ଗୋଡ଼ାଇ ଗୋଡ଼ାଇ ୪ଜଣଙ୍କୁ ହାଣିଲେ

Get real time updates directly on you device, subscribe now.

କେନ୍ଦ୍ରାପଡ଼ା, (ବି.ବି.ନୁ୍ୟଜ୍): ଜାତୀୟ ରାଜପଥରେ ଆତଙ୍କ ଖେଳାଇଛନ୍ତି ଦୁର୍ବୃତ୍ତ । ପୁଲିସକୁ ଖୋଲା ଚାଲେଞ୍ଜ ଦେଇ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତକାଲି ରାତିରେ ମାର୍ଶାଘାଇ ଥାନା ଅଧୀନ ଚଣ୍ଡିଖୋଲ-ପାରଦୀପ ୫ନଂ. (କ) ଜାତୀୟ ରାଜପଥର କଳାଗଡ଼ ନିକଟରେ ଟ୍ରକ୍ ମାଲିକ ସଂଘର ସଦସ୍ୟମାନଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଫଳରେ ୪ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ମହମ୍ମଦ ହଲିମ୍ ଖାନ୍ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଅନ୍ୟ ୩ ଜଣ କେନ୍ଦ୍ରାପଡ଼ା ଟାଉନ ଥାନା ଅଧୀନ ମାଧପୁର ଗ୍ରାମର ମୀର ଅବଦୁଲ ମୁର୍ସିଦ, ସେକ୍ ଲିୟାକୁଦ୍ଧିନ ଏବଂ ସେକ୍ ଅଜାରୁଦ୍ଧିନ କେନ୍ଦ୍ରାପଡ଼ା ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି । ଏଥିସହିତ ଅଭିଯୁକ୍ତମାନେ ସେମାନଙ୍କ ପାଖରେ ଥିବା ନଗଦ ପ୍ରାୟ ୨୦ ହଜାରର ଅଧିକ ଟଙ୍କା ନେଇଯାଇଛନ୍ତି । ଏ ବାବଦରେ କାହା ଆଗରେ କହିଲେ ଜୀବନ ମାରିଦେବାକୁ ଧମକ ଦେଇଥିଲେ । ଗଲାବେଳେ ଦୁର୍ବୃତ୍ତମାନେ ଫାଙ୍କା ଗୁଳି ଚାଳନା କରିଥିବା ମୀର ଅବଦୁଲ ମୁର୍ସିଦ ମାର୍ଶାଘାଇ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ପାରାଦୀପ-ଚଣ୍ଡିଖୋଲ ଜାତୀୟ ରାଜପଥରେ ଟ୍ରକ୍ ଚଳାଚଳରେ ଜାମ୍ ହେଉଥିବାରୁ ଯେମିତି କୌଣସି ଟ୍ରକ ଆର ଟ୍ରକ୍କୁ ଓଭରଟେକ୍ ନକରିବ ସେଥିପାଇଁ ପାରାଦୀପ ଟ୍ରକ୍ ମାଲିକ ସଂଘର ସଦସ୍ୟମାନେ ପାଳିକରି ଜଗି ଆସୁଛନ୍ତି । ଗତକାଲି ପାରାଦୀପ ଟ୍ରକ ମାଲିକ ସଂଘ ସଦସ୍ୟର ମୀର ଅବଦୁଲ ମୁର୍ସିଦ, ସେକ୍ ଲିୟାକୁଦ୍ଧିନ, ସେକ୍ ଅଜାରୁଦ୍ଧିନ ଓ ମହମ୍ମଦ ହଲିମ୍ ଖାନଙ୍କ ପାଳି ଥିବାରୁ ସେମାନେ ବିଳମ୍ୱିତ ରାତ୍ରିିରେ ଏଥିନେଇ ଯାଞ୍ଚ୍, ତଦାରଖ ଆଦି କରୁଥିଲେ । ତେବେ ଏହି ସମୟରେ ପାରାଦୀପ ଆଡୁ ଏକ କାର୍ ଏବଂ ୨ଟି ମୋଟର ସାଇକେଲରେ ୬ ଜଣ ଯୁବକ ହାତରେ ଭୁଜାଲି, ଖଣ୍ଡା ଆଦି ମାରଣାସ୍ତ୍ର ଧରି ଯଦୁପୁରଗଡ଼ା ନିକଟରେ ପହଞ୍ଚôଥିଲେ । ପ୍ରମୋଦ କୁମାର ପ୍ରତିହାରୀଙ୍କ ସହ ତାଙ୍କ ସାଥୀରେ ଥିବା ସହଯୋଗୀମାନେ ମାରଣାସ୍ତ୍ରରେ ହଲିମ୍ ଖାନ୍ଙ୍କୁ ଆକ୍ରମଣ କରିବାରୁ ତାଙ୍କ ବାମପଟ ବେକରେ ଗଭୀର ଆଘାତ ସୃଷ୍ଟି ହୋଇଛି । ତାଙ୍କ ବାମ ହାତରେ ବି ଏକ ଚୋଟ ବସିଛି । ସେକ୍ ଆଝାରୁଦ୍ଧିନ ସହିତ ଅନ୍ୟମାନେ ବି ଦୁର୍ବୃତ୍ତଙ୍କ କବଳରୁ ବର୍ତ୍ତି ପାରି ନଥିଲେ । ଏଥିରେ ମହମ୍ମଦ ହଲିମ ଖାନ୍ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଏକାଧିକ ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହେବାରୁ ତାଙ୍କ ଅବସ୍ଥା ଉଦ୍ବେଗଜନକ ହୋଇଛି । ଅଭିଯୁକ୍ତମାନେ ମହାକାଳପଡ଼ା ଥାନା ରାଜଗଡ଼ ଗ୍ରାମର ପ୍ରମୋଦ ପ୍ରତିହାରୀ, ମାର୍ଶାଘାଇ ଥାନା ଦଶିପୁର ଗ୍ରାମର ଗାଡ଼ି ଡ୍ରାଇଭର ଜ୍ୟୋତି ଏବଂ ସେମାନଙ୍କ ସହିତ ଅନ୍ୟ ୪ ଜଣ ଥିବାବେଳେ ଅନ୍ୟମାନଙ୍କୁ ଅନ୍ଧାରରେ ଚିହ୍ନିପାରି ନଥିବା ଏତଲାରେ ଦର୍ଶାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons