ଗୋଏୟାର ବିମାନ ସଂଖ୍ୟା ୫୦ ଛୁଇଁଲା

Get real time updates directly on you device, subscribe now.

ନୂଆଦିଲ୍ଲୀ: ୱାଡିଆ ଗ୍ରୁପ୍ ପରିଚାଳିତ ଗୋଏୟାର ନିଜ ବିମାନ ଭେଳାରେ ୫୦ତମ ବିମାନକୁ ଯୋଡ଼ି ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛି । ଏଥିସହ ୨ ବର୍ଷ ମଧ୍ୟରେ ନିଜ ବିମାନ ସଂଖ୍ୟାକୁ ଦ୍ୱିଗୁଣିତ କରିବାର ସଫଳତା ପାଇଛି ଗୋଏୟାର । ଦ୍ରୁତ ଅଭିବୃଦ୍ଧିଶୀଳ ଗୋଏୟାର ଭୁବନେଶ୍ୱର ସମେତ ୨୪ଟି ଘରୋଇ ଓ ୪ଟି ଆନ୍ତର୍ଜାତିକ ସହରକୁ ବିମାନ ଚଳାଚଳ କରୁଛି । ଏବେ ଏହା ଦୈନିକ ୨୫୭୦ଟି ବିମାନ ପରିଚାଳନା କରୁଛି ବୋଲି ଗୋଏୟାର ପରିଚାଳନା ନିର୍ଦ୍ଦେଶକ ଜେ ୱାଡିଆ କହିଛନ୍ତି । ଆଗାମୀ ଦିନରେ ବିମାନ ସେବା ସଂସ୍ଥା ପ୍ରତି ମାସରେ ଗୋଟିଏ ଲେଖାଏଁ ବିମାନ ଯୋଡ଼ିବାକୁ ଲକ୍ଷ୍ୟ ରଖିଛି ଓ ଅଧିକ ସ୍ଥାନକୁ ବିମାନ ସେବା ଯୋଗାଇବାକୁ ଯୋଜନା କରିଥିବା ଶ୍ରୀ ୱାଡିଆ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons