ଗୁଲ୍ନଗର ଗୁଳିକାଣ୍ଡର ଫିଟୁଛି ରହସ୍ୟ: ଟି-ଲିଙ୍କ୍ରେ ୫ ଲକ୍ଷର ସୁପାରି!

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନ୍ୟୁଜ୍): କେନ୍ଦ୍ରାପଡ଼ା ସହର ଉପକଣ୍ଠ ଗୁଲନଗରଠାରେ ଦେଢ଼ ସପ୍ତାହ ତଳେ ତିନିମୁହାଣି ବଜାର କମିଟି ସଭାପତି ବିବେକାନନ୍ଦ ମହାରଣା ଓରଫ ବାବୁଲିଙ୍କୁ ଗୁଳିମାଡ଼ ଘଟଣାର ରହସ୍ୟ ଉନ୍ମୋଚନ କରିଛି କେନ୍ଦ୍ରାପଡ଼ା ପୁଲିସ । ଏହି ଘଟଣାରେ ପୁଲିସ ମୋଟ୍ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ନିକିରାଇ ଥାନା ଇନ୍ଦୁପୁରର ସୁବାସ ଚନ୍ଦ୍ର ମଲିକ, ଚାରିଗାଁର ଅମରେନ୍ଦ୍ର ମଲିକ, କେନ୍ଦ୍ରାପଡ଼ା ଟାଉନ୍ କ୍ୟୁରେସିମହଲାର ସେକ୍ ସାକିର, ସଦର ଥାନା ନେମ୍ୱରାର ଶଙ୍କର ସେଠୀ । ସେମାନଙ୍କଠାରୁ ୨ଟି ମୋଟର ସାଇକେଲ, ୪ଟି ମୋବାଇଲ ଫୋନ୍ ଜବତ ହୋଇଛି ।
ତେବେ ଏମାନେ ସମସ୍ତେ ଜୁଲାଇ ୧୩ ସନ୍ଧ୍ୟାର ଉକ୍ତ ଗୁଳିକାଣ୍ଡ ଷଡ଼ଯନ୍ତ୍ରରେ ସାମିଲ ଥିଲେ ବି ଗୁଳି କିନ୍ତୁ ଚଳାଇ ନଥିଲେ । ଗୁଳିକାଣ୍ଡର ପ୍ରକୃତ ଅଭିଯୁକ୍ତଙ୍କ ପାଖରେ ଏଯାଏ ପହଞ୍ôଚ ପାରିନି ପୁଲିସ । ଗୁଳିକାଣ୍ଡ ପଛର ରହସ୍ୟକୁ ଟି-ଲିଙ୍କ୍ ସହ ଯୋଡ଼ିଛି ପୁଲିସ । ପୁଲିସ କହିବାନୁସାରେ, ବାବୁଲିଙ୍କୁ ମାରିବାକୁ ସେକ୍ ମହତାବ ଓ ସେକ କୁଦ୍ରତ୍ ଦୁହିଙ୍କୁ ସୁପାରି ଦିଆଯାଇଥିଲା । ସେମାନଙ୍କ ଜରିଆରେ ବାବୁଲିଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଏଥିଲାଗି ପ୍ରାୟ ୫ ଲକ୍ଷର ଡିଲ୍ ହୋଇଥିଲା । ଘଟଣା ଘଟିବା ଦିନ ଉଭୟଙ୍କୁ ଅଗ୍ରୀମ ୧ ଲକ୍ଷ ଟଙ୍କା ଓ ଦୁଇଟି ବନ୍ଧୁକ ମଧ୍ୟ ଦିଆଯାଇଥିଲା । ଏ ଡିଲ୍ ପଛରେ ବିଗତ ଦିନର ଗ୍ୟାଙ୍ଗ୍ଷ୍ଟର୍ ଟିଟୋ ଗ୍ୟାଙ୍ଗ୍ର ସଂପୃକ୍ତି ଥିବା ଏସ୍ପି କହିଛନ୍ତି ।
ଆଜି ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡ଼ା ଏସ୍ପି ନୀତି ଶେଖର କହିଛନ୍ତି ଯେ, ଗୁଳିକାଣ୍ଡ ସହ ବିଗତ ଦିନର ଗ୍ୟାଙ୍ଗଷ୍ଟର ସୟଦ ଉସମାନ ଅଲୀ ଓରଫ ଟିଟୋର ଓ ତା ଗ୍ୟାଙ୍ଗ୍ର ହାତ ରହିଛି । ବାବୁଲିଙ୍କ ସହିତ ଟିଟୋ ଗୋଷ୍ଠୀର ବିବାଦ ରହିଥିଲା । ଏପରିକି ଟିଟୋ ଏବଂ ତାର ସହଯୋଗୀମାନଙ୍କୁ ଏସ୍ଟିଏଫ୍ ଗିରଫ କରିବା ପଛରେ ବାବୁଲିଙ୍କ ହାତ ଥିବା କଥା ଟିଟୋ ଭାବୁଥିଲା । ଟିଟୋ, ତା’ଭାଇ ଚିତୋ, ସହଯୋଗୀ ବାବୁ ସାହୁର ଗିରଫଦାରୀ କେବଳ ବାବୁଲିଙ୍କ ସୂଚନା ଯୋଗୁଁ ସମ୍ଭବପର ହୋଇଥିଲା ବୋଲି ଟିଟୋ ଧରିନେଇଥିଲା । ଏସ୍ପିଙ୍କ କହିବାନୁସାରେ, ଗିରଫଦାରି ପରେ ଟିଟୋ ଜେଲ୍ ଯାଇଥିଲେ ବି ବାବୁଲିଙ୍କ ଉପରେ ରାଗ ରଖିଥିଲା । ଯେମିତି ହେଲେ ପ୍ରତିଶୋଧ ନେବାକୁ ଚାହୁଥିଲା । କିଛିମାସ ଆଗରୁ ତା’ର ଦୁଇ ଭାଇ ଜି-ବାବୁ, ଚିତୋ, ସଢ଼ୁ ମୁନା ଗିରଫ ହେବା ପରେ ଟିଟୋ ଟିକେ ଅଧିକ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲା । ଏଥିଲାଗି ସେକ୍ ମହତାବ ଓ ସେକ କୁଦରତ ଉଭୟଙ୍କୁ ସେ ସୁପାରି ଦେଇ ସେମାନଙ୍କ ଜରିଆରେ ବାବୁଲିଙ୍କ ଉପରେ ଆକ୍ରମଣ କର।।ଇଥିଲା । ଏଥିଲାଗି ପ୍ରାୟ ୫ ଲକ୍ଷର ଡିଲ୍ ହୋଇଥିଲା । ଘଟଣା ଘଟିବା ଦିନ ସେକ୍ କୁଦରତ ଓ ସେକ୍ ମହତାବକୁ ଟିଟୋ ଅଗ୍ରୀମ ୧ ଲକ୍ଷ ଟଙ୍କା ଓ ଦୁଇଟି ବନ୍ଧୁକ ଦେଇଥିଲା ।
ଗତ ୧୩ ତାରିଖ ରାତି ପ୍ରାୟ ୯ଟା ବେଳେ ବାବୁଲି ନିଜ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ କରି ଏକ ବାଇକ୍ରେ ପ୍ରତିଦିନ ପରି ଘରୁ ତିନିମୁହାଣି ସ୍ଥିତ ଶ୍ରୀରାମ ମନ୍ଦିରକୁ ଯାଉଥିଲେ । ଏହି ସମୟରେ ଗୁଲନଗର ହାଇସ୍କୁଲ ଛକ ପାଖରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ । ଗୁଳିମାଡରେ ଗୁରୁତର ଆହତ ହୋଇଥିଲେ ବାବୁଲି । ତାଙ୍କୁ ପ୍ରଥମେ କେନ୍ଦ୍ରପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା । ସେଠାରେ ପ୍ରାୟ ୯ ଦିନ କାଳ ଚିକିତ୍ସାରେ ରହିବା ପରେ ରବିବାର ଡିସ୍ଚାର୍ଜ ହୋଇ ସେ ଘରକୁ ଫେରିଥିଲେ । ପୁଲିସର ସୂଚନା ମୁତାବକ, ଆଜି ଗିରଫ ଚାରି ଜଣ ଏହି ମାମଲାରେ ସାମିଲ୍ ଅଛନ୍ତି । ୪ ଜଣଙ୍କ ମଧ୍ୟରୁ ୨ ଜଣ ବିଭିନ୍ନ ଛୋଟମୋଟ ଚୋରି ଘଟଣାରେ ସଂପୃକ୍ତ । ତେବେ ଯେଉଁ ଦୁଇ ଜଣ ସୁପାରି କିଲର୍ ଭାବେ ଏହି ଗୁଳିକାଣ୍ଡ ଘଟାଇଥିଲେ ସେମାନଙ୍କ ପାଖରେ ପୁଲିସ ଏଯାବତ୍ ପହଞ୍ôଚ ନପାରିବା ଓ ଛୋଟମୋଟ ଚୋରିରେ ସଂପୃକ୍ତ ୪ ଜଣଙ୍କୁ ଗିରଫ କରିବା ସବୁ ମହଲରେ ଦ୍ୱନ୍ଦ୍ୱ ଉପୁଜାଇଛି । ପୁଲିସ ଏହି ଗିରଫଦାରି କଥାରୁ କ’ଣ ଦର୍ଶାଇବାକୁ ଚାହୁଁଛି ତାହା ଅବୋଧ୍ୟ ବି ରହିଛି । ଅପରପକ୍ଷେ ଏବେ ଜେଲ୍ରେ ଥିବା ଟିଟୋ ଯେଉଁ ୧ ଲକ୍ଷ ଟଙ୍କା ଅଗ୍ରୀମ ଏବଂ ବନ୍ଧୁକ ଦେଇଥିବା କଥା ପୁଲିସ କହୁଛି, ତାହା କେମିତି କାହା ଜରିଆରେ ଦେଲା, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons