ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ପାତ୍ରପୁଟ ଫାଣ୍ଡି ଅବସ୍ଥା କହିଲେ ନସରେ । ଏହି ସ୍ଥାନଟି ପୁଣି ସରକାରୀଦଳର ବିଧାୟକ ସଦାଶିବ ପ୍ରଧାନୀଙ୍କ ନିଜ ଗାଁ । ନବରଙ୍ଗପୁରର ପୂର୍ବତନ ଏମ୍ପି ତଥା କଂଗ୍ରେସ ନେତା ଖଗପତି ପ୍ରଧାନୀଙ୍କ ପୋଚେଷ୍ଟାରେ ଏହି ଫାଣ୍ଡି ସ୍ଥାପନ କରାଯାଇଥିଲା ।
ତେନ୍ତୁଳିଖୁଣ୍ଟି ଥାନାରୁ ପ୍ରାୟ ୧୧କିମ ଦୂରତାରେ ରହିଛି ଫାଣ୍ଡି । ଖଣ୍ଟାଗାଁ, ଝରିଗୁମ୍ମା, ଅଞ୍ଚଳଗୁମ୍ମା, ପାତ୍ରପୁଟ ୪ଟି ପଞ୍ଚାୟତ ଲୋକଙ୍କୁ ପୁଲିସର ସହାୟତା ଫାଣ୍ଡି ସ୍ଥାପିତ ହୋଇଥିଲା । ହେଲେ ଏବେ ଫାଣ୍ଡି ଅଧିକାରୀଙ୍କ ପଦବି ୧ ବର୍ଷରୁ ଊଦ୍ଧ୍ୱର୍ ହେଲା ଖାଲିପଡ଼ିଥିଲା । ଏନେଇ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ ଓ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କୁ ନବରଙ୍ଗପୁର ଜିଲ୍ଲା ଆଣ୍ଟି କରପ୍ସନ୍ ସଭାପତି ଲକ୍କୀଚନ୍ଦ୍ର ଟ୍ରାକ୍ରୀକୁ ଅଭିଯୋଗ କଲା ପରେ ନବରଙ୍ଗପୁର ଆରକ୍ଷୀ ଅଧିକାରୀ ବଳଭଦ୍ର ହରିଜନକୁ ଫାଣ୍ଡିର ନୂତନ ଅଧିକାରୀ ଭାବେ ନିଯୁକ୍ତି ଦେଇଥିଲେ । କିନ୍ତୁ ଫାଣ୍ଡି ଅବସ୍ଥା କହିଲେ ନସରେ । ଗୋଟିଏ ଘରେ ଚାଲିଛି ଫାଣ୍ଡି । କଏଦୀ ସହିତ କର୍ମଚାରୀ ଗୋଟିଏ ରୁମରେ । ପୂଜା ଗୃହ, କର୍ମଚାରୀଙ୍କ ପାଇଁ ନାହିଁ ଷ୍ଟାଫ ରୁମ୍ କି ବାଥ ରୁମ୍, କି ଟଏଲେଟ । ହୋମଗାର୍ଡକୁ ଶୌଚ ପାଇଁ ବାହାରକୁ ଯିବାକୁ ପଡ଼ୁଛି । ଲୋକ ଅଭିଯୋଗ ନେଇ ଆସିଲେ ରହିବାକୁ ନାହିଁ ଆଶ୍ରୟସ୍ଥଳୀ । ଜିଲ୍ଲାର ସବୁ ଥାନାରେ ଓ ଫାଣ୍ଡିରେ ରାଜ୍ୟ ସରକାର ରହିବା ପାଇଁ ଓ ପାନୀୟଜଳର ବ୍ୟବସ୍ଥା କରିଛନ୍ତି । ହେଲେ ପାତ୍ରପୁଟରେ ନାହିଁ ବିଶ୍ରାମ ଗୃହ । ଏହି ଥାନା ଅନ୍ତର୍ଗତ କାମତା ଫାଣ୍ଡିରେ ରହିଛି ଜନସାଧାରଣ ପାଇଁ ରେଷ୍ଟରୁମ୍ । ଗତକାଲି ଅଞ୍ଚଳବାସୀଙ୍କ ଅଭିଯୋଗ ପରେ ନବରଙ୍ଗପୁର ଜିଲ୍ଲା ଆଣ୍ଟି କରପ୍ସନ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ଏକ ଟିମ୍ ପାତ୍ରପୁଟ ଫାଣ୍ଡିରେ ପହଞ୍ଚôଥିଲେ । ଫାଣ୍ଡି ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । କରୋନା ସମୟରେ ଗୋଟିଏ ସ୍ଥାନରେ ସବୁ କର୍ମଚାରୀ କେମିତି ରହୁଛନ୍ତି ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ । ଏ ବିଷୟରେ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ପ୍ରମୋଦ ନାୟକ ନବରଙ୍ଗପୁର ଜିଲ୍ଳା ଆରକ୍ଷୀ ଅଧିକାରୀ ସହିତ ଆଲୋଚନା କରି ତୁରନ୍ତ ଆବଶ୍ୟକ ବ୍ୟବସ୍ଥା କରିବାକୁ ପତ୍ର ଲେଖିବେ ବୋଲି କହିଛନ୍ତି ଜିଲ୍ଲା ଆଣ୍ଟି କରପ୍ସନ ସଭାପତି । ସୂଚନା ଥାଉକି,ଏହି ବିଷୟକୁ ନେଇ ପାତ୍ରପୁଟ ଫାଣ୍ଡି ଅଧିକାରୀ ବଳଭଦ୍ର ହରିଜନ କହିଛନ୍ତି, ଯେ ସେ କାର୍ଯ୍ୟରେ ଯୋଗଦାନ କରିବାର ୨ ମାସ ହୋଇଛି । ତେବେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ଲାଗି ଉଚ୍ଚ ଅଧିକାରୀଙ୍କୁ ଅବଗତ କରିବେ ବୋଲି ପ୍ରକାଶ କରିଛନ୍ତି ।
ରିପୋର୍ଟ: ଗଗନ ଗନ୍ତାୟତ
Comments are closed, but trackbacks and pingbacks are open.