ଗୁଳି କରି ଡାକ୍ତରଙ୍କଠାରୁ ୫୦ ଲକ୍ଷ ଲୁଟ୍

Get real time updates directly on you device, subscribe now.

କଟକ,(ବି.ବି.ନ୍ୟୁଜ୍): ଚୌଦ୍ୱାର ଗୁରୁଡିଝାଟିଆ ଅଞ୍ଚଳରେ ଜଣେ ଡାକ୍ତରଙ୍କୁ ଗୁଳି ମାରି ଦୁର୍ବୃତ୍ତମାନେ ନଗଦ ୫୦ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳି ମାଡ଼ ସତ୍ତେ୍ୱ ଡାକ୍ତରଜଣକ କିନ୍ତୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଗୁଳିକାଣ୍ଡ ପରେ ଅଭିଯୁକ୍ତମାନେ ଘଟଣା ସ୍ଥଳରୁ ଚମ୍ପଟ୍ ମାରିଛନ୍ତି । ଏଭଳି ଲୁଟ୍ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଚଳାଇଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ଟେର୍ ପାଇପାରିନାହିଁ । ଘଟଣାରୁ ପ୍ରକାଶ ଯେ, ଆଜି ଅପରାହ୍ନରେ ଭୁବନେଶ୍ୱରରୁ ହୋମିଓପାଥି ଡାକ୍ତର ବିନୟ ମହାପାତ୍ର ଜମି କିଣିବାକୁ ଢେଙ୍କାନାଳ ଅଭିମୁଖେ ଯାଉଥିଲେ । କାର୍(ଓଡି-୦୬-ଡି ୭୨୭୨)ରେ ଡ୍ରାଇଭର୍ ଗାଡି ଚଳାଉଥିବା ବେଳେ ଡାକ୍ତର ଶ୍ରୀ ମହାପାତ୍ର ବସିଥିଲେ । ତାଙ୍କ ପାଖରେ ୫୦ଲକ୍ଷ ଟଙ୍କା ଥିଲା । ଟଙ୍କା ନେଇ ଯାଉଥିବାର ଖବର ପାଇ କିଛି ଦୁର୍ବୃତ୍ତ ତାଙ୍କ ପିଛା କରିଥିଲେ । ଅଭିଯୋଗ ମୁତାବକ, ଦୁର୍ବୃତ୍ତମାନେ ଏକ କେଟିଏମ୍ ବାଇକ୍ରେ ଭୁବନେଶ୍ୱରରୁ ତାଙ୍କ ପିଛା କରିଆସୁଥିଲେ । ଡାକ୍ତରଙ୍କ ଗାଡ଼ି ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ କପୁରସିଂ ସ୍ଥିତ ଏସ୍ଆର୍ ପେଟ୍ରୋଲ୍ ପମ୍ପ୍ ନିକଟରେ ଯାଉଥିବା ବେଳେ ଶୂନଶାନ୍ ରାସ୍ତାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଙ୍କ କାର୍ ଆଗରେ ବାଇକ୍ ରଖିଦେଇଥିଲେ । ଗାଡିରୁ ଓହ୍ଲାଇବା ମାତ୍ରେ କାର୍ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ । ଗୁଳି କାର୍ର ଆଗ କାଚ ଫଟାଇ ଭିତରକୁ ଯାଇଥିଲେ ସୁଦ୍ଧା ସୌଭାଗ୍ୟବଶତଃ ଉଭୟେ ଡାକ୍ତର ଓ ଡ୍ରାଇଭର୍ଙ୍କ କିଛି କ୍ଷତି ହୋଇନଥିଲା । ଏହାପରେ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ଡାକ୍ତରଙ୍କ ଠାରୁ ୫୦ଲକ୍ଷ ଟଙ୍କା ନେଇ ଚମ୍ପଟ୍ ମାରିଥିଲେ । ଲୁଟେରାମାନେ ଖୁଣ୍ଟୁଣି ବାଇପାସ୍ ଦେଇ କଖଡ଼ି ରାସ୍ତାରେ ନରାଜ ଆଡ଼କୁ ଯାଇଥିବା ଅନୁମାନ କରାଯାଉଛି । ଖବର ପାଇ ଗୁରୁଡ଼ିଝାଟିଆ ଓ ଖୁଣ୍ଟୁଣୀ ଥାନାଧିକାରୀଙ୍କ ସହ ପୁଲିସ ଟିମ ଓ ସାଇଣ୍ଟିଫକ୍ ଟିମ୍ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛି । ସେହିପରି କଟକ ଗ୍ରାମାଞ୍ଚଳ ଏସ୍ପି ରାଧାବିନୋଦ ପାଣିଗ୍ରାହୀ ମଧ୍ୟ ସେଠାରେ ପହଞ୍ôଚ ଡାକ୍ତରଙ୍କୁ ଓ ଡ୍ରାଇଭରଙ୍କୁୁ ପଚରାଉଚରା କରିଛନ୍ତି । ଅନ୍ୟପକ୍ଷରେ ଲୁଟ୍ ନେଇ ଡାକ୍ତର ଶ୍ରୀ ମହାପାତ୍ରଙ୍କ ପକ୍ଷରୁ ଗୁରୁଡ଼ିଝାଟିଆ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons