ଗୋଲିଆ ଗ୍ରାମରେ ଗୁଳିକାଣ୍ଡ ଘଟଣା:ଗ୍ରାମରେ ପୁଲିସର ଫ୍ଲାଗ୍ ମାର୍ଚ୍ଚ

Get real time updates directly on you device, subscribe now.

ବୁଗୁଡା,(ବି.ବି.ନୁ୍ୟଜ୍): ବୁଗୁଡା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମରେ ଗତ ୧୪ ତାରିଖ ସନ୍ଧ୍ୟାରେ ଗୁଳିକାଣ୍ଡ ଘଟିଛି । ଏଥିରେ ଦୁଇଜଣ ଆହତ ହୋଇ ବ୍ରହ୍ମପୁର ମେଡିକାଲରେ ଚିକିତ୍ସା ହେଉଛନ୍ତି । ଏନେଇ ଦୁଇ ପରିବାରର ପକ୍ଷରୁ ବୁଗୁଡା ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ଗଣ୍ଡଗୋଳକୁ ଦୃଷ୍ଟିରେ ରଖି ଗୋଲିଆରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ରବିବାର ଗଞ୍ଜାମ ପୁଲିସ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଠାକୁର ପ୍ରସାଦ ପାତ୍ରଙ୍କ ନେତୃତ୍ୱରେ ଭଞ୍ଜନଗର ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ପୋଲସରା ଆଇଆଇସି ଜିତେନ୍ଦ୍ର ମଲ୍ଲିକ, ବୁଗୁଡା ଆଇଆଇସି ଚିତ୍ତରଞ୍ଜନ ବେହେରା, ବାଲିପଦର ଓଆଇସି ନିରଞ୍ଜନ ଦାସ ଓ ପୁଲିସ ଫୋର୍ସ ଗୋଲିଆ ଗ୍ରାମରେ ଫ୍ଲାଗ ମାର୍ଚ୍ଚ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons