ଗ୍ରାମବାସୀ । ଏଥିସହ ଗୁଳିକାଣ୍ଡରେ ମୃତକଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ଓ ଆହତ ବ୍ୟକ୍ତିଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହୟତା ରାଶି ପ୍ରଦାନ, ଆଶ୍ରମ ବିଦ୍ୟାଳୟରେ ଅସ୍ଥାୟୀ ରୋଷେୟା ଭାବେ କାର୍ଯ୍ୟରତ ବ୍ୟକ୍ତିଙ୍କୁ ନିୟମିତ ନିଯୁକ୍ତି, ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ କରିବା ଦାବି କରାଯାଇଛି । ୧୫ ଦିନ ମଧ୍ୟରେ ଏହି ସବୁ ଦାବି ପୂରଣ ନହେଲେ ଗ୍ରାମବାସୀ ରାସ୍ତାରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି । ଗ୍ରାମର ସତ୍ୟଭାମା ନାୟକ, କାର୍ତ୍ତିକ ବେହେରା, ବ୍ରଜ ମଲିକ, ନିରଞ୍ଜନ ବେହେରା, ବନମାଳି ମଲିକ, ଦିଲି ମଲିକ, ବୁଲୁ ଦିଗାଲ, କେଶବ ବେହେରାଙ୍କ ସମେତ ବହୁ ଗ୍ରାମବାସୀ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କୁ ପ୍ରଦାନ କରିଛନ୍ତି । ଗ୍ରାମବାସୀଙ୍କ ଦାବି ଉପରେ ଅତିରିକ୍ତ ଜିଲ୍ଲାପାଳ ପ୍ରତିକ୍ରିୟା ରଖି ମୌଳିକ ଦାବି ରାସ୍ତା, ପାଣି, ବିଦୁ୍ୟତ୍ ସମସ୍ୟା ନେଇ ପ୍ରଶାସନ ନିଶ୍ଚିତ ପଦକ୍ଷେପ ନେବ ବୋଲି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons