ଗୌଡ଼ଗୋଠ ପଞ୍ଚାୟତ ୨୪ ଘଣ୍ଟା ଶଟ୍ଡାଉନ୍

Get real time updates directly on you device, subscribe now.

ଗଞ୍ଜାମ,(ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ସୋରଡ଼ା ବ୍ଲକର ଆଦିବାସୀ ଅଧୁ୍ୟଷିତ ଗୌଡ଼ଗୋଠ ପଞ୍ଚାୟତକୁ ସରପଞ୍ଚ ରାମ ଶବର ନିଜେ ୨୪ ଘଣ୍ଟା ଶଟ୍ଡାଉନ୍ ଘୋଷଣା କରିଛନ୍ତି । ଏହି ଶଟ୍ଡାଉନ୍ ମଙ୍ଗଳବାର ସକାଳ ୭ଟାରୁ ବୁଧବାର ସକାଳ ୭ଟା ଯାଏ ବଳବତ୍ତର ରହିବ । ଶଟ୍ଡାଉନ୍ ସମୟରେ କେବଳ ଜରୁରୀକାଳୀନ ସେବା ଡାକ୍ତରଖାନା, ମେଡିସିନ୍ ଷ୍ଟୋର ଖୋଲା ରହିବ । ହେଲେ ଅନ୍ୟ ସବୁ ସେବା ବନ୍ଦ ରହିବ । ଲୋକମାନଙ୍କୁ ଘରୁ ନ ବାହାରିବା ପାଇଁ କୁହାଯାଇଛି । ଘରେ ରହିଲେ କରୋନା ନିୟନ୍ତ୍ରଣ କରିହେବ । ତେଣୁ ସରପଞ୍ଚ ଏହି ଶଟ୍ଡାଉନ୍ ଘୋଣୋ କରିଥିବା କହିଚନ୍ତି । ସୂଚନାଯୋଗ୍ୟ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୭ କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତୁ୍ୟ ଘଟିଛି । ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୭ ଛୁଇଁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons