ଗୋଳମାଳିଆ ପ୍ରେମ

Get real time updates directly on you device, subscribe now.

ଅଭିନେତା ବାବୁସାନ ଓ ଅଭିନେତ୍ରୀ ତମନ୍ନାଙ୍କ ଗୋଳମାଳିଆ ପ୍ରେମକୁ ନେଇ ତରଙ୍ଗ ସିନେ ପ୍ରଡକ୍ସନ୍ସ ରଜ ଲାଗି ତିଆରି କରିଛି ସିନେମା ‘ଗୋଲ୍ ମାଲ୍ ଲଭ୍’ । ଏହି ପ୍ରେମକୁ ଆହୁରି ମଜଭୁତ୍ କରିବାକୁ ସାଙ୍ଗରେ ଅଛନ୍ତି ବିଜୟ ମହାନ୍ତି, ଶ୍ରୀତମ ଦାସ, ତ୍ରିଭୁବନ ପଣ୍ଡା, ସଲିଲ ମିତ୍ର, ଜୀବନ ପଣ୍ଡା, ଇଲୁ ବାନାର୍ଜୀ, ଶୁଭ୍ରାଂଶୁ, ନନ୍ଦୁ, ଲୀନା ଓ ମନସ୍ୱିନୀ । ଏ ଘଟଣାର କାହାଣୀ ରଚି ନିର୍ଦ୍ଦେଶନା ଦେଇଛନ୍ତି ଅଶୋକ ପତି । ତାକୁ ଆଉ ଟିକେ ସୁନ୍ଦର କରିବାକୁ ଯାଇ ନିର୍ମଳ ମାମାଙ୍କ ସଙ୍ଗୀତ ଓ ସଂଳାପରେ ଖେଳିଛନ୍ତି ମେଲୋଡି ମାଷ୍ଟର୍ ତଥା କମର୍ସିଆଲ୍ ଗୀତର କିଙ୍ଗ୍ ଅଭିଜିତ୍ ମଜୁମ୍ଦାର୍ । ମୋଟ୍ ୪ଟି ଗୀତ ରହିଛି । ‘ଓଃ ମାଇଁ ଜାନମ୍’, ‘ସର୍ଜିକାଲ୍ ଷ୍ଟ୍ରାଇକ୍’, ‘ମୋ ମନର ତାଜମହଲ’, ‘ମତେ ତୁ ତୋ ମନରେ ଟୋପା ଟୋପା ମେଘ କରିଦେ’ ଭଳି ରୋମାଣ୍ଟିକ ଗୀତ । ଯାହାକୁ ଗାଇଛନ୍ତି ମଣ୍ଟୁ ଛୁରିଆ, ଲିପ୍ସା ମହାପାତ୍ର, ହ୍ୟୁମାନ ସାଗର, ସ୍ୱୟମ୍ ପାଢ଼ୀ, ଲୋପାମୁଦ୍ରା ଦାଶ, ପ୍ରଜ୍ଞା ପାରମିତା । ଗୀତକୁ ନାଚର ରୂପ ଦେଇଛନ୍ତି କୋରିଓଗ୍ରାଫର ଅମିତ୍ । କ୍ୟାମେରା ପରିଚାଳନା ଏସ୍. ରଞ୍ଜନ କରିଥିବାବେଳେ ତାକୁ ତ୍ରୁଟି ବିଚ୍ୟୁତିକୁ ସୁଧାରିଛନ୍ତି ସମ୍ପାଦକ ସୁକୁମାର ମଣି । କାହାଣୀ, ଗୀତ, ନାଚ, ଦୃଶ୍ୟ ଓ ଶବ୍ଦଗ୍ରହଣ ସାଙ୍ଗକୁ ଅଭିନୟ ଅତି ଉଚ୍ଚକୋଟୀର ହୋଇଛି । ରଜର ଦର୍ଶକ ଏହାକୁ ନିଶ୍ଚୟ ପସନ୍ଦ କରିବେ ଏବଂ ପୁଣି ଥରେ ବାବୁ-ଅଶୋକ ଦା’ଙ୍କ ଯୋଡ଼ି ହିଟ୍ ହେବ ବୋଲି ପ୍ରଯୋଜନା ସଂସ୍ଥା କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons