ଗୋପାଳପୁର ସମୁଦ୍ର ଉପକୂଳରେ ବିରଳ ଜେଲିଫିସ୍ ଟେରୋଷ୍ଟୋମା ଉଦ୍ଧାର

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନୁ୍ୟଜ୍):ଓଡିଶାରେ ପ୍ରଥମ ଥର ପାଇଁ ଦେଖାଗଲା ବିରଳ ଜୀବ। ଗୋପାଳପୁର ସମୁଦ୍ର ଉପକୂଳରେ ବିରଳ ଜୀବ ନେଟ୍ରୋଷ୍ଟୋମା ଜେଲି ଫିସ୍। ଆରବସାଗରରେ ଦେଖାଯାଉଥିବା ଏହି ଜୀବ ଏବେ ବଙ୍ଗୋପସାଗରରେ ଦେଖା ଯାଇଛନ୍ତି। ଓଡିଶାରେ ନୂଆ ଅତିଥି। ଏହି ବିରଳ ଜୀବକୁ ଦେଖି ବିଶେଷଜ୍ଞମାନେ ଖୁସି ହୋଇଛନ୍ତି। ହେଲେ କେମିତି କାହିଁକି ଆସିଲେ ବିଶେଷଜ୍ଞ ରଖିଛନ୍ତି ଭିନ୍ନ ପ୍ରତିକ୍ରିୟା। ପ୍ରଥମ ଥର ପାଇଁ ଓଡିଶା ଉପକୂଳରେ ଏହିଭଳି ବିରଳ ଜୀବ ଦେଖା ଯାଇଛି।
ଗଞ୍ଜାମ ଜିଲ୍ଲା ଗୋପାଳପୁର ସମୁଦ୍ର ଉପକୂଳ ଏବଂ ଋଷିକୁଲ୍ୟା ମୁହାଣରେ ବିରଳ ପ୍ରଜାତିର ଜୀବ ଦେଖିବାକୁ ମିଳିଛି। ବିଶେଷ କରି ଆରବସାଗରରେ ଦେଖାଯାଉଥିବା ଏହି ବିରଳ ଜୀବ ଏବେ ଓଡିଶା ଉପକୂଳରେ ଦେଖାଯାଇଛି। ଏହି ଜୀବନ ନାଁ ହେଉଛି ନେଟ୍ରୋଷ୍ଟୋମା ଜେଲି ଫିସ୍। ମୁଣ୍ଡ ଉପରେ ଛୋଟ ଛୋଟ କେତେକ ଟ୍ୟୁମର୍ ଭଳି ଗୋଲ୍ ରହିଛି। ଏମାନେ ଛୋଟଛୋଟ ମାଛ, ଗୁଳ୍ମକୁ ଖାଇଥାନ୍ତି। କାହିଁକି ଏମାନେ ଏବେ ଓଡିଶା ଉପକୂଳକୁ ଆସିଲେ ତାହା ଏବେ ଗବେଷଣା କରିବା ଆବଶ୍ୟକ ରହିଛି।
ହେଲେ ବିଶେଷଜ୍ଞ ରଖିଛନ୍ତି ଭିନ୍ନ ପ୍ରତିକ୍ରିୟା। ଗ୍ଳୋବାଲ୍ ୱାର୍ମିଂ କାରଣରୁ ଆରବ ସାଗରରୁ ଆସିଥିବା କୁହାଯାଉଛି। କରୋନା ଯୋଗୁଁ ସମୁଦ୍ରରେ ଏବେ ଡଙ୍ଗା ଚାଳନା ଓ ମାଛ ଧରା ବନ୍ଦ ଥିବା ଯୋଗୁଁ ଏମାନଙ୍କ ଆଗମନ ଘଟିଥାଇପାରେ ବୋଲି ଆଉ ଏକ କାରଣ ଦର୍ଶାଇଛନ୍ତି ବିଶେଷଜ୍ଞ। ପରିବେଶ ପରିବର୍ତ୍ତନ ମଧ୍ୟ ଆଉ ଏକ କାରଣ ହୋଇଥାଇପାରେ। ହେଲେ ଏମାନଙ୍କ ଓଡିଶା ଆଗମନ ପରିବେଶ ଉପରେ କେତେ ପ୍ରଭାବ ପକାଇବ ତାହା ଜଣାନାହିଁ। କିନ୍ତୁ ଅଧିକ ମାତ୍ରାରେ ଏମାନଙ୍କ ପ୍ରଭାବ ବିସ୍ତାର ହେଲେ ବିଶେଷ କରି ମାଛ ଉପରେ ଏହାର କୁ ପ୍ରଭାବ ପଡିପାରେ ବୋଲି ବିଶେଷଜ୍ଞ ମତ ରଖିଛନ୍ତି। ତେବେ ଏହାର ଗବେଷଣା ଆବଶ୍ୟକ ବୋଲି ମତ ରଖିଛନ୍ତି ବିଶେଷଜ୍ଞ।
ଓଡିଶା ଉପକୂଳରେ ପ୍ରଥମ ଥର ପାଇଁ ଭିନ୍ନ ପ୍ରଜାତିର ଜୀବ ଦେଖିବାକୁ ମିଳିଛି। ସମୁଦ୍ରରେ ଭିନ୍ନ ଭିନ୍ନ ଜୀବ ଦେଖିବାକୁ ମିଳୁଛି। କିନ୍ତୁ ଏଭଳି ଜୀବ ପ୍ରଥମ ଥର ପାଇଁ ଦେଖିବାକୁ ମିଳିବା ନିଶ୍ଚିତ ଭାବେ ଉତ୍ସାହ ସୃଷ୍ଟି କରିଛି। ଏହା ଏକ ଜେଲି ଫିସ୍ ବୋଲି ଜଣାପଡିଛି। ଯଦିଚ ଆରବ ସାଗରରେ ଦେଖାଯାଇଥାଏ, ତଥାପି ବଙ୍ଗୋପସାଗରରେ ଓଡିଶା ଉପକୂଳରେ ଦେଖାଯାଇଥିବାରୁ ଏହାର ଗବେଷଣା କରିବା ଆବଶ୍ୟକତା ରହିଛି ବୋଲି ବ୍ରହ୍ମପୁର ଡି.ଏଫ୍.ଓ ଅମ୍ଳାନ ନାଏକ କହିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons