ଦାରିଙ୍ଗବାଡି, (ବି.ବି.ନୁ୍ୟଜ୍): ଗରିବ ଲୋକଙ୍କୁ ଗୃହ ପାଳିତ ପଶୁ ଗାଇ, ଛେଳି, ଘୁଷୁରି ଆଦିଙ୍କ ପାଇଁ କେନ୍ଦ୍ର ସରକାର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା) ମାଧ୍ୟମରେ ଗୁହାଳ ଘର ଯୋଗାଇ ଦେଉଛନ୍ତି । ଏଥି ପାଇଁ ସରକାର ଗୁହାଳ ଘର ନିର୍ମାଣ ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ହଲେ ଏହା ଗୃହପାଳିତ ପଶୁଙ୍କ ସ୍ୱାର୍ଥରେ ବ୍ୟବହାର ହେବା ବଦଳରେ ଏହାର ମାଲିକଙ୍କ ସ୍ୱାର୍ଥରେ ବ୍ୟବହାର ହେଉଥିବା ଦେଖିବାକୁ ମିଳିଛି । ଦାରିଙ୍ଗିବାଡି ବ୍ଲକରେ ଉକ୍ତ ଗୁହାଳ ଘର ଗୁଡିକୁ ଅନ୍ୟ କାମରେ ବ୍ୟବହାର କରାଯାଉଥିବା ବଳେ ଗୃହପାଳିତ ପଶୁ ବାହାରେ ରାସ୍ତାରେ ରହୁଥିବା ଅଭିଯୋଗ ହେଇଛି ।
ଦାରିଙ୍ଗବାଡି ବ୍ଲକରେ ୨୫ ଗୋଟି ପଂଚାୟତ ରହିଥିବା ବଳେ ୨୦୧୭-୧୮ରୁ ୨୦୧୯-୨୦ ଆର୍ଥିକ ବର୍ଷ ମଧ୍ୟରେ ପଂଚାୟତରାଜ ବିଭାଗ ଓ ସମନ୍ନୀତ ଆଦିବାସୀ ଉନ୍ନୟନ ସଂସ୍ଥା, ବାଲିଗୁଡା ପକ୍ଷରୁ ବିଭିନ୍ନ ପଂଚାୟତର ହିତାଧିକାରୀଙ୍କୁ ଗୁହାଳଘର ନିର୍ମାଣ ପାଇଁ ଲକ୍ଷାଧିକ ଅର୍ଥ ଯୋଗାଇ ଦିଆଯାଇଛି । ସେଥି ମଧ୍ୟରେ ରହିଛି ବାଡାବାଙ୍ଗା ପଂଚାୟତରେ ୩ ଗାଇ ଗୁହାଳ, ବ୍ରାହ୍ମଣିଗାଁ ପଂଚାୟତରେ ୬ ଗାଇ ଓ ୯ ଛେଳି ଗୁହାଳ, ଭ୍ରମରବାଡି ପଂଚାୟତରେ ୧୯ ଗାଇ ଓ ୪ ଛେଳି ଗୁହାଳ, ବୁଡାଗୁଡା ପଂଚାୟତରେ ୧୭ ଗାଇଗୁହାଳ ଓ ୭ ଛେଳି ଗୁହାଳ, ଦନେକବାଡି ପଂଚାୟତରେ ୩୨ ଗାଇଗୁହାଳ ଓ ୨ ଛେଳି ଗୁହାଳ, ଦାରିଙ୍ଗବାଡି ପଂଚାୟତରେ ୨୪ ଗାଇଗୁହାଳ ଓ ୬ ଛେଳି ଗୁହାଳ, ଦାସିଙ୍ଗବାଡି ପଂଚାୟତରେ ୩୬ ଗାଇଗୁହାଳ ଓ ୪ ଛେଳି ଗୁହାଳ, ଗୋଦାପୁର ପଂଚାୟତରେ ୧୯ ଗାଇଗୁହାଳ ଓ ୧୦ ଛେଳି ଗୁହାଳ, ଗ୍ରିନବାଡି ପଂଚାୟତରେ ୨୯ ଗାଇଗୁହାଳ, ଗୁମିକିଆ ପଂଚାୟତରେ ୧୫ ଗାଇଗୁହାଳ ଓ ୨ ଛେଳି ଗୁହାଳ, ହାତିମୁଣ୍ଡା ପଂଚାୟତରେ ୧୮ ଗାଇଗୁହାଳ ଓ ୩ ଛେଳିଗୁହାଳ, ଝିଂଜିରିଗୁଡା ପଂଚାୟତରେ ୧୪ ଗାଇଗୁହାଳ ଓ ୩ ଛେଳିଗୁହାଳ, କାଟିଙ୍ଗିଆ ପଂଚାୟତରେ ୧୦ ଗାଇଗୁହାଳ ଓ ୪ ଛେଳିଗୁହାଳ, କିରିକୁଟି ପଂଚାୟତରେ ୧୪ ଗାଇଗୁହାଳ, କୁମ୍ୱାରିଗାଁ ପଂଚାୟତରେ ୫ ଗାଇଗୁହାଳ ଓ ୩ ଛେଳିଗୁହାଳ, ପ୍ଲିହେରୀ ପଂଚାୟତରେ ୧୭ ଗାଇଗୁହାଳ ଓ ଗୋଟିଏ ଛେଳି ଗୁହାଳ , ପର୍ତମାହା ପଂଚାୟତରେ ୨୪ ଗାଇଗୁହାଳ ଓ ୬ ଛେଳି ଗୁହାଳ, ସରାମୁଳୀ ପଂଚାୟତରେ ୧୭ ଗାଇଗୁହାଳ, ସିଆଙ୍ଗବାଲି ପଂଚାୟତରେ ୧୯ ଗାଇଗୁହାଳ ଓ ଗୋଟିଏ ଛେଳିଗୁହାଳ, ସିମନବାଡି ପଂଚାୟତରେ ୯ ଗାଇଗୁହାଳ ଓ ଗୋଟିଏ ଛେଳିଗୁହାଳ, ସିର୍କାବର୍ଗ ପଂଚାୟତରେ ୨୫ ଗାଇଗୁହାଳ, ସୋନପୁର ପଂଚାୟତରେ ୧୬ ଗାଇଗୁହାଳ, ଶ୍ରାନିକେତା ପଂଚାୟତରେ ୩୦ ଗାଇଗୁହାଳ ଓ ୨ ଛେଳିଗୁହାଳ, ତାଜୁଙ୍ଗିଆ ପଂଚାୟତରେ ୪୩ ଗାଇଗୁହାଳ ଓ ଗୋଟିଏ ଛେଳିଗୁହାଳ, ତୋଲିରୀ ପଂଚାୟତରେ ୧୫ ଗାଇଗୁହାଳ ଓ ୩ ଛେଳି ଗୁହାଳ ନିର୍ମାଣ ହୋଇଛି ।
ଉକ୍ତ ଗୁହାଳରେ ଗୃହପାଳିତ ପଶୁ ଗାଇ ଓ ଛେଳି ରହିବା ନେଇ ସରକାରଙ୍କ ନିୟମ ରହିଛି । ହଲେ କିଛି ମାଲିକ ପଶୁ ମାନଙ୍କୁ ଗୁହାଳରେ ରଖୁଥିବା ଅନେକ ମାଲିକ ମାନେ ଉକ୍ତ ଗୁହାଳ କୁ କିଏ ଭଡାରେ ଲଗାଇଛି ତ କିଏ ରୋଷେଇ ଘର ଭାବରେ ବ୍ୟବହାର କରୁଛନ୍ତି । ଏଭଳିକି କିଛି ମାଲିକ ଗୁହାଳ ଘରକୁ ଷ୍ଟୋର ରୁମ ଓ ନିଜ ରହିବା ପାଇଁ ବ୍ୟବହାର କରୁଛନ୍ତି । ଅନ୍ୟ ପକ୍ଷରେ ଗାଇ ଓ ଛେଳି ରାସ୍ଥା ଘାଟରେ ପଡି ରହୁଛନ୍ତି । ରାସ୍ଥା ଘାଟରେ ଗାଇ ଗୋରୁ ଶୋଇ ରହିବା ଦ୍ୱାରା ବିଭିନ୍ନ ସମୟରେ ସଡକ ଦୁର୍ଘଟଣା ଘଟି କତବଳେ ଗାଇ, ଛେଳିର ଜୀବନ ଯାଉଛି ତ ଆଉ କତବଳେ ମଣିଷର ଜୀବନ ଯାଉଛି । ଏଣୁ ସରକାର ଯେଉ ଲକ୍ଷ୍ୟ ନେଇ ଗାଇ ଓ ଛେଳିଙ୍କ ପାଇଁ ଗୁହାଳ ନିର୍ମାଣ ଯୋଜନା କରିଛନ୍ତି ସେ ଲକ୍ଷ୍ୟ ପୁରଣ କରିବାକୁ ପ୍ରଶାସନିକ ସ୍ଥରରେ ଚେଷ୍ଟା କରିବା ଜରୁରି ବୋଲି ଅଂଚଳବାସୀ ଦାବି କରିଛନ୍ତି । ଏପରିକି ଯେଉ ମାଲିକ ମାନେ ଗାଇ ଅବା ଛେଳି ଗୁହାଳ ନିର୍ମାଣ କରି ନିଜ ସ୍ୱାର୍ଥ ସାଧନରେ ବ୍ୟବହାର କରି ଗାଇ, ଛେଳି ମାନଙ୍କୁ ବାହାରେ ରଖୁଛନ୍ତି ସେମାନଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଟାନ ଗ୍ରହଣ କରିବା ପାଇଁ ଅଂଚଳବାସୀ ଦାବି କରିଛନ୍ତି । ଏନେଇ ଦାରିଙ୍ଗବାଡି ବିଡିଓ ଅଭିମନୁୟ ବେହେରାଙ୍କୁ ପଚାରିବାରି ଅଭିଯୋଗ ଉପରେ ତଦନ୍ତ କରାଯିବା ସହ ସରକାରୀ ନିୟମକୁ ଉଲଙ୍ଘନ କରିଥିବା ହିତାଧିକାରୀଙ୍କ ଉପରେ କାର୍ଯ୍ୟନୁଷ୍ଟାନ ଗ୍ରହଣ କରାଯିବ ବୋଲି କହଛନ୍ତି ।
Comments are closed, but trackbacks and pingbacks are open.